ଭାରତ ସ୍ୱାଧୀନ ହେବା ପରଠାରୁ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଗଲାଣି ୨,୧୭୩ ଜୀବନ ।

0
119

ଇଏନ୍‌ଏନ୍ ବ୍ୟୁରୋ, ୨୩/୦୮/୨୦- ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା । ଏହାର ପରବର୍ତ୍ତୀ ସମୟରେ ବିମାନ ଦୁର୍ଘଟଣାଗୁଡ଼ିରେ ୨,୧୭୩ ଜଣଙ୍କର ପ୍ରାଣହାନୀ ହୋଇଛି । ଆଜି ପର୍ଯ୍ୟନ୍ତ ହୋଇଥିବା ବିମାନ ଦୁର୍ଘଟଣା ଗୁଡ଼ିକରୁ ପ୍ରାୟ ୮୦% ପାଇଲଟଙ୍କ ତ୍ରୁଟି ପାଇଁ ହୋଇଥିବା ଆଭିଏସନ୍ ସେଫ୍ଟି ନେଟ୍‌ୱାର୍କ ନାମକ ଏକ ଘରୋଇ ସଂସ୍ଥା କରିଥିବା ଅନୁଧ୍ୟାନରୁ ଜଣା ପଡ଼ିଛିି । ଏହି ଅନୁଧ୍ୟାନରେ ଚାଡ଼ାର୍ଡ଼ ବିମାନ, ପ୍ରଶିକ୍ଷଣ ବିମାନ, କାର୍ଗୋ ବିମାନ, କିମ୍ବା ବିନା ଯାତ୍ରୀର ବିମାନ ଦୁର୍ଘଟଣାକୁ ସାମିଲ କରାଯାଇ ନାହିଁ । କେବଳ ଯାତ୍ରୀବାହୀ ବିମାନର ତଥ୍ୟ ସାମିଲ କରାଯାଇଛି । ନିକଟରେ କେରଳର କୋଜିକୋଟ ବିମାନ ବନ୍ଦରରେ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଥିଲା ସ୍ୱାଧିନ ଭାରତର ୫୨ ତମ ବିମାନ ଦୁର୍ଘଟଣା । ମୋଟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ମଧ୍ୟରୁ ୪୦ ଟିି ଭାରତୀୟ ବିମାନ ରହିଥିବା ବେଳେ ୧୨ ଟି ବିମାନ ବିଦେଶୀ କମ୍ପାନୀର ରହିଛି । ଏହି ସମୟ ମଧ୍ୟରେ ଶତାଧିକ ବାଣିଜ୍ୟିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ଏଥିରେ କାହାର ମୃତ୍ୟୁ ହୋଇନାହିଁ । ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ସମୟକୁ ସବୁଠୁ ସୁରକ୍ଷିତ ସମୟ ଭାବେ ବିଚାର କରାଯାଉଛି ।

ଦେଶର ୧୦ ଟି ପ୍ରମୁଖ ବିମାନ ଦୁର୍ଘଟଣା ହିରିୟାଣାର ଚରଖି ଦାଦ୍‌ରି, ଅହମ୍ମଦାବାଦ, ମୁମ୍ବାଇ, ଦିଲ୍ଲୀ, ଇମ୍ପାଲ, ବାଙ୍ଗାଲୋର, ମାଙ୍ଗାଲୋର ଓ ଜୁନାରରେ ଘଟିଛି । ୨୦୧୦ର ମାଙ୍ଗାଲୋର ବିମାନ ଦୁର୍ଘଟଣାରେ ୧୫୮ ଜଣଙ୍କର ମୃତ୍ୟୁ ହୋଇଥିଲା । ହରିୟାଣାର ଦାଦ୍‌ରିରେ ସାଉଦିଆରବର ଏକ ଜମ୍ବୋ ଜେଟ୍ ଓ କାଜାକ୍ ଏୟାରଲାଇନ୍ସର ବିମାନ ମଧ୍ୟରେ ମଝି ଆକାଶରେ ଧକ୍କା ହେବାରୁ ୩୪୯ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୯୭୮ରେ ମୁମ୍ବାଇରୁ ଏକ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ସମୁଦ୍ର ପାଖରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here