କରୋନା ପ୍ରଭାବ- ଅଟୋମୋବାଇଲ ଶିଳ୍ପକୁ ଝଟକା, ଖସୁଛି ଗାଡ଼ି ଚାହିଦା ।

0
409

ଇଏନ୍‌ଏନ୍ ବ୍ୟୁରୋ, ୨୨/୦୭/୨୦- କରୋନା ସଂକ୍ରମଣ ଦିନକୁ ଦିନ ତାର ପ୍ରଭାବ ପକାଇବାରେ ଲାଗିଛି । ଲକ ଡ଼ାଉନ, ସଟଡ଼ାଉନ ଭଳି ବିଭିନ୍ନ କଟକଣ ପାଇଁ ଅଟୋମୋବାଇଲ ବ୍ୟବସାୟ ଦିନକୁ ଦିନ ଖସି ଚାଲିଛି । ଯାତ୍ରୀବାହୀ ଯାନ, ଦୁଇ ଚକିଆ ଯାନ, ତିନି ଚକିଆ ଯାନ ବ୍ୟବସାୟ କମିବାରେ ଲଗିଛି । ଅଟୋମୋବାଇଲ ଡ଼ିଲର ମହାସଂଘ (ଫାଡ଼ା) ତଥ୍ୟ ଅନୁଯାଇ, ଜୁନ ମାସରେ ଯାତ୍ରୀବାହୀ ଯାନ ବିକ୍ରି ୮୮.୩୪% ହ୍ରାସ ଘଟିଛି । ଗତ ବର୍ଷ ଏହି ସମୟରେ ୨,୦୫.୦୧୧ଟି ୟୁନିଟ ବିକ୍ରି ହୋଇଥିବା ବେଳେ ଏହି ବର୍ଷ ୧,୨୬,୪୧୭ ଟି ୟୁନିଟ ବିକ୍ରି ହୋଇଛି । ଦୁଇ ଚକିଆ ଯାନ ବିକ୍ରି ୪୦.୯୨ ପ୍ରତିଶତ କମ୍ ହୋଇଛି । ଜୁନ ମାସରେ ଗତବର୍ଷ ୧୩,୩୭,୪୨୬ ଟି ୟୁନିଟ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୭,୯୦,୧୧୮ ୟୁନିଟ ବିକ୍ରି ହୋଇଛି । ସବୁଠାରୁ ଅଧିକ ହ୍ରାସ ଘଟିଛି ବାଣିଜ୍ୟିକ ଯାନ ବ୍ୟବସାୟରେ । ଏହି ବ୍ୟବାସାୟ କ୍ଷେତ୍ରରେ ଏହା ୮୩.୮୩% କୁ ଖସି ଆସିଛି । ୨୦୧୯ ମସିହା ଜୁନ ମାସରେ ୬୪,୯୭୬ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଏହି ବର୍ଷ ମାତ୍ର ୧୦,୫୦୯ ଟି ଯାନ ବିକ୍ରି ହୋଇଛି । ତିନି ଚକିଆ ଯାନ ବିକ୍ରି କ୍ଷେତ୍ରରେ ୭୫.୪୩% କମ୍ ରହିଛି । ଗତ ବର୍ଷ ୪୮,୮୦୪ ଟି ୟୁନିଟ ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ୧୧,୯୯୩ ଟି ୟୁନିଟ ବିକ୍ରି ହୋଇଛି । ଫାଡ଼ା ଆକଳନ ଅନୁଯାଇ ୨୦୨୦ ଜୁନ ମାସରେ ମୋଟ ଯାନବାହାନ ବିକ୍ରି ୪୨% ହ୍ରାସ ଘଟିଛି । ୨୦୧୯ ମସିହା ଜୁନ ମାସରେ ୧୬,୯୭,୧୬୬ ଟି ୟୁନିଟ ବିକ୍ରି ହୋଇଥିବା ବେଳେ ଚଳିତବର୍ଷ ୯,୮୪,୩୯୫ ଟି ୟୁନିଟ ଯାନବାହାନ ବିକ୍ରି ହୋଇଛି ।


