ସମଗ୍ର ଦେଶରୁ ଆଉ ୬୮,୮୯୮ ଜଣ କରୋନା ପଜିଟିଭ ଚିହ୍ନଟ ଓ ୯୮୩ ମୃତ

0
753

ଇଏନ୍‌ଏନ୍ ବ୍ୟୁରୋ, ୨୧/୦୮/୨୦- ଦୃତ ଗତିରେ ସମଗ୍ର ଦେଶରେ କାୟାବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଲଗାତାର ଭାବେ ଦେଶରେ ୩ ଦିନଧରୀ ଚିହ୍ନଟ ହୋଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ରହିଛି । ଗତ କାଲି ୬୯,୬୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ୯୭୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ୬୮,୮୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୮୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮୨୩ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୪ ହଜାର ୮୪୯ କୁ ବୃଦ୍ଧି ହୋଇଛି ।
ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁ ନାହିଁ । ଦେଶ ମଧ୍ୟରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଛି ମହାରାଷ୍ଟ୍ର । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୪,୬୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୩ ହଜାର ୨୮୯ ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୩୨୬ ଜଣ ଙ୍କର ମୃତ୍ୟୁ ହୋଇଛି ଓ ମୃତ୍ୟୁ ସଂଖ୍ୟା ୨୧ ହଜାର ୩୫୯ କୁ ବୃଦ୍ଧି ହୋଇଛି । ମହାରାଷ୍ଟରେ ୪ ଲକ୍ଷ ୫୯ ହଜାର ୧୨୪ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ୧ ଲକ୍ଷ ୬୨ ହଜାର ୮୦୬ ଜଣ ଚିକିତ୍ସାଧିନ ଅଛନ୍ତି । ତାମିଲନାଡ଼ୁରେ ଗତ ୨୪ଘଣ୍ଟା ମଧ୍ୟରେ ୫,୯୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୩ ରେ ପହଞ୍ଚିଛି । ଗତ କାଲି ୧୧୬ ଜଣ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ୬,୨୩୯ କୁ ବୃଦ୍ଧି ହୋଇଛି । ତାମିଲନାଡ଼ୁରେ ୩ ଲକ୍ଷ ୧ ହଜାର ୯୧୩ ଜଣ ଆରୋଗ୍ୟ ହୋଇଛନ୍ତି । ୫୩,୨୮୩ ଜଣ ଚିକିତ୍ସାଧିନ ଅଛନ୍ତି । ସଂକ୍ରମଣ ସଂଖ୍ୟାର ୩ୟ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ । ଏଠାରେ ୯,୩୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୩୯୬ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୯୫ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା ୩,୦୦୧ ରେ ପହଞ୍ଚିଛି । ଆନ୍ଧ୍ର ପ୍ରଦେଶରେ ୨ ଲକ୍ଷ ୩୫ ହଜାର ୨୮୧ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ୮୭,୧୭୭ ଜଣ ଚିକିତ୍ସାଧିନ ଅଛନ୍ତି ।


ସେହିଭଳି କର୍ଣ୍ଣାଟକରେ ୨,୫୬,୯୭୫ ଆକ୍ରାନ୍ତ ଓ ୪,୪୨୯ ମୃତ, ଉତ୍ତର ପ୍ରଦେଶରେ ୧,୭୨,୩୩୪ ଆକ୍ରାନ୍ତ ଓ ୨,୭୩୩ ମୃତ, ଦିଲ୍ଳୀରେ ୧,୫୭,୩୫୪ ଆକ୍ରାନ୍ତ ଓ ୪,୨୫୭ ମୃତ, ପଶ୍ଚିମବଙ୍ଗରେ ୧,୨୯,୧୧୯ ଆକ୍ରାନ୍ତ ଓ ୨,୬୩୪ ମୃତ, ବିହାରରେ ୧,୧୪,୯୪୧ ଆକ୍ରାନ୍ତ ଓ ୪୯୨ ମୃତ, ତେଲଙ୍ଗାନାରେ ୯୯,୩୯୧ ଆକ୍ରାନ୍ତ ଓ ୭୩୭ ମୃତ, ଆସାମରେ ୮୬,୦୫୨ ଆକ୍ରାନ୍ତ ଓ ୨୨୧ ମୃତ, ଗୁଜୁରାଟରେ ୮୩,୧୦୯ ଆକ୍ରାନ୍ତ ଓ ୨,୮୫୩ ମୃତ, ଓଡ଼ିଶାରେ ୭୦,୦୨୦ ଆକ୍ରାନ୍ତ ଓ ୩୮୦ ମୃତ, ରାଜସ୍ଥାନରେ ୬୬,୬୧୯ ଆକ୍ରାନ୍ତ ଓ ୯୨୧ ମୃତ, କେରଳରେ ୫୨,୧୯୯ ଆକ୍ରାନ୍ତ ଓ ୧୯୧ ମୃତ ଓ ହରିୟାଣାରେ ୫୦,୯୨୬ ଆକ୍ରାନ୍ତ ଓ ୫୭୮ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ଲକ୍ଷ ୫ ହଜାର ୯୮୫ ଟି ନମୂନା ପରୀକ୍ଷଣ ହୋଇଛି । ଏଥି ସହ ଦେଶରେ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୩ କୋଟି ୩୪ ଲକ୍ଷ ୬୭ ହଜାର ୨୩୭ ରେ ପହଞ୍ଚିଛି । ସେଥିମଧ୍ୟରୁ ୨୯,୦୫,୮୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୨,୨୮୨ ଜଣ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ୨୧ ଲକ୍ଷ ୫୮ ହଜାର ୯୪୬ ଜଣ ଆରୋଗ୍ୟ ହୋଇଛନ୍ତି । ୬ ଲକ୍ଷ ୯୨ ହଜାର ୨୮ ଜଣ ଚିକିତ୍ସାଧିନ ରହିଛନ୍ତି ଓ ୫୪,୮୪୯ ଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here