ପୁଣ ଏକାଠି ଦେଖିବାକୁ ମିଳିବ ଶାହରୁଖ-ଦୀପିକାଙ୍କ ଯୋଡ଼ି

0
638

ଇଏନ୍‌ଏନ୍ ବ୍ୟୁରୋ, ୧୪/୦୯/୨୦- ବଲିଉଡ଼ ବାଦଶାହ ଶାହରୁଖ ଖାନ୍ ଟ୍ୟାଲେଣ୍ଟଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଏକାଠି ନଜର ଆସିବେ । ତାଲିମ ଫିଲ୍ମ ନିର୍ଦ୍ଦେଶକ ଏଟଲୀ କୁମାରଙ୍କ ଏକ ଫିଲ୍ମରେ ଉଭୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଫିଲ୍ମଟିର ନାମ ‘ସନକୀ’ ରହିଛି । ଫଲ୍ମଟି ଉଭୟ ହିନ୍ଦୀ ଏବଂ ତାଲିମ ଭାଷାରେ ପ୍ରସ୍ତୁତ କରାଯିବ । ଚଳିତ ବର୍ଷ ଆରମ୍ଭରେ ଫିଲ୍ମଟିର ପୋଷ୍ଟର ଆସିପାରେ । ଚତୁର୍ଥ ଥର ପାଇଁ ଶାହରୁଖ-ଦୀପିକା ଯୋଡ଼ି ଏକାଠି ନଜର ଆସିବେ । ଦୀପିକାଙ୍କ ଡ଼େବ୍ୟୁ ଫିଲ୍ମ ‘ଓମ୍ ଶାନ୍ତି ଓମ୍‌’ ରେ ସେ ଶାହରୁଖଙ୍କ ସହ ଅଭିନୟ କରିଥିଲେ । ପରେ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’ ରେ ମଧ୍ୟ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ‘ହାପି ନ୍ୟୁ ଇୟର’ ରେ ମଧ୍ୟ ଶାହରୁଖ ଓ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଇତିମଧ୍ୟରେ ଶାହରୁଖ ରାଜକୁମାର ହିରାନୀଙ୍କର ଏକ ଫିଲ୍ମ ମଧ୍ୟ ସାଇନ କରିଛନ୍ତି । ଦୀପିକା ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ସହ ଏକ ଫିଲ୍ମ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here