ଭାରତରେ କରୋନା ନେଲାଣି ୨୬,୨୭୩ ମୁଣ୍ଡ ।

0
132

ଇଏନ୍‌ଏନ୍ ବ୍ୟୁରୋ, ୧୮/୦୭/୨୦- ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମହାମାରୀ । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ୨୬ ହଜାର ୨୭୩ ଜଣଙ୍କର ଜୀବନ ନେଇ ସାରିଲାଣି ଏହି ମହାମାରୀ ଭୂତାଣୁ । ଏଥି ସହ ୧୦ ଲକ୍ଷ ୩୮ ହଜାର ୭୧୬ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର ୮୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୧ ଜଣଙ୍କର ଜୀବନ ଯାଇଛି ।
ଦେଶରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି । ଏଠାରେ ଦିନକୁ ସଂକ୍ରମଣ ସଂଖ୍ୟା ବିଗତ ୫ ଦିନ ମଧ୍ୟରେ ସଂକ୍ରମଣ ହାର ୮ ହଜାରୁ ଅଧିକ ରହିଛି । ମୃତକଙ୍କ ସଂଖ୍ୟା ୨୦୦ ରୁ ଅଧିକ ରହିଛି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାର ୫୮୯ ରେ ପହଞ୍ଚିଛି । ଏଥି ସହ ମହାରାଷ୍ଟ୍ରରେ ଦେଶ ମଧ୍ୟରେ ସର୍ବାଧିକ ୧୧ ହଜାର ୪୫୨ ଜଣ ଙ୍କର ଜୀବନ ନେଇ ସାରିଲାଣି କରୋନା । ୧ ଲକ୍ଷ ୬୦ ହଜାର ୩୫୭ ଜଣ କରୋନା ମୁକ୍ତ ହୋଇଥିବା ବେଳେ ୧ ଲକ୍ଷ ୨୦ ହଜାର ୭୮୦ ଜଣ ଚିକିିତ୍ସାଧିନ ଅଛନ୍ତି । ସଂକ୍ରମଣ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ । ଏଠାରେ ୧ ଲକ୍ଷ ୬୦ ହଜାର ୯୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୧୦ ହଜାର ୮୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୭ ହଜାର ୭୮୫ ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୨୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ତଳରୁ ରହିଛି ଦେଶର ରାଜଧାନୀ ଦିଲ୍ଲୀ । ଏଠାରେ ୧ ଲକ୍ଷ ୨୦ ହଜାର ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୯ ହଜାର ୩୦୧ ଜଣ ସୁସ୍ଥ ଓ ୧୭ ହଜାର ୨୩୫ ଜଣ ଚିକିତ୍ସାଧିନ ଅଛନ୍ତି । ୩ ହଜାର ୫୭୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟାରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି ।

ଦେଶରେ ଗତକାଲି ମୋଟ ୩ ଲକ୍ଷ ୬୧ ହଜାର ୨୪ ଟି ନମୂନା ପରୀକ୍ଷଣ କରାଯାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଲକ୍ଷ ୫୩ ହଜାର ୭୫୦ ଜଣ ଆରୋଗ୍ୟ ହୋଇଥିବା ବେଳେ ୩ ଲକ୍ଷ୫୮ ହଜାର ୬୯୨ ଜଣ ଚିକିତ୍ସାଧିନ ଅଛନ୍ତି ଏବଂ ୨୬ ହଜାର ୨୭୩ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here