ସେହିଭଳି ଚଳିତ ବର୍ଷ ଜୁନ ମାସରେ ଓଡ଼ିଶାରେ ମାତ୍ର ୪୨,୮୦୬ ଟି ଗାଡ଼ି ବିକ୍ରି ହୋଇଛି । ଯାହା ଗତ ବର୍ଷ ତୁଳନାରେ ୩୩% କମ୍ । ଗତ ବର୍ଷ ଦୁଇ ଚକିଆ, ତିନି ଚକିଆ, ବାଣିଜ୍ୟିକ ଯାନ, ଯାତ୍ରୀବାହୀ ଯାନ ଓ ଟ୍ରାକ୍ଟର କୁ ମିଶାଇ ୬୪,୦୧୦ ଟି ବିକ୍ରି ହୋଇଥିଲା । ଗତ ବର୍ଷ ଜୁନ ମାସରେ ୫୪,୪୫୬ ଖଣ୍ଡ ଦୁଇ ଚକିଆ ବିକ୍ରି ହୋଇଥିବା ବେଳେ ଚଳିକ ବର୍ଷ ୩୭,୦୭୨ ଟି ବିକ୍ରି ହୋଇଛି । ଯାହା ପୂର୍ବ ବର୍ଷ ତୁଳନାରେ ୩୧.୮୦% କମ୍ । ରାଜ୍ୟରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ବାଣିଜ୍ୟିକ ଯାନ ବିକ୍ରି ଉପରେ । ମାଣିଜ୍ୟିକ ଯାନ ବିକ୍ରି ୭୪.୧୯% ହ୍ରାସ ହୋଇଛି । ୨୦୧୯ ଜୁନ ମାସରେ ୨,୩୮୩ ଟି ବିକ୍ରି ହୋଥିବା ବେଳେ ୨୦୨୦ ମସିହା ଜୁନ ମାସରେ ମାତ୍ର ୬୧୫ ଟି ଯାନ ବିକ୍ରି ହୋଇଛି । ତିନି ଚକିଆ ଯାନ ବିକ୍ରି କ୍ଷେତ୍ରରେ ୭୨.୫୪% ହ୍ରାସ ଘଟିଛି । ୨୦୧୯ ମସିହା ଜୁନ ମାସରେ ୧,୮୪୩ ଟି ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଏହି ସମୟରେ ମାତ୍ର ୫୦୬ ଟି ବିକ୍ରି ହୋଇଛି । ଯାତ୍ରୀବାହୀ ଯାନ ବିକ୍ରି ପାଖାପାଖି ୨୬% କମିଛି । ଗତବର୍ଷ ଜୁନରେ ୪,୨୭୯ଟି ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ୩,୧୬୮ ଟି ବିକ୍ରି ହୋଇଛି । କିନ୍ତୁ ଟ୍ରାକ୍ଟର ବିକ୍ରି କ୍ଷେତ୍ରରେ ଏହା ଓଲଟା ରହିଛି । ଏହାର ଚହିଦା ଉପରେ କରୋନାର କୌଣସି ପ୍ରଭାବ ଦେଖିବା କୁ ମିଳି ନାହିଁ । ଗତ ବର୍ଷ ଜୁନ ମାସରେ ୧,୨୪୯ ଟି ଟ୍ରାକ୍ଟର ବିକ୍ରି ହୋଇଥିବା ବେଳେ ୨୦୨୦ ଜୁନମାସରେ ୧,୪୪୫ ଟି ବିକ୍ରି ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୨୬% ଅଧିକ ରହିଛି ।


ଦେଶର ୧,୪୪୦ ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ମଧ୍ୟରୁ ୧,୧,୨୩୦ ଯି କାର୍ଯ୍ୟାଳୟରୁ ଏହି ତଥ୍ୟ ସଂଗ୍ରହ କରି ଫେଡ଼େରେସନ୍ ଅଫ ଅଟୋମୋବାଇଲ ଜିର୍ଲ୍ସ ଆସୋସିଏସନ୍ (ଫାଡ଼ା) ଏହି ତଥ୍ୟ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here