ଭାରତରେ ୨୪ ଘଣ୍ଟା ମଧ୍ୟରେ ୫୨,୦୫୦ ନୂଆ ପଜିଟିଭ ୮୦୩ ମୃତ୍ୟୁ । ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୫,୭୪୫ ଛୁଇଁଲା, ୩୮,୯୩୯ ମୃତ୍ୟୁ ।

0
317

ଇଏନ୍‌ଏନ୍ ବ୍ୟୁରୋ, ୦୪/୦୮/୨୦-ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୭ ଦିନଧରୀ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରୁ ଅଧିକ ରହିଛିି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨ ହଜାର ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୫ ହୋଇଥିବା ବେଳେ ୩୮ ହଜାର ୯୩୮ ଜଣଙ୍କ ର ଜୀବନ ନେଲାଣି କରୋନା ମହାମାରୀ ।
ଦେଶରେ ସଂକ୍ରମିଣ ସଂଖ୍ୟାରେ ୧ରୁ ୫ ଟି ସ୍ଥାନମଧ୍ୟରେ ରହିଛନ୍ତି, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ ଓ କର୍ଣ୍ଣାଟକ । ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ସେଠାରେ ମୋଟ ୪ ଲକ୍ଷ ୪୨ ହଜାର ୨୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ ଲକ୍ଷ ୭୬ ହଜାର ୮୦୯ ଜଣ ଆରୋଗ୍ୟ ହୋଇଥିବା ବେଳେ ୧ ଲକ୍ଷ ୪୮ ହଜାର ୮୪୩ ଜଣ ଚିକିତ୍ସାଧିନ ଅଛନ୍ତି ଏବଂ ୧୫,୫୭୬ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡ଼ୁରେ ୨ ଲକ୍ଷ ୫୭ ହଜାର୬୧୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷ ୯୬ ହଜାର ୪୮୩ ଜଣ ଆରୋଗ୍ୟ, ୫୬ ହଜାର,୯୯୮ ଜଣ ଚିକିତ୍ସାଧନ ଅଛନ୍ତି । ୪,୧୩୨ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ର ପ୍ରଦେଶରେ ୧ ଲକ୍ଷ ୫୮ ହଜାର ୭୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୨ ହଜାର ୮୮୬ ଜଣ ଆରୋଗ୍ୟ, ୭୪ ହଜାର ୪୦୪ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧ ହଜାର ୪୭୪ ଜଣଙ୍କର ମୃତ୍ୟୁ ହୋଇଛି । ୪ର୍ଥ ସ୍ଥାନରେ ରହିଛି ରାଜଧାନୀ ଦିଲ୍ଲୀ । ଏଠାରେ ୧ ଲକ୍ଷ ୩୭ ହଜାର ୬୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୧୭ ଜଣ ଆରୋଗ୍ୟ ହୋଇଛନ୍ତି । ୧୦,୩୫୬ ଜଣ ଚିକିତ୍ସାଧିନ ଅଛନ୍ତି ଓ ୪,୦୦୪ ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ରାଟକରେ ୧ ଲକ୍ଷ ୩୪ ହଜାର ୮୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭ ହଜାର ୭୨୫ ଜଣ ଆରୋଗ୍ୟ ହୋଇଛନ୍ତି । ୭୪ ହଜାର ୫୯୮ ଜଣ ଚିକିତ୍ସାଧିନ ଥିବା ବେଳେ ୨,୪୯୬ ଜଣଙ୍କର ଜୀବନ ନେଇଛି କରୋନା ।


ସେହିଭଳି ଉତ୍ତର ପ୍ରଦେଶରେ ୯୨,୯୨୧ଆକ୍ରାନ୍ତ ଓ ୧,୭୩୦ ମୃତ, ପଶ୍ଚିମବଙ୍ଗରେ ୭୫,୫୧୬ ଆକ୍ରାନ୍ତ ଓ୧,୬୭୮ ମୃତ, ତେଲଙ୍ଗାନାରେ ୬୬,୬୭୭ ଆକ୍ରାନ୍ତ ଓ ୫୪୦ ମୃତ, ଗୁଜୁରାଟରେ ୬୩,୫୬୨ ଆକ୍ରାନ୍ତ ଓ ୨,୪୮୬ ମୃତ, ବିହାରରେ ୫୭,୦୨୪ ଆକ୍ରାନ୍ତ ଓ ୩୨୯ ମୃତ, ରାଜସ୍ଥାନରେ ୪୩,୮୦୪ ଆକ୍ରାନ୍ତ ଓ ୭୦୩ ମୃତ, ଆସାମରେ ୪୨,୯୦୪ ଆକ୍ରାନ୍ତ ୧୦୫ ମୃତ, ହରିୟାଣାରେ ୩୬,୫୧୯ ଆକ୍ରାନ୍ତ ଓ ୪୩୩ ମୃତ, ଓଡ଼ିଶାରେ ୩୪,୯୧୩ ଆକ୍ରାନ୍ତ ଓ ୧୯୭ ମୃତ, ମଧ୍ୟ ପ୍ରଦେଶରେ ୩୩,୫୩୫ ଆକ୍ରାନ୍ତ ଓ ୮୮୬ ଜଣଙ୍କର କେରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ଦେଶରେ ଗତ କାଲି ସୁଦ୍ଧା ମୋଟ ୨,୦୮,୬୪,୭୫୦ ଟି ନମୂନା ପରୀକ୍ଷଣ କରାଯାଇଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ସଂଖ୍ୟକ ୬,୬୧,୮୯୨ଟି ନମୂନା ପରୀକ୍ଷଣ କରାଯାଇଛି । ମୋଟ ପରୀକ୍ଷଣରୁ ୧୮,୫୫,୭୪୫ ଟି ପଜିଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୨,୩୦,୫୦୯ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଥିବା ବେଳେ ୫,୮୬,୨୯୮ ଜଣ ଚିକିତ୍ସିତ ଅଛନ୍ତି ଓ ୩୮,୯୩୮ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here