ଦେଶରେ ୩ କୋଟି ପାର କଲା ନମୂନା ପରୀକ୍ଷଣ । ୨୪ ଘଣ୍ଟା ମଧ୍ୟରେ ୮,୯୯,୮୬୪ ଟି ନମୂନା ପରୀକ୍ଷଣ । ୫୫,୦୭୯ ଆକ୍ରାନ୍ତ ଚିହ୍ନଟ ଓ ୮୭୬ ମୃତ ।

0
348

ଇଏନ୍‌ଏନ୍ ବ୍ୟୁରୋ, ୧୮/୦୮/୨୦- ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନମୂନା ପରୀକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଇତି ମଧ୍ୟରେ ଦେଶରେ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୩ କୋଟି ପାର କରି ୩ କୋଟି ୯ ଲକ୍ଷ ୪୧ ହଜାର ୨୬୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ଲକ୍ଷ ୯୯ ହଜାର ୮୬୪ ଟି ନମୂନା ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ୫୫ ହଜାର ୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ୮୭୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୨ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୧ ହଜାର ୭୯୭ କୁ ବୃଦ୍ଧି ହୋଇଛି ।


ଦେଶମଧ୍ୟରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର । ଏଠାରେ ୬ ଲକ୍ଷ ୪ ହଜାର ୩୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ୨୦ ହଜାର ଅତିକ୍ରମ କରିଛି । ଏଠାରେ କରୋନା ସଂକ୍ରମିତମୃତ୍ୟୁ ସଂଖ୍ୟା ୨୦ ହଜାର ୨୬୫ କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ରରେ ୪ଲକ୍ଷ ୨୮ ହଜାର ୫୧୪ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ୧ ଲକ୍ଷ ୫୫ ହଜାର ୫୭୯ ଜଣ ଚିକିତ୍ସାଧିନ ଅଛନ୍ତି । କରୋନା ସଂକ୍ରମିତ ହୋଇଥିବା ଲୋକ ସଂଖ୍ୟାରେ ୨ୟ ସ୍ଥାନରେ ରହିଛି ତାମିଲନାଡୁ । ତାମିଲନାଡୁରେ ୩ ଲକ୍ଷ ୪୩ ହଜାର ୯୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୮୩ ହଜାର ୯୩୭ ଜଣ ଆରୋଗ୍ୟ ହୋଇଥିବା ବେଳେ ୫୪ ହଜାର ୧୨୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୫,୮୮୬ ଜଣଙ୍କର ମୃତ୍ୟୁ ହୋଇଛି । ୩ୟ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ । ଏଠାରେ ମୋଟ ୨ ଲକ୍ଷ ୯୬ ହଜାର ୬୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୯ ହଜାର ୧୦୦ ଜଣ ଆରୋଗ୍ୟ ହୋଥିବା ବେଳେ ୮୪ ହଜାର ୭୭୭ ଜଣ ଚିକିତ୍ସାଧିନ ଅଛନ୍ତି । ୨,୭୩୨ ଜଣଙ୍କର ମୃତ୍ୟୁ ହୋଇଛି ।
ସେହିଭଳି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାର ୪ର୍ଥ ସ୍ଥାନରେ ରହିଛି କର୍ଣ୍ଣାଟକ (୨,୩୩,୨୮୩) ଜଣ, ୫ମ ସ୍ଥାନରେ ଉତ୍ତର ପ୍ରଦେଶ (୧,୫୮,୨୧୬) ଜଣ, ୬ଷ୍ଠ ସ୍ଥାନରେ ଦିଲ୍ଳୀ (୧,୫୩,୩୬୭) ଜଣ, ୭ମ ସ୍ଥାନରେ ପଶ୍ଚିମବଙ୍ଗ (୧,୧୯,୫୭୮) ଜଣ, ୮ମ ସ୍ଥାନରେ ବିହାର (୧,୦୬,୩୦୭) ଜଣ, ୯ମ ସ୍ଥାନରେ ତେଲଙ୍ଗାନା (୯୩,୯୩୭) ଜଣ ଓ ୧୦ମ ସ୍ଥାନରେ ଗୁଜୁରାଟ (୭୯,୭୧୦) ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ମୃତଙ୍କ ସଂଖ୍ୟାରେ ପ୍ରଥମ ୧୦ ଟି ସ୍ଥାନରେ ରହିଛନ୍ତି ଯଥାକ୍ରମେ ମହାରାଷ୍ଟରେ (୨୦,୨୬୫) ଜଣ, ତାମିଲନାଡୁରେ (୫,୮୮୬) ଜଣ, ଦିଲ୍ଳୀରେ (୪,୨୧୪) ଜଣ, କର୍ଣ୍ଣାଟକରେ (୪,୦୬୨) ଜଣ, ଗୁଜୁରାଟରେ (୨,୮୦୦) ଜଣ, ଆନ୍ଧ୍ର ପ୍ରଦେଶରେ (୨,୭୩୨) ଜଣ, ଉତ୍ତର ପ୍ରଦେଶରେ (୨,୫୧୫) ଜଣ, ପଶ୍ଚିମବଙ୍ଗରେ (୨,୪୭୩) ଜଣ, ମଧ୍ୟ ପ୍ରଦେଶରେ (୧,୧୨୮) ଜଣ ଓ ରାଜସ୍ଥାନରେ (୮୮୭) ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ଦେଶରେ ମୋଟ ୩ କୋଟି ୯ ଲକ୍ଷ ୪୧ ହଜାର ୨୬୪ ଟି ନମୂନା ପରୀକ୍ଷଣ ମଧ୍ୟରୁ ୨୭ ଲକ୍ଷ ୨ହାଜର ୭୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଲକ୍ଷ ୭୭ ହଜାର ୭୭୯ ଜଣ ଆରୋଗ୍ୟ ହୋଇଛନ୍ତି ଓ ୬ ଲକ୍ଷ ୭୩ ହଜାର ୧୬୬ ଜଣ ଚିକିତ୍ସାଧିନ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ହଜାର ୭୯୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here