ଭାରତରେ ସୁନା ଓ ରୁପା ଆମଦାନି ହ୍ରାସ ।

0
396

ଇଏନ୍‌ଏନ୍ ବ୍ୟୁରୋ, ୧୭/୦୮/୨୦- ଚଳିତ ଆର୍ଥିକ ବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ଭାରତରେ ସୁନା ଆମଦାନି ୮୧.୨୨% ଖସି ୨୪୭ କୋଟି ଡଲାର (ପ୍ରାୟ ୧୮,୫୦୦ କୋଟି ଟଙ୍କା)ରେ ପହଞ୍ଚିଛି । ୨୦୧୯-୨୦ ଏହି ୪ ମାସ ଅବଧି ଭିତରେ ଭାରତକୁ ୧,୩୧୬ କୋଟି ଡଲାର ର ସୁନା ଆମଦାନି ହୋଇଥିଲା । କରୋନା ମହାମାରୀ କାରଣରୁ ଏବର୍ଷ ସୁନା ଆମଦାନିରେ ଏଭଳି ହ୍ରାସ ଦେଖିବାକୁ ମିଳିଛି । ସେହିପରି ୨୦୨୦-୨୧ ପ୍ରଥମ ୪ ମାସରେ ଦେଶକୁ ୬୮.୫୩ କୋଟି ଡଲାର ବା ୫,୧୮୫ କୋଟି ଟଙ୍କାର ରୁପା ଆମଦାନି ହୋଇଛି । ପୂର୍ବ ଆର୍ôଥକ ବର୍ଷ ଏହି ସମୟର ରୁପା ଆମଦାନି ତୁଳନାରେ ଏହା ୫୬.୫% କମ୍ । ସୁନା ଓ ରୁପା ଆମଦାନିରେ ହ୍ରାସ କାରଣରୁ ୨୦୨୦-୨୧ ପ୍ରଥମ ୪ ମାସରେ ଭାରତର ବାଣିଜ୍ୟ ନିଅଣ୍ଟ ୧,୩୯୫ କୋଟି ଡଲାରକୁ ଖସିଆସିଛି । ପୂର୍ବ ଆର୍ôଥକ ବର୍ଷ ଏହି ଅବଧି ସମୟରେ ବାଣିଜ୍ୟ ନିଅଣ୍ଟ ୫,୯୪୦ କୋଟି ଡଲାର ଥିଲା । ୨୦୧୯ ମସିହା ଡ଼ିସେମ୍ବର ପରଠାରୁ ଦେଶରେ ସୁନା ଆମଦାନି ଳଗାତାର ଭାବେ ଖସିଚାଲିଛି । ମାର୍ଚ୍ଚ ମାସରେ ଦେଶର ସୁନା ଆମଦାନି ୬୨.୬% ଖସିଥିବା ବେଳେ ଏପ୍ରିଲରେ ୯୯.୯୩%, ମେ’ରେ ୯୮.୪% ଓ ଜୁନ୍‌ରେ ୭୭.୫% ହ୍ରାସ ଘଟିଛି ।

LEAVE A REPLY

Please enter your comment!
Please enter your name here