୩୦ ଲକ୍ଷ କୋଟିର କ୍ଷତି ସହିବ ଭାରତୀୟ ଅର୍ଥନୀତି

0
330

ଇଏନ୍‌ଏନ୍ ବ୍ୟୁରୋ, ୧୧/୦୯/୨୦-କରୋନା ସଙ୍କଟ ପ୍ରଭାବରେ ଭାରତୀୟ ଅର୍ଥନୀତି ୩୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ରେଟଂ ଏଜେନ୍ସି କ୍ରିସିଲ୍ ପକ୍ଷରୁ ଆକଳନ କରାଯାଇଛି । ଭାରତର ଅଭିବୃଦ୍ଧି ୯ ପ୍ରତିଶତ ହ୍ରାସ ପାଇବ । ୧୯୫୦ ପରେ ଭାରତର ସବୁଠାରୁ ଖରାପ ସମୟ ଦେଇ ଗିତି କରୁଛି । କିଛି ମାସ ପୂର୍ବରୁ କ୍ରିିସିଲ୍ କହିଥିଲା ଯେ କରୋନା ମହାମାରୀ ପ୍ରଭାବରେ ଭାରତର ଅଭିବୃଦ୍ଧି ୫ ପ୍ରତିଶତ ହ୍ରାସ ପାଇବ । କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଅର୍ଥନୀତିର ଅବନତି ରୋକିବା ଲାଗି ସରକାର କୌଣସି ପ୍ରତ୍ୟେକ୍ଷ ଆର୍ଥିକ ସହାୟତା ଦେଉନାହାଁନ୍ତି । ସେଥିପାଇଁ ନିଜର ଆକଳନ ବଦଳାଇବାକୁ ବାଧ୍ୟ ହୋଇଥିବା କ୍ରିସିଲ କହିଛି ।
ଏହାର ରିପୋର୍ଟ ‘ମାଇନସ୍ ନାଇନ୍ ନାଓ’ରେ କୁହାଯାଇଛି ଯେ, ଆସନ୍ତା ଆର୍ଥିକ ବର୍ଷ (୨୦୨୧-୨୨)ରେ ଭାରତୀୟ ଅର୍ଥନୀତିରେ ଦୃତ ସୁଧାର ହେବ ଓ ତାହା ୧୦ ପ୍ରତିଶତ ହାରରେ ଆଗକୁ ବଢ଼ିବ । କିନ୍ତୁ ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ର ଦ୍ୱିତୀୟ ଭାଗରେ ଅର୍ଥନୀତି ୧୨ ପ୍ରତଶତ ହ୍ରାସ ଘଟିବ ବୋଲି ଏହା ଜଣାଇଛି । ୨୦୧୯-୨୦ରେ ଭାରତ ଯେଉଁଠାରେ ଥିଲା ସେହି ସ୍ଥିତିକୁ ଫେରିବା ଲାଗି ଅତିକମରେ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଏହା ପରେ ୨୦୨୫ ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧି ବାର୍ଷିକ ହାରାହାରି ୬.୨ ପ୍ରତିଶତ ରହିବ । ମହାମାରୀ ପୂର୍ବ ସମୟର ସ୍ଥିତିକୁ ଫେରିବାକୁ ହେଲେ ପରବର୍ତ୍ତୀ ତିନି ବର୍ଷ ପର୍ଯ୍ୟନ୍ତ ଭାରତକୁ ୧୩ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ ଯାହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ଭାରତ ଆଜି ପର୍ଯ୍ୟନ୍ତ ଏତେ ଉଚ୍ଚ ଅଭିବୃଦ୍ଧି ହାସଲ କରିନାହିଁ । ମୌସୁମୀ ବର୍ଷା ସ୍ୱାଭାବିକ ରହିଥିବାରୁ କେବଳ କୃଷି କ୍ଷେତ୍ରରେ ୨.୫ ପ୍ରତିଶତ ଯୁକ୍ତାତ୍ମକ ଅଭିବୃଦ୍ଧି ଦେଖାଦେବ । ଏହାକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରର ଅଭିବୃଦ୍ଧି କମିବ । ଟ୍ରାକ୍ଟର ଓ ଦୁଇ ଚକିଆ ଗାଡ଼ି ବିକ୍ରି ବୃଦ୍ଧି ହେଉଥିବାରୁ ଗ୍ରାମଞ୍ଚଳର ସ୍ଥିତିରେ ଦୃତ ସୁଧାର ହେଉଛି ବୋଲି ଦର୍ଶାଇଛି କ୍ରିସିଲ ।

LEAVE A REPLY

Please enter your comment!
Please enter your name here