ଭାରତରେ କରୋନା ନେଲାଣି ୫୩,୮୬୬ ମୁଣ୍ଡ । ୨୪ ଘଣ୍ଟା ମଧ୍ୟରେ ୬୯,୬୫୨ ଆକ୍ରାନ୍ତ ଚିହ୍ନଟ ଓ ୯୭୭ ମୃତ ।

0
1360

ଇଏନ୍‌ଏନ୍ ବ୍ୟୁରୋ, ୨୦/୦୮/୨୦-ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବ୍ୟାପିବାରେ ଲାଗିଛି କରୋନା ମହାମାରୀ । ଦିନକୁ ଦିନ ଚିହ୍ନଟ ହେବାରେ ଲାଗିଛନ୍ତି ରେକର୍ଡ଼ ସଂଖ୍ୟକ କରୋନା ପଜିଟିଭ । ଦେଶରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୨୫ ରେ ପହଞ୍ଚିଥିବା ବେଳେ ୫୩ ହଜାର ୮୬୬ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇ ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୬୯,୬୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ଏହି ସମୟ ମଧ୍ୟରେ ୯୭୭ ଜଣଙ୍କର ମୁଣ୍ଡ ନେଇଛି ଏହି ମହାମାରୀ ।
କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି । ଏଠାରେ ୬ ଲକ୍ଷ ୨୮ ହଜାର ୬୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ୪୬ ହଜାର ୮୮୧ ଜଣ ଆରୋଗ୍ୟ ହୋଇଛନ୍ତି । ୧ ଲକ୍ଷ ୬୦ ହଜାର ୭୨୮ ଜଣ ଚିକିତ୍ସାଧିନ ଥିବା ବେଳେ ୨୧ ହଜାର ୩୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ତଳକୁ ରହିଛି ତାମିଲନାଡୁ । ଏଠାରେ ୩ ଲକ୍ଷ ୫୫ ହଜାର ୪୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ ଲକ୍ଷ ୯୬ ହଜାର ୧୭୧ ଜଣ ଆରୋଗ୍ୟ ହୋଇଥିବା ବେଳେ ୫୩,୧୫୫ ଜଣ ଚିକିତ୍ସାଧିନ ଅଛନ୍ତି । କରୋନା ସଂକ୍ରମଣରେ ୬,୧୨୩ ଜଣଙ୍କର ମୃତ୍ୟୁ ହୋଇଛି । ୩ୟ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ । ଆନ୍ଧ୍ର ପ୍ରଦେଶରେ ୩ ଲକ୍ଷ ୧୬ ହଜାର ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୨୬ ହଜାର ୩୭୨ ଜଣ ଆରୋଗ୍ୟ, ୮୬,୭୨୫ ଜଣ ଚିକିତ୍ସାଧିନ ଓ ୨,୯୬୦ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୧୩,୧୬୫ ଜଣ, ତାମିଲନାଡୁରୁ ୫,୭୯୫ ଜଣ, ଆନ୍ଧ୍ର ପ୍ରଦେଶରୁ ୯,୭୪୨ ଜଣ, କର୍ଣ୍ଣାଟକରୁ ୮,୬୪୨ ଜଣ, ଉତ୍ତର ପ୍ରଦେଶରୁ ୫,୦୭୬ ଜଣ, ଦିଲ୍ଳୀରୁ ୧,୩୯୮ ଜଣ, ପଶ୍ଚିମବଙ୍ଗରୁ ୩,୧୬୯ ଜଣ, ବିହାରୁ ୨,୯୩୯ ଜଣ, ତେଲଙ୍ଗାନାରୁ ୧,୭୨୪ ଜଣ ଆସାମରୁ ୨,୧୧୬ ଜଣ ଗୁଜୁରାଟରୁ ୧,୧୪୦ ଜଣ, ଓଡ଼ିଶାରୁ ୨,୫୮୯ ଜଣ, ରାଜସ୍ଥାନରୁ ୧,୩୧୨ ଜଣ, କେରଳାରୁ ୧,୩୩୩ ଜଣ ଓ ହରିୟାଣାରୁ ୯୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୪୬ (ମୋଟ୨୧,୦୩୩) ଜଣ, ତାମିଲନାଡ଼ୁରେ ୧୧୬ (୬,୧୨୩) କର୍ଣ୍ଣାଟକରେ ୧୨୬ (୪,୩୨୭) ଜଣ, ଦିଲ୍ଳୀରେ ୯ (୪,୨୩୫) ଜଣ, ଆନ୍ଧ୍ର ପ୍ରଦେଶରେ ୮୬ (୨,୯୦୬) ଜଣ, ଗୁଜୁରାଟରେ ୧୭ (୨୮୩୭) ଜଣ, ଉତ୍ତର ପ୍ରଦେଶରେ ୫୩ (୨,୬୩୮) ଜଣ, ପଶ୍ଚିମବଙ୍ଗରେ ୫୩ (୨,୫୮୧) ଜଣ, ମଧ୍ୟ ପ୍ରଦେଶରେ ୧୮ (୧,୧୫୯) ଜଣ, ପଞ୍ଜାବରେ ୨୩ (୯୨୧) ଜଣ, ରାଜସ୍ଥାନରେ ୧୨ (୯୧୦) ଜଣ, ତେଲଙ୍ଗାନାରେ ୧୦ (୭୨୯) ଜଣ, ଜାମ୍ମୁ-କାଶ୍ମୀରରେ ୧୧ (୫୭୨) ଜଣ, ହରିୟାଣାରେ ୧୦ (୫୬୭) ଜଣ ଓ ବିହାରରେ ୧୧ (୪୮୭) ଜଣଙ୍କର କରୋନା ମହାମାରୀରେ ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ଼ ୯ ଲକ୍ଷ ୧୮ ହଜାର ୪୭୦ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୩ କୋଟି ୨୬ ଲକ୍ଷ ୬୧ ହଜାର ୨୫୨ ରେ ପହଞ୍ଚିଛି । ସେଥିମଧ୍ୟରୁ ୨୮,୩୬,୯୨୫ ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି । ମୋଟ ପଜିଟିଭଙ୍କ ମଧ୍ୟରୁ ୨୦,୯୬,୬୬୪ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ଓ ୬,୮୬,୩୯୫ ଜଣ ଚିକିତ୍ସାଧିନ ଅଛନ୍ତି । କରୋନା ମହାମାରୀ ରେ ୫୩,୮୬୬ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here