ସୁଟିଂ ସେଟ୍ କୁ ଫେରିଲେ ବିଗ୍ ବି

0
378

ଇଏନ୍‌ଏନ୍ ବ୍ୟୁରୋ, ୨୫/୦୮/୨୦-କରୋନା ଭୂତାଣୁ କୁ ମାତ୍ ଦେବାପରେ ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ସୁଟିଂ ସେଟ୍ କୁ ଫେରିଛନ୍ତି । ସେ କ୍ୱିଜ୍ ଭିତ୍ତିକ ରିଅଲିଟି ସୋ କେବିସି-୧୨ ସୁଟିଂ ଆରମ୍ଭ କରିଛନ୍ତି । ସୁଟିଂ ସେଟ୍ ର ଏକ ଫଟୋ ମଧ୍ୟ ସେ ଇନ୍‌ଷ୍ଟାଗ୍ରାମ ଆକାଣ୍ଟରେ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, ‘ସି ବ୍ଲୁ ରଙ୍ଗର ପିପିଇ ପିନ୍ଧି ପୁଣି କାମକୁ ଫେରିଲି । ୨୦୦୦ ମସିହାରେ କେବିସି ଆରମ୍ଭ ହୋଇଥିଲା । ଆଶ୍ଚର୍ଯ୍ୟ ଲାଗୁଛି ଏହା ମଧ୍ୟରେ ୨୦ ବର୍ଷ ହୋଇଗଲାଣି । ଏହି ଦୀର୍ଘ ଯାତ୍ରାର ଅନୁଭବ ସର୍ବଦା ମନେ ରହିବ ।’  ସେହିପରି ସୁଟଂ ସେଟ୍‌ରେ ଯେଉଁ ଆଡ଼କୁ  ଚାହିଁଲେ ବି ପିପିଇ କିଟ୍ ପିନ୍ଧା ଲୋକଙ୍କୁ ଦେଖିବାକୁ ମିଳୁଥିବା ସେ ପ୍ରକାଶ କରିଛନ୍ତି । ସୂଚନାଥାଉ କି, ଜୁଲାଇ ମାସରେ ଅମିତାଭ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୨୦ ଦିନରୁ ଅଧିକ ସମୟ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଗତ ସପ୍ତାହରେ ନିଜ ବ୍ଲଗ୍‌ରେ କେବିସିର ସୁଟିଂ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here