ବିରାଟ କୋହଲି ଓ ତମନ୍ନା ଭାଟିଆ ଙ୍କୁ ଗିରଫ ଦାବିରେ ହାଇକୋର୍ଟରେ ପିଟିସନ୍ ।

0
396

ଇଏନ୍‌ଏନ୍ ବ୍ୟୁରୋ, ୦୧/୦୮/୨୦- ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନାମରେ ମାଡ଼୍ରାସ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି । ଅନ୍‌ଲାଇନ ଜୁଆ ର ପ୍ରଚାର ପ୍ରସାରରେ ସଂପୃକ୍ତ ଥିବାରୁ ଉଭୟଙ୍କୁ ଗିରଫ କରାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି । ସାଧାରଣତଃ କ୍ରୀଡ଼ାବିତ ହୁଅନ୍ତୁ ବା ଅଭିନେତା/ଅଭିନେତ୍ରୀଙ୍କ ଷ୍ଟାଇଲ, ଫିଟନେସ, ଇତ୍ୟାଦିକୁ ଯୁବ ପିଢ଼ି ଅନୁକରଣ କରିଥାନ୍ତି । ସୋସିଆଲ ମିଡ଼ିଆରେ ସେମାନଙ୍କ ଫଲୋୟର ପାଲଟି ଯାଇଥାନ୍ତି । ଯେଉଁମାନଙ୍କର ଅଧିକ ପ୍ରଶଂସକ ସେହିମାନଙ୍କୁ ଅଧିକ ବିଜ୍ଞାପନ କରିବାର ସୁଯୋଗ ମିଳିଥାଏ । ବିଜ୍ଞାପନ ସହ ଯୁବ ପିଢ଼ି ନିଜ ନିଜ ଫେବରାଇଟ ସେଲିବ୍ରିଟିଙ୍କୁ ଦେଖିବା ପରେ , ସେହି ଜିନିଷ ଏବଂ କାର୍ଯ୍ୟ ପ୍ରତି ଅଧିକ ଉତ୍ସାହି ହୋଇଥାନ୍ତି । ଯାହା ବେଳେ ବେଳେ ଅନୁଗାମୀ ମାନଙ୍କୁ ବହୁ ସମସ୍ୟାରେ ପକାଇ ଥାଏ ।
ବିରାଟ ଓ ତମନ୍ନାଙ୍କ ନାମରେ ଯେଉଁ ଅଭିଯୋଗ ଏପରିକିି, ସେମାନେ ଏମିତି ଆପରେ ବିଜ୍ଞାପନ କରୁଛନ୍ତି, ଯାହା ମଧ୍ୟମରେ ଜଣେ ଲକ୍ଷ ଲକ୍ଷ ଟଙ୍କା ଜିତି ପାରିବ । ଯାହାକୁ ଅଭିଯୋଗକାରୀ ଏକ ପ୍ରକାରର ‘ଅନଲାଇନ ଜୁଆ’ ବୋଲି ଦର୍ଶାଇଛନ୍ତି । ଏହା ଉପରେ ହାଇକୋର୍ଟ ବାସନ୍ଦ ଲଗାଉ ବୋଲି ସେ ଦାବି କରିଛନ୍ତି ।


ଟାଇମ୍ ନାଓ ରିପୋର୍ଟ ଅନୁସାରେ ଚେନ୍ନାଇର ଜଣେ ଆଇନଜୀବୀ ଉଭୟ ସେଲିବ୍ରିଟିଙ୍କ ନାମରେ ହାଇକୋର୍ଟରେ ପିଟିସନ କରିଛନ୍ତି । ବିରାଟ ଓ ତମନ୍ନା ଯେଉଁ ଆପର ପ୍ରଚାର ପ୍ରସାର କରୁଛନ୍ତି ଯୁବପିଢ଼ି ଏହା ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ । ଆପ୍ ବ୍ୟବହାର କରି ସବୁ ହରାଇବା ଏବଂ ଋଣଗ୍ରସ୍ତ ହେବାପରେ ଯୁବକମାନେ ଆତ୍ମହତ୍ୟା କରୁଛନ୍ତି । ତାମିଲନାଡ଼ୁରେ ଏହା ଭଳି ବହୁ ମାମଲା ଦୃଷ୍ଟିକୁ ଆସିଲାଣି । ତେଣୁ ହାଇକୋର୍ଟ ଏହି ଆପ୍ ଉପରେ ବାସନ୍ଦ ଲଗାନ୍ତୁ ଏବଂ ଉଭୟ ସେଲିବ୍ରିଟିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପିଟିସନରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here