ସ୍କାଙ୍ଗୁର ଗ୍ୟାପ୍‌ରେ ଚୀନ୍‌ର ବ୍ୟାପକ ସେନା ମୁତୟନ

0
148

ଇଏନ୍‌ଏନ୍ ବ୍ୟୁରୋ, ୧୪/୦୯/୨୦-ପୂର୍ବ ଲଦାଖରେ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଭାଗରେ ଥିବା ସ୍କାଙ୍ଗୁର ଗ୍ୟାପ୍ ଅଞ୍ଚଳରେ ଭାରତ ସେନା ଓ ଚୀନ୍ ସେନା ମୁହାଁମୁହିଁ ହୋଇ ରହିଛନ୍ତି । ସ୍କୁାଙ୍ଗୁର ହ୍ରଦକୁ ଲାଗି ରହିଥିବା ଗୁରଙ୍ଗ ଏବଂ ମଗର ପର୍ବତର ମଧ୍ୟବର୍ତ୍ତୀ ଅଞ୍ଚଳକୁ ସ୍କାଙ୍ଗୁର ଗ୍ୟାପ୍ ବୋଲି କୁହାଯାଉଛି । ଚୀନ୍ ସେନା ଏଠାରେ ବ୍ୟାପକ ପରିମାଣରେ ସୈନିକ, ଟ୍ୟାଙ୍କ୍ ଏବଂ ତୋପ ମୁତୟନ କରିଛି । ତା’ର ଜବାବ ଦେବାକୁ ଭାରତୀୟ ସେନା ବି ସେଠାରେ ଆବଶ୍ୟକ ସଂଖ୍ୟାରେ ସୈନିକ ଓ ଯୁଦ୍ଧାସ୍ତ୍ର ନିୟୋଜିତ କରିଛି । ସେଠାରେ ଭାରତର ସାମରିକ ସ୍ଥିତି ଏବେ ଭଲ ଅଛି । କାରଣ ଭାରତ ସେଠାରେ କିଛି ପର୍ବତ ଶିଖର ଉପରେ କବ୍‌ଜା କରିଛି ଯେଉଁଠାରୁ ସିଏ ପର୍ବତ ପାଦଦେଶରେ ଥିବା ଚୀନ୍ ସେନାର ଗତିବିଧି ଉପରେ ସବୁବେଳେ ନଜର ରଖିପାରିବ । ତେବେ ଦୁଇ ଦେଶର ସେନା ମଧ୍ୟରେ ଦୂରତା କମ୍ ଅଛି ଏବଂ ଉଭୟ ଉଭୟଙ୍କ ଫାୟାର ରେଂଜରେ ଅଛିନ୍ତି ।

LEAVE A REPLY

Please enter your comment!
Please enter your name here