ଭାରତରେ ୨୪ ଘଣ୍ଟା ମଧ୍ୟରେ ୫୨,୫୦୯ ଆକ୍ରାନ୍ତ ଚିହ୍ନଟ ଓ ୮୫୭ ମୃତ । ୧୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ।

0
342

ଇଏନ୍‌ଏନ୍ ବ୍ୟୁରୋ, ୦୫/୦୮/୨୦- ଦେଶରେ କାୟବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଦୃତ ଗତିରେ ବଢ଼ିବାରେ ଲାଗିଛି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨ ହଜାର ୫୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୮୫୭ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୮ ହଜାର ୨୫୪ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫ ରେ ପହଞ୍ଚିଛି ।
ସଂକ୍ରମଣ ସଂଖ୍ୟାରେ ଦେଶମଧ୍ୟରେ ପ୍ରଥମ ୫ ଟି ସ୍ଥାନରେ ରହିଛନ୍ତି ଯଥାକ୍ରମେ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଦିଲ୍ଳୀ । ମହାରାଷ୍ଟ୍ରରେ ୪ ଲକ୍ଷ ୫୭ ହଜାର ୯୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୯୯ ହଜାର ୩୫୬ ଜଣ ଆରୋଗ୍ୟ ହୋଇଛନ୍ତି । ୧ ଲକ୍ଷ ୪୨ ହଜାର ୪୫୮ ଜଣ ଚିକିତ୍ସାଧିନ ଥିବା ବେଳେ ୧୬ ହଜାର ୧୪୨ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡ଼ୁରେ ୨ ଲକ୍ଷ ୬୮ ହଜାର ୨୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୮ ହଜାର ୭୮୪ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୫୫ ହଜାର ୧୫୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୪ ହଜାର ୩୪୯ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ର ପ୍ରଦେଶରେ ୧ ଲକ୍ଷ ୭୬ ହଜାର ୩୩୩ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୯୫ ହଜାର ୬୨୫ ଜଣ ଆରୋଗ୍ୟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ହଜାର ୧୦୪ ଜଣ ଚିକିତ୍ସାଧିନ ଥିବା ବେଳେ ୧ ହଜାର ୬୦୪ ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ୧ ଲକ୍ଷ ୪୫ ହଜାର ୮୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୯ ହଜାର ୨୭୨ ଜଣ ଆରୋଗ୍ୟ ହୋଇଛନ୍ତି । ୭୩ ହଜାର ୮୫୪ ଜଣଙ୍କର ଚିକିତ୍ସାଧିନ ଥିବା ବେଳେ ୨ ହଜାର ୭୦୪ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଳୀରେ ୧ ଲକ୍ଷ ୩୯ ହଜାର ୧୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଳୀରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୨୫ ହଜାର ୨୨୬ ଜଣ ଆରୋଗ୍ୟ ହୋଇଛନ୍ତି । ୯ ହଜାର ୮୯୭ ଜଣ ଚିକିତ୍ସାଧିନ ଥିବା ବେଳେ ୪ ହଜାର ୩୩ ଜଣଙ୍କର କାରେନା ସଂକ୍ରମିତ ମୃତ୍ୟୁ ହୋଇଛି ।


ସେହିଭଳି ଉତ୍ତରପ୍ରଦେଶ ରେ ୧,୦୦,୩୧୦ ଆକ୍ରାନ୍ତ (୧,୮୧୭ ମୃତ), ପଶ୍ଚିମବଙ୍ଗରେ ୮୦,୯୮୪ ଆକ୍ରାନ୍ତ (୧,୭୮୫ ମୃତ), ତେଲଙ୍ଗାନାରେ ୭୦,୯୫୮ ଆକ୍ରାନ୍ତ (୫୬୭ ମୃତ), ଗୁଜୁରାଟରେ ୬୫,୫୯୯ ଆକ୍ରାନ୍ତ (୨,୫୩୩ ମୃତ), ବିହାରରେ ୬୧,୭୮୮ ଆକ୍ରାନ୍ତ (୩୪୭ ମୃତ), ଆସାମରେ ୪୮,୧୬୧ ଆକ୍ରାନ୍ତ (୧୧୫ ମୃତ), ରାଜସ୍ଥାନରେ ୪୬,୬୭୯ ଆକ୍ରାନ୍ତ (୭୩୨ ମୃତ), ହରିୟାଣାରେ ୩୭,୭୯୬ ଆକ୍ରାନ୍ତ (୪୪୮ ମୃତ), ଓଡ଼ିଶାରେ ୩୭,୬୮୧ଆକ୍ରାନ୍ତ (୨୧୬ ମୃତ) ଓ ମଧ୍ୟ ପ୍ରଦେଶରେ ୩୫,୦୮୨ ଆକ୍ରାନ୍ତ (୯୧୨ ମୃତ) ହୋଇଛି ।


ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଲକ୍ଷ ୧୯ ହଜାର ୬୫୨ ଟି ନମୂନା ପରୀକ୍ଷଣ ହୋଇଛି । ଏଥି ସହ ଦେଶରେ ମୋଟ ୨ କୋଟି ୧୪ ଲକ୍ଷ ୮୪ ହଜାର ୪୦୨ ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୧୯,୦୮,୨୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୨,୨୧୫ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ୫,୮୬,୨୪୪ ଚିକିତ୍ସାଧିନ ଥିବା ବେଳେ ୩୯,୭୯୫ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here