ଭାରତରେ ଆଜି ୬୯,୯୨୧/୮୧୯

0
131

ଇଏନ୍‌ଏନ୍ ବ୍ୟୁରୋ, ୦୧/୦୯/୨୦- ଭାରତ ଏବେ ବିଶ୍ୱର କରୋନା ହଟସ୍ପଟ ପାଲଟିଛି । କ୍ରମାଗତ ଭାବେ ଦେଶରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଲଗାତାର ଭାବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୬୦ ହଜାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୬୯,୯୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୮୧୯ ଜଣଙ୍କର ଏହି ମହାମାରୀ ଜୀବନ ନେଇଛି । ଏଥି ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୯୧ ହଜାର ୧୬୫ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୫,୨୮୮ କୁ ବୃଦ୍ଧି ହୋଇଛି ।
ଦୈନିକ ସଂକ୍ରମଣ ସଂଖ୍ୟାରେ ଦେଶ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି । ଏଠି ଦୈନିକ ସଂକ୍ରମଣ ସଂଖ୍ୟା ୧୧ ହଜାରରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ୧୧,୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୨ ହଜାର ୫୪୧ ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୧୮୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୨୪,୫୮୩ କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ରରେ ୫ ଲକ୍ଷ ୭୩ ହଜାର ୫୫୯ ଜଣ ଆରୋଗ୍ୟ ହୋଇଛନ୍ତି ଓ ୧,୯୪,୩୯୯ ଜଣ ଚିକିତ୍ସାଧିନ ଅଛନ୍ତି । ୨ୟ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ । ଏଠାରେ ୧୦,୦୦୪ ଜଣ ନୂଆ ପଜିଟିଭ ଚିହ୍ନଟ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୪ ହଜାର ୭୭୧ ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୮୫ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା ୩,୯୬୯ ରେ ପହଞ୍ଚିଛି । ୩ ଲକ୍ଷ ୩୦ ହଜାର ୫୨୬ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ୧,୦୦,୨୭୬ ଜଣ ଚିକିତ୍ସାଧିନ ଅଛନ୍ତି । ଏହା ତଳକୁ ରହିଛି ତାମିଲନାଡୁ । ଏଠାରେ ୫,୯୫୬ ନୂଆ ପଜିଟିଭ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୪୧ ରେ ପହଞ୍ଚିଛି । ଆଉ ୯୧ ଜଣଙ୍କ ମୃତ୍ୟୁ ସହ ୭,୩୨୨ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ୩ ଲକ୍ଷ ୬୮ ହଜାର ୧୪୧ ଜଣ ଆରୋଗ୍ୟ ହୋଇଛନ୍ତି ଓ ୫୨,୫୭୮ ଜଣ ଚିକିତ୍ସାଧିନ ଅଛନ୍ତି ।


ସେହିଭଳି କର୍ଣ୍ଣାଟକରେ ୩,୪୨,୪୨୩ (୬,୪୯୫ ଗତ ୨୪ ଘଣ୍ଟା ମଧ୍ୟରେ) ଆକ୍ରାନ୍ତ ଓ ୫,୭୦୨ (୧୧୩) ମୃତ, ଉତ୍ତର ପ୍ରଦେଶରେ ୨,୩୦,୪୧୪ (୪,୭୮୨) ଓ ୩,୪୮୬ (୬୩) ମୃତ, ଦିଲ୍ଲୀରେ ୧,୭୪,୭୮୪ (୧,୩୫୮) ଆକ୍ରାନ୍ତ ଓ ୪,୪୪୪ (୧୮) ମୃତ, ପଶ୍ଚିମବଙ୍ଗରେ ୧,୬୨,୭୭୮ (୨,୯୯୩) ଆକ୍ରାନ୍ତ ଓ ୩,୨୨୮ (୫୨) ମୃତ, ବିହାରରେ ୧,୩୬,୪୫୭ (୧,୪୨୨) ଆକ୍ରାନ୍ତ ଓ ୫୮୨ (୪) ମୃତ, ତେଲଙ୍ଗାନାରେ ୧,୨୭,୬୯୭ (୨,୭୩୪) ଆକ୍ରାନ୍ତ ଓ ୮୩୬ (୯) ମୃତ, ଆସାମରେ ୧,୦୯,୦୪୦ (୩,୨୬୬) ଆକ୍ରାନ୍ତ ଓ ୩୦୬ (୧୦) ମୃତ, ଓଡ଼ିଶାରେ ୧,୦୩,୫୩୬ (୨,୨୦୬) ଆକ୍ରାନ୍ତ ଓ ୪୯୨ (୧୦) ମୃତ, ଗୁଜୁରାଟରେ ୯୬,୩୦୦ (୧,୨୯୧) ଆକ୍ରାନ୍ତ ଓ ୩,୦୨୦ (୧୪ ) ମୃତ, ରାଜସ୍ଥାନରେ ୮୧,୬୯୩ (୧,୪୬୬) ଆକ୍ରାନ୍ତ ଓ ୧,୦୫୬ (୧୩) ମୃତ, କେରଳରେ ୭୫,୩୮୫ (୧,୫୩୦) ଆକ୍ରାନ୍ତ ଓ ୨୯୪ (୭) ମୃତ ଏବଂ ହରିୟାଣାରେ ୬୪,୭୩୨ (୧,୪୫୦) ଆକ୍ରାନ୍ତ ଓ ୬୮୯ (୭) ମୃତ୍ୟୁ ହୋଇଛି ।


ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୧୬ ହଜାର ୯୨୦ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୪ କୋଟି ୩୩ ଲକ୍ଷ ୨୪ ହଜାର ୮୩୪ ରେ ପହଞ୍ଚିଛି । ସେଥିମଧ୍ୟରୁ ୩୬,୯୧,୧୬୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭଙ୍କ ମଧ୍ୟରୁ ୨୮,୩୯,୮୮୨ ଜଣ ଆରୋଗ୍ୟ ହୋଇଥିବା ବେଳେ ୭,୮୫,୯୯୬ ଜଣ ଚିକିତ୍ସାଧିନ ଅଛନ୍ତି । ୬୫,୨୮୮ ଜଣଙ୍କର କରୋନା ଭୂତାଣୁ ସଂକ୍ରମିତ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here