୨୪ ଘଣ୍ଟାରେ ୪୮,୯୧୬ ନୂଆ ପଜିଟିଭ, ୭୫୭ ମୃତ । ୧୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ।

0
792

ଇଏନ୍‌ଏନ୍ ବ୍ୟୁରୋ, ୨୫/୦୭/୨୦- ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆମେରିକା ପରେ ଲଗାତାର ୩ ଦିନ ଧରି ୪୫ ହଜାରୁ ଅଧିକ ସଂକ୍ରମଣ ଭାରତରେ ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮,୯୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରି ୧୩ ଲକ୍ଷ ୩୬ ହଜାର ୮୬୧ ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୭୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ମୃତ୍ୟୁ ସଂଖ୍ୟା ୩୧ ହଜାର ଅତିକ୍ରମ କରି ୩୧ ହଜାର ୩୫୮ ହୋଇଛି ।
ଲଗାତାର ଭାବରେ ୩ ଦିନ ଧରୀ ଦେଶରେ କରୋନା ସଂକ୍ରମଶ ୪୦ ହଜାର ଉପରେ ରହିଛି । ଦେଶମଧ୍ୟରେ ସଂକ୍ରମଣ ସଂଖ୍ୟାରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର । ଏଠାରେ ୩ ଲକ୍ଷ ୫୭ ହଜାର ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୧ ଲକ୍ଷ ୯୯ ହଜାର ୯୬୭ ଜଣ ଚିକିତ୍ସାପରେ ଆରୋଗ୍ୟ ଲାଭ କରିଛନ୍ତି । ୧ ଲକ୍ଷ ୪୪ ହଜାର ୧୮ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଥିବା ବେଳେ ୧୩ ହଜାର ୧୩୨ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ । ଏଠାରେ ୧ ଲକ୍ଷ ୯୯ ହଜାର ୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୪୩ ହଜାର ୨୯୭ ଜଣ କରୋନା ମୁକ୍ତ ହୋଇଥିବା ବେଳେ ୫୩ ହଜାର ୧୩୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୩ ହଜାର ୩୨୦ ଜଣଙ୍କର ମୃତ୍ୟୁ ହୋଇଛି । ୩ୟ ସ୍ଥାନରେ ରହିଛି ଦିଲ୍ଳୀ । ଏଠାରେ ୧ ଲକ୍ଷ ୨୮ ହଜାର ୩୮୯ ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୧୦ ହଜାର ୯୩୧ ଜଣ କରୋନା ମୁକ୍ତ ହୋଇଛନ୍ତି ଓ ୧୩, ୬୮୧ ଜଣ ଚିକିତ୍ସାଧିନ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩,୭୭୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟାରେ ଦ୍ୱିଲ୍ଲୀ ୨ୟ ସ୍ଥାନରେ ରହିଛି ।


ସେହିଭଳି ଆନ୍ଧ୍ର ପ୍ରଦେଶରେ ୮୦,୮୫୮ ଜଣ, ଆସାମରେ ୨୯,୯୨୧ ଜଣ, ବିହାରରେ ୩୩,୯୨୬ ଜଣ, ଗୁଜୁରାଟରେ ୫୩,୫୪୫ ଜଣ, ହରିୟାଣାରେ ୨୯,୭୫୫ ଜଣ, ଜାମ୍ମୁ-କାଶ୍ମୀରରେ ୧୬,୭୮୨ ଜଣ, କର୍ଣ୍ଣାଟକରେ ୮୫,୮୭୦ ଜଣ, କେରଳରେ ୧୬,୯୯୫ ଜଣ, ମଧ୍ୟପ୍ରଦେଶରେ ୨୬,୨୧୦ ଜଣ, ଓଡ଼ିଶାରେ ୨୨,୬୯୩ ଜଣ, ପଞ୍ଜାବରେ ୧୨,୨୧୬ ଜଣ, ରାଜସ୍ଥାନରେ ୩୪,୧୭୮ ଜଣ, ତେଲଙ୍ଗାନାରେ ୫୨,୪୬୬ ଜଣ, ଉତ୍ତର ପ୍ରଦେଶରେ ୬୦,୭୭୧ ଜଣ ଓ ପଶ୍ଚିମବଙ୍ଗରେ ୫୩,୯୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମହାରାଷ୍ଟ୍ରରେ ୧୩,୧୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୯୩୩ ଜଣ, ଦିଲ୍ଲୀରେ ୩,୭୭୭ ଜଣ, ଗୁଜୁରାଟରେ ୨,୨୭୮ ଜଣ, କର୍ଣ୍ଣାଟକରେ ୧,୭୨୪ ଜଣ, ମଧ୍ୟ ପ୍ରଦେଶରେ ୭୯୧ ଜଣ, ରାଜସ୍ଥାନରେ ୬୦୨ ଜଣ, ତାମିଲନାଡ଼ୁରେ ୩,୩୨୦ ଜଣ, ଉତ୍ତର ପ୍ରଦେଶରେ ୧,୩୪୮ ଜଣ ଓ ପଶ୍ଚିମବଙ୍ଗରେ ୧,୨୯୦ ଜଣଙ୍କ ର ଜୀବନ ନେଇଛି କରୋନା ମହାମାରୀ ।


ଦେଶରେ ମୋଟ ୧୩,୩୬,୮୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୮,୪୯,୪୩୧ ଜଣ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । ୪,୫୬,୦୭୧ ଜଣ ଚିକିତ୍ସାଧିନ ରହିଛନ୍ତି ଓ ୩୧,୩୫୮ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here