କରୋନା ପ୍ରଭାବ- ଦେଶରେ ବୃହତ ବନ୍ଦର ମାