ଭାରତରେ ୨୪ ଘଣ୍ଟା ରେ ୬୬,୯୯୯ ପଜିଟିଭ ଓ ୯୪୨ମୃତ । ଗୋଟିଏ ଦିନରେ ୮,୩୦,୩୯୧ ଟି ନମୂନା ପରୀକ୍ଷଣ ।

0
326

ଇଏନ୍‌ଏନ୍ ବ୍ୟୁରୋ, ୧୩/୦୮/୨୦- ଭାରତରେ ଥମିବାର ନା ଧରୁ ନାହିଁ କରୋନା ସଂକ୍ରମଣ । ଦିନକୁ ଦିନ କାୟାବିସ୍ଥାର କରିବାରେ ଲାଗିଛି ଏହି ମହାମାରୀ । ଅକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କ୍ରମାଗତ ଭାବେ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୬ ହଜାର ୯୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୯୪୨ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୭ ରେ ପହଞ୍ଚିଛି ଓ ମୃତକଙ୍କ ସଂଖ୍ୟା ୪୭ ହଜାର ୩୩ ଛୁଇଁଛି ।
କରୋନା ସଂକ୍ରମଣ ସଂଖ୍ୟାରେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ଯଥାକ୍ରମେ ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶ । ମହାରାଷ୍ଟ୍ରରେ ୫ ଲକ୍ଷ ୪୮ ହଜାର ୩୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮ ହଜାର ୬୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷ ୮୧ ହଜାର ୮୪୩ ଜଣ ଆରୋଗ୍ୟ ଓ ୧ ଲକ୍ଷ ୪୭ ହଜାର ୮୨୦ ଜଣ ଚିକିତ୍ସାଧିନ ଅଛନ୍ତି । ତାମିଲନାଡ଼ୁରେ ୩ ଲକ୍ଷ ୧୪ ହଜାର ୫୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୨୭୮ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୫୬ ହଜାର ୩୧୩ ଜଣ ଆରୋଗ୍ୟ ହୋଇଛନ୍ତି ଓ ୫୨ ହଜାର ୯୨୯ ଜଣ ଚିକିତ୍ସାଧିନ ଅଛନ୍ତି । ଆନ୍ଧ୍ର ପ୍ରଦେଶରେ ୨ ଲକ୍ଷ ୫୪ ହଜାର ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ହଜାର ୨୯୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ ଲକ୍ଷ ୬୧ ହଜାର ୪୨୫ ଜଣ ଆରୋଗ୍ୟ ହୋଇଛନ୍ତି । ୯୦ ହଜାର ୪୨୫ ଜଣ ଚିକତ୍ସାଧିନ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ୩୪୪, ତାମିଲନାଡ଼ୁରେ ୧୧୯ ଜଣ ଓ ଆନ୍ଧ୍ର ପ୍ରଦେଶରେ ୯୩ ଜଣଙ୍କର ମୃତ୍ୟୁ ହୋଇଛି ।


ସେହିଭଳି କର୍ଣ୍ଣାଟକରେ ୧,୯୬,୪୯୪ ଜଣ ଆକ୍ରାନ୍ତ ଓ ୩,୫୧୦ ମୃତ, ଦିଲ୍ଲୀରେ ୧,୪୮,୫୦୪ ଆକ୍ରାନ୍ତ ଓ ୪,୧୫୩ ମୃତ, ଉତ୍ତର ପ୍ରଦେଶରେ ୧,୩୬,୨୩୮ ଆକ୍ରାନ୍ତ ଓ ୨,୨୩୦ ମୃତ, ପଶ୍ଚିମବଙ୍ଗରେ ୧,୦୪,୩୨୬ ଆକ୍ରାନ୍ତ ଓ ୨,୨୦୩ ମୃତ, ବିହାରରେ ୯୦,୩୨୧ ଆକ୍ରାନ୍ତ ଓ ୪୧୬ ମୃତ, ତେଲଙ୍ଗାନାରେ ୮୬,୪୭୫ ଆକ୍ରାନ୍ତ ଓ ୬୬୫ ମୃତ, ଗୁଜୁରାଟରେ ୭୪,୩୧୮ ଆକ୍ରାନ୍ତ ଓ ୨,୭୧୩ ମୃତ, ଆସାମରେ ୬୮,୯୯୯ ଆକ୍ରାନ୍ତ ଓ ୧୬୧ ମୃତ, ରାଜସ୍ଥାନରେ ୫୬,୧୦୦ ଆକ୍ରାନ୍ତ ଓ ୮୨୨ ମୃତ, ଓଡ଼ିଶାରେ ୫୦,୬୭୨ ଆକ୍ରାନ୍ତ ଓ ୩୦୫ ମୃତ, ହରିୟାଣାରେ ୪୪,୦୨୪ ଆକ୍ରାନ୍ତ ଓ ୫୦୩ ମୃତ, ମଧ୍ୟ ପ୍ରଦେଶରେ ୪୧,୬୦୪ ଆକ୍ରାନ୍ତ ଓ ୧,୦୪୮ ମୃତ ଏବଂ କେରଳରେ ୩୮,୧୪୪ ଆକ୍ରାନ୍ତ ଓ ୧୨୬ ଜଣଙ୍କର ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ଼ ୮ ଲକ୍ଷ ୩୦ ହଜାର ୩୯୧ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ମୋଟ କରୋନା ପରୀକ୍ଷଣ ସଂଖ୍ୟା ୨ କୋଟି ୬୮ ଲକ୍ଷ ୪୫ ହଜାର ୬୮୮ ରେ ପହଞ୍ଚିଛି । ଏଥି ମଧ୍ୟରୁ ୨୩,୯୬,୬୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ଅନ୍ୟ ନମୂନା ଗୁଡ଼ିକ ନେଗେଟିଭ ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬,୯୫,୯୮୨ ଜଣ ଆରୋଗ୍ୟ ହୋଇଛନ୍ତି । ୬,୫୩,୬୨୨ ଜଣ ଚିକିତ୍ସାଧିନ ଥିବା ବେଳେ ୪୭,୦୩୩ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here