ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୬୦ ହଜାର ପାର । ଆଜି ରେକର୍ଡ଼ ୭୫,୭୨୦ ପଜିଟିଭ ଚିହ୍ନଟ ଓ ୧,୦୨୩ ମୃତ ।

0
413

ଇଏନ୍‌ଏନ୍ ବ୍ୟୁରୋ, ୨୭/୦୮/୨୦- ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ଦେଶରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୬୦ ହଜାର ପାର କରି ୬୦, ୪୭୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ଼ ପରିମାଣ ର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରୁ ୭୫,୭୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୦୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୪ କୁ ବୃଦ୍ଧି ହୋଇଛି ଓ ୬୦ ହଜାର ୪୭୨ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧,୦୨୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୦,୪୭୨ କୁ ବୃଦ୍ଧି ହୋଇଛି । ସେଥିମଧ୍ୟରୁ ମହାରାଷ୍ଟ୍ରରେ ୨୩,୦୮୯ (୨୪ ଘଣ୍ଟା ମଧ୍ୟରେ ୨୯୫) ଜଣ, ତାମିଲନାଡ଼ୁରେ ୬,୮୩୯ (୧୧୮) ଜଣ, କର୍ଣ୍ଣାଟକରେ ୫,୦୯୧ (୧୩୩) ଜଣ, ଆନ୍ଧ୍ର ପ୍ରଦେଶରେ ୩,୫୪୧ (୮୧) ଜଣ, ଦିଲ୍ଲୀରେ ୪,୩୪୭ (୧୭) ଜଣ, ଉତ୍ତର ପ୍ରଦେଶରେ ୩,୧୪୭ (୫୫) ଜଣ, ପଶ୍ଚିମବଙ୍ଗରେ ୨,୯୬୪ (୫୫) ଜଣ ପଞ୍ଜାବରେ ୧,୨୧୯ (୪୧) ଜଣ, ମଧ୍ୟ ପ୍ରଦେଶରେ ୧,୨୮୨ (୧୭) ଜଣ ଓ ଗୁଜୁରାଟରେ ୨,୯୪୫ (୧୭) ଜଣଙ୍କର ମୃତ୍ୟୁ ହୋଇଛି ।
ସେହିଭଳି ଆସାମରେ ୨୭୪ (୧୪) ଜଣ, ବିହାରରେ ୫୩୦ (୧୧) ଜଣ, ଛତିଶଡ଼ରେ ୨୩୧ (୧୦) ହରିୟାଣାରେ ୬୩୪ (୧୧) ଜଣ, ଜାମ୍ମୁ-କାଶ୍ମୀରରେ ୬୫୭ (୧୯) ଜଣ, ଝାରଖଣ୍ଡରେ ୩୬୨ (୧୫) ଜଣ, କେରଳରେ ୨୫୭ (୧୩) ଜଣ, ଓଡ଼ିଶାରେ ୪୪୧ (୧୩)ଜଣ, ରାଜସ୍ଥାନରେ ୯୯୨ (୧୨) ଜଣ, ତେଲଙ୍ଗାନାରେ ୭୮୮ (୮) ଜଣ ଓ ଉତ୍ତରାଖଣ୍ଡରେ ୨୧୯ (୬) ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୭୫,୭୬୦ ଜଣ ପଜିଟିଭଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୧୪,୮୮୮ ଜଣ, ତାମିଲନାଡୁରୁ ୫,୯୫୮ ଜଣ, ଆନ୍ଧ୍ର ପ୍ରଦେଶରୁ ୧୦,୮୩୦ ଜଣ, କର୍ଣ୍ଣାଟକରୁ ୮,୫୮୦ ଜଣ, ଉତ୍ତର ପ୍ରଦେଶରୁ ୫,୬୪୦ ଜଣ, ଦିଲ୍ଲୀରୁ ୧,୬୯୩ ଜଣ, ପଶ୍ଚିମବଙ୍ଗରୁ ୨,୯୭୪ ଜଣ, ବିହାରରୁ ୨,୧୭୮ ଜଣ, ତେଲଙ୍ଗାନାରୁ ୨,୭୯୫ ଜଣ, ଆସାମରୁ ୨,୧୭୯ ଜଣ ଓ ଗୁଜୁରାଟରୁ ୧,୧୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯ ଲକ୍ଷ ୨୪ ହଜାର ୯୯୮ ଟି ନମୂନା ପରୀକ୍ଷଣ ହୋଇଛି । ଏଥି ସହ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୩ କୋଟି ୮୫ ଲକ୍ଷ ୭୬ ହଜାର ୫୧୦ ରେ ପହଞ୍ଚିଛି । ସେଥିମଧ୍ୟରୁ ୩୩,୧୦,୨୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫,୨୩,୭୭୧ ଜଣ ଆରୋଗ୍ୟ ହୋଇଥିବା ବେଳେ ୭,୨୫,୯୯୧ ଜଣ ଚିକିତ୍ସାଧିନ ଅଛନ୍ତି । ୬୦,୪୭୨ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here