କୋଭିଡ୍ ଯୋଦ୍ଧାଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର “ମାସ୍କ” କୁ ଆନ୍ତର୍ଜାତିକ ସମ୍ମାନ ।

0
376

ଇଏନ୍‌ଏନ୍ ବ୍ୟୁରୋ, ୦୯/୦୮/୨୦- କରୋନା ଭୂତାଣୁ ସଂକ୍ରମଣ କୁ ରୋକିବା ପାଇଁ ଅସ୍ତ୍ର ହୋଇଛି ‘ମାସ୍କ’ । କରୋନା ସଂକ୍ରମଣ ପରେ ଏହାର ବ୍ୟବାହାର ବହୁ ମାତ୍ରାରେ ବଢ଼ିଯାଇଛି । ଠିକ୍ ଏହି ସମୟରେ ମାସ୍କର ଆବଶ୍ୟକତାକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ଜଣେ କୋଭିଡ଼୍ ଯୋଦ୍ଧାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ସଚେତନତାଧର୍ମୀ ଚଳଚ୍ଚିତ୍ର ‘ମାସ୍କ’ କୁ ମିଳିଛି ଆନ୍ତର୍ଜାତିକ ସମ୍ମାନ ।
ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ର ବରିଷ୍ଠ ଅଧିକାରୀ ତଥା କରୋନା ଯୋଦ୍ଧା ଡ଼. ଶ୍ୱେତ କୁମାର ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମାସ୍କ’, ଚଳିତବର୍ଷ ଆର୍ଜେଣ୍ଟିନାରେ ଅନୁଷ୍ଠିତ “କ୍ୱାରାଣ୍ଟିନ ଇମେଜ୍ ଫିଲ୍ଲ ଫେଷ୍ଟିଭାଲ-୨୦୨୦” ରେ ପଦର୍ଶିତ ହୋଇ ପ୍ରଂଶସିତ ହୋଇଛି । ୭ ମିନିଟ୧୮ ସେକେଣ୍ଡ ଅବଧିର ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ମିଳିଛି ଇଣ୍ଟରନ୍ୟାସନାଲ ପପୁଲ ଚଏସ୍ ପୁରସ୍କାର । ଏହି ପିଲ୍ମ ଫେଷ୍ଟିଭାଲରେ ୩ ହଜାର ରୁ ଅଧିକ ଚଳଚ୍ଚିତ୍ର ପଦର୍ଶିତ ହୋଇଥିଲା ।
ଚଳଚ୍ଚିତ୍ର ‘ମାସ୍କ’ ର ନିର୍ଦ୍ଦେଶକ ଡ. ଶ୍ୱେତ କୁମାର ଦାସ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କୋଭିଡ଼ ପରିଚାଳନାରେ ନିୟୋଜିତ ଅଛନ୍ତି । ଦିର୍ଘ ୪ ମାସ ହେଲା ଗଞ୍ଜାମ ଜିଲ୍ଲାକୁ ଡ଼େପୁଟେସନରେ ଆସି କୋଭିଡ଼ ମହାମାରୀ ର ମୁକାବିଲା କରୁଛନ୍ତି । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରି ନିଜ ସୃଜନଶୀଳତାର ପରିଚୟ ଦେଇଛନ୍ତି । ଏଥିରେ ନଜର ଆସିଥିବା ଅତି ଗରିବ ପରିବାରର ବାଳକ ଅଜୟ ଚୌଧୁରୀଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ହୃଦୟ ଛୁଇଁ ପାରିଛି । ଅଜୟ କିଭଳି ପାଠ ପଢ଼ିବା ସହ ନିଜ ମା ଙ୍କ ହାତ ତିଆରି ମାସ୍କ ବିକିବାକୁ ସହର ନେଉଛନ୍ତି ଏବଂ ସହରର ଲୋକମାନେ ମାସ୍କର ଦାମ କମ୍ ଥିବା ସହ ଫ୍ୟାନ୍ସି ହୋଇ ନଥିବାରୁ ଏହାକୁ କିଣିବାକୁ କିଭଳି କୁଣ୍ଠାବୋଧ କରୁଛନ୍ତି, ତାହା ଦେଖିବାକୁ ମିଳିଛି ।
ଏହା ପୂର୍ବରୁ ଶ୍ରୀ ଦାସଙ୍କ ପ୍ରସ୍ତୁତ ‘ସନ୍ନି-ଦି ସନ୍ ଅଫ ରିଭର ମହାନଦୀ’ କୁ ୨୦୧୯ ମସିହାରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ ଚଳିତବର୍ଷର ଲଫ୍ଟ ଅଫ ଫାଷ୍ଟ ଟାଇମ୍ ଫିଲ୍ମ ମେକର ଇଣ୍ଟନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଏବଂ ଫ୍ଲିକ ଫେୟାର ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ରେ ଉଚ୍ଚ ପ୍ରଶଂସିତ ହୋଇ ଫାଇନାଲକୁ ଯିବାର ସୌଭାଗ୍ୟ ଅର୍ଜନ କରିଛି ।

LEAVE A REPLY

Please enter your comment!
Please enter your name here