ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

0
1324

ଇଏନ୍‌‌ଏନ୍ ବ୍ୟୁରୋ, ୧୯/୦୮/୨୦-ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅନେକ ଦିନ ବିତିଗଲାଣି,  କିନ୍ତୁ ଏହା ମୃତ୍ୟୁ କି ଆତ୍ମହତ୍ୟା ଏହା ସ୍ପଷ୍ଟ ହୋଇପାରିନାହିଁ । ତାଙ୍କ ମୃତ୍ୟୁର ରହସ୍ୟ କଣ ରହିଛି ମହାରାଷ୍ଟ୍ର ସରକାରଙ୍କ ତଦନ୍ତ କରି ସଂସ୍ଥା ଏହାର କୌଣସି ସଠିକ କାରଣ ବାହାର କରିପାରି ନାହିଁ । ତେଣୁ ଏହି ମାମଲାର ଶୀର୍ଷରେ ପହଞ୍ଚିବା ପାଇଁ ସୁପ୍ରିମକୋର୍ଟ ଆଜି ବଡ଼ ରାୟ ଶୁଣାଇଛନ୍ତି । ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ରିୟାଙ୍କ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପାଟନାରୁ ମୁମ୍ବାଇକୁ ଏହି ମାମଲା ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ ରିୟା ।ଏହାସହ ବିହାର ସରକାର କରିଥିବା ଆବେଦନ ସଠିକ୍ ଓ ବିହାର ସରକାରଙ୍କ ତଦନ୍ତ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସମସ୍ତ କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସହଯୋଗ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here