ଭାରତରେ କରୋନା ନେଲାଣି ୩୮,୧୩୫ ମୁଣ୍ଡ । ୧୮,୦୩,୬୯୫ ଆକ୍ରାନ୍ତ । ୨୪ ଘଣ୍ଟା ମଧ୍ୟରେ ୫୨,୯୭୨ ଆକ୍ରାନ୍ତ, ୭୭୧ ମୃତ ।

0
331

ଇଏନ୍‌ଏନ୍ ବ୍ୟୁରେ, ୦୩/୦୮/୨୦- ସମଗ୍ର ଦେଶକୁ କବଳିତ କରିବାରେ ଲାଗିଛି କରୋନା ମହାମାରୀ । ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨,୯୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୫ ରେ ପହଞ୍ଚିଛି । ଏହି ସମୟ ଭିତରେ ଦେଶରେ ୭୭୧ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସଂଖ୍ୟା ସହ ଦେଶରେ କରୋନା ୩୮ ହଜାର୧୩୫ ଜଣଙ୍କର ଜୀବନ ନେଇ ସାରିଲାଣି ।
ଦେଶମଧ୍ୟରେ ସଂକ୍ରମଣ ହାର ଓ ମୃତ୍ୟୁ ସଂଖ୍ୟାରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ମହାରାଷ୍ଟରେ ମୋଟ ମୃତ୍ୟୁ ସଂଖ୍ୟା ୧୫,୫୭୬ ରେ ପହଞ୍ଚିଛି । ରାଜ୍ୟରେ ୪ ଲକ୍ଷ ୩୧ ହଜାର୭୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୬୬ ହଜାର ୮୮୩ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ଏବଂ ୧ ଲକ୍ଷ ୪୯ ହଜାର ଚିକିତ୍ସାଧିନ ଅଛନ୍ତି । ସଂକ୍ରମଣ ସଂଖ୍ୟାରେ ଏହା ତଳକୁ ରହିଛି ତାମିଲନାଡ଼ୁ । ଏଠାରେ ୨ ଲକ୍ଷ ୫୧ ହଜାର ୭୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ୯୦ ହଜାର ୯୬୬ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଏବଂ ୫୬ ହଜାର ୭୩୮ ଜଣ ଚିକିତ୍ସାଧିନ ଥିବା ବେଳେ ଗତ କାଲି ୯୮ ଜଣଙ୍କର ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ୪ ହଜାର ୧୩୨ ରେ ପହଞ୍ଚିଛି । ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ । ଏଠାରେ ୧ ଲକ୍ଷ ୫୦ ହଜାର୨୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୬,୬୧୪ ଜଣ ଆରୋଗ୍ୟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୭୨,୧୮୮ ଜଣ ଚିକିତ୍ସାଧିନ ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ମୃତ୍ୟୁ ସଂଖ୍ୟା ୧,୪୭୪ ରେ ପହଞ୍ଚିଛି । ୪ର୍ଥ ସ୍ଥାନରେ ରହିଛି ଦିଲ୍ଳୀ ଏଠାରେ ଦିନକୁ ଦିନ ସ୍ଥିତି ସୁଧୁରୀବାରେ ଲାଗିଛି । ଏଠାରେ ମୋଟ ୧ ଲକ୍ଷ ୩୬ ହଜାର ୭୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୨୨ ହଜାର ୧୩୧ ଜଣ ଆରୋଗ୍ୟ ହୋଇଛନ୍ତି, ୧୦,୫୯୬ ଜଣ ଚିକିତ୍ସାଧିନ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଳୀରେ ମାତ୍ର ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୪,୦୦୪ ହୋଇଛି । ୫ମ ସ୍ଥାନରେ ରହିଛି କର୍ଣ୍ଣାଟକ । ଏଠାରେ ୧ ଲକ୍ଷ ୨୯ ହଜାର ୨୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫୩,୬୪୮ ଜଣ ଆରୋଗ୍ୟ ହୋଇଛନ୍ତି । ୭୩,୨୨୭ ଜଣ ଚିକିତ୍ସାଧିନ ଅଛନ୍ତି । ୨୪ ଘଣ୍ଟା ମଧ୍ୟରେ ୮୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ କର୍ଣ୍ଣାଟକରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୯୬ ରେ ପହଞ୍ଚିଛି ।

ସେହିଭଳି ଗୁଜୁରାଟରେ ୨୪୮୬ ଜଣ, ଉତ୍ତର ପ୍ରଦେଶରେ ୧,୭୩୦ ଜଣ, ପଶ୍ଚିମବଙ୍ଗରେ ୧,୬୭୮ ଜଣ, ମଧ୍ୟ ପ୍ରଦେଶରେ ୮୮୬ ଜଣ, ରାଜସ୍ଥାନରେ ୭୦୩ ଜଣ, ତେଲଙ୍ଗାନାରେ ୫୪୦ ଜଣ, ହରିୟାଣାରେ ୪୩୩ ଜଣ, ପଞ୍ଜାବରେ ୪୨୩ ଜଣ, ଜାମ୍ମୁ-କାଶ୍ମୀରରେ ୩୯୬ ଜଣ, ବିହାରରେ ୩୨୯ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୮୧ ହଜାର ୨୭ ଟି ନମୂନା ପରୀକ୍ଷଣ ହୋଇଛି । ଭାରତରେ ମୋଟ ୨ କୋଟି ୨ ଲକ୍ଷ ୨ ହଜାର ୮୫୮ ଟି ନମୂଆ ପରୀକ୍ଷଣ ହୋଇ ସାରିଛି । ସେଥି ମଧ୍ୟରୁ ୧୮,୦୩,୬୯୫ ଟି ନମୂନା ପଜିଟିଭ ରହିଛି । ଅନ୍ୟ ଗୁଡ଼ିକ ନେଗେଟିଭ ଚିହ୍ନଟ ହୋଇଛି । ପଜିଟିଭ ଙ୍କ ମଧ୍ୟରୁ ୧୧,୮୬,୨୦୩ ଜଣ ଚିକିତ୍ସା ପରେ ଆରୋଗ୍ୟ ହେଇଛନ୍ତି । ୫,୫୯,୩୫୭ ଜଣ ଚିକିତ୍ସାଧିନ ଅଛନ୍ତି । ଏବଂ ୩୮,୧୩୫ ଜଣଙ୍କର କରୋନା ମହାମାରୀ ଜୀବନ ନେଇଛି ।

LEAVE A REPLY

Please enter your comment!
Please enter your name here