୨୪ ଘଣ୍ଟା ମଧ୍ୟରେ ଭାରତରେ ୭୭,୨୬୬/୧,୦୫୭

0
418

ଇଏନ୍‌ଏନ୍ ବ୍ୟୁରୋ, ୨୮/୦୮/୨୦- ହୁ ହୁ ହୋଇ ଭାରତରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଲଗାତାର ଭାବେ ଦୈନିକ ଚିହ୍ନଟ ହେଉଥିବା ନୂଆ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୭୭,୨୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୧,୦୫୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ୩୩ ଲକ୍ଷ ୮୭ ହଜାର ୫୦୦ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ୬୧ ହଜାର ୫୨୯ ରେ ପହଞ୍ଚିଛି ।
ଆଜି ଦେଶରୁ ୭୭,୨୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୪,୮୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରୁ ୫,୯୮୧ ଜଣ, ଆନ୍ଧ୍ର ପ୍ରଦେଶରୁ ୧୦,୬୨୧ ଜଣ, କର୍ଣ୍ଣାଟକରୁ ୯,୩୮୬ ଜଣ, ଉତ୍ତର ପ୍ରଦେଶରୁ ୫,୩୯୧ ଜଣ, ଦିଲ୍ଲୀରୁ ୧,୮୪୦ ଜଣ, ପଶ୍ଚିମବଙ୍ଗରୁ ୨,୯୯୭ ଜଣ, ବିହାରରୁ ୨,୦୬୬ ଜଣ, ତେଲଙ୍ଗାନାରୁ ୨,୯୩୨ ଜଣ, ଆସାମରୁ ୨,୦୩୬ ଜଣ, ଗୁଜୁରାଟରରୁ ୧,୧୮୫ ଜଣ, ଓଡ଼ିଶାରୁ ୩,୩୮୪ ଜଣ, ରାଜସ୍ଥାନରୁ ୧,୩୪୫ ଜଣ, କେରଳରୁ ୨,୪୦୬ ଜଣ, ହରିୟାଣାରୁ ୧,୨୯୩ ଜଣ, ମଧ୍ୟ ପ୍ରଦେଶରୁ ୧,୩୧୭ ଜଣ, ପଞ୍ଜାବରୁ ୧,୭୪୬ ଜଣ, ଜାମ୍ମୁ-କାଶ୍ମୀରୁ ୬୫୫ ଜଣ, ଝାଡ଼ଖଣ୍ଡରୁ ୧,୩୫୦ ଜଣ, ଉତ୍ତରାଖଣ୍ଡରୁ ୭୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ସେହିଭଳି ପଡ଼ୁଚେରିରୁ ୫୦୪, ତ୍ରିପୁରାରୁ ୫୦୬, ମଣିପୁରରୁ ୧୪୦, ହିମାଚଳ ପ୍ରଦେଶରୁ ୧୮୦, ନାଗାଲାଣ୍ଡରୁ ୬, ଅରୁଣାଚଳ ପ୍ରଦେଶରୁ ୭୮,ଚଣ୍ଡିଗଡ଼ରୁ ୧୮୮, ଆଣ୍ଡାମାନ ଓ ନିକୋବରୁ ୩୩, ଲଦାଖରୁ ୪୧, ଦାଦ୍ରା ନଗରହାବିଳୀ ଓ ଡ଼ାମନଡ଼ିୟୁରୁ ୩୮, ମେଘାଳୟରୁ ୭୯, ସିକ୍କିମରୁ ୫୬, ଓ ମିଜୋରାମରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୃତ୍ୟୁ ହୋଇଥିବା ୧,୦୫୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୩୫୫ ଜଣ, ତାମିଲନାଡୁରୁ ୧୦୯ ଜଣ, ଆନ୍ଧ୍ର ପ୍ରଦେଶରୁ ୯୨ ଜଣ, କର୍ଣ୍ଣାଟକରରୁ ୧୪୧ ଜଣ, ଉତ୍ତର ପ୍ରଦେଶରୁ ୬୮ ଜଣ, ଦିଲ୍ଳୀରୁ ୨୨ ଜଣ, ପଶ୍ଚିମବଙ୍ଗରୁ ୫୩ ଜଣ, ତେଲଙ୍ଗାନାରୁ ୧୧ ଜଣ, ଗୁରୁରାଟରୁ ୧୭ ଜଣ, ରାଜସ୍ଥାନରୁ ୧୩ ଜଣ, କେରଳରୁ ୧୦ ଜଣ, ହରିୟାଣାରୁ ୧୨ ଜଣ, ମଧ୍ୟ ପ୍ରଦେଶରୁ ୨୪ ଜଣ, ପଞ୍ଜାବରୁ ୩୭ ଜଣ, ଜାମ୍ମୁ-କାଶ୍ମୀରରୁ ୧୪ ଜଣ, ଝାରଖଣ୍ଡରୁ ୧୧ ଜଣ, ଛତିଶଗଡ଼ରୁ ୧୪ ଜଣ ଓ ପଡ଼ୁଚେରୀରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୦୧,୩୩୮ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ଦେଶରେ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୩ କୋଟି ୯୪ ଲକ୍ଷ ୭୭ ହଜାର ୮୪୮ ରେ ପହଞ୍ଚିଛି । ସେଥିମଧ୍ୟରୁ ୩୩,୮୭,୫୦୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭଙ୍କ ମଧ୍ୟରୁ ୨୫,୮୩,୯୪୮ ଜଣ ଆରୋଗ୍ୟ ହୋଇଥିôବା ବେଳେ ୭,୪୨,୦୨୩ ଜଣ ଚିକିତ୍ସାଧିନ ଅଛନ୍ତି । ୬୧,୫୨୯ ଜଣଙ୍କର ଏହି ଭୂତାଣୁ ଦ୍ୱାରା ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here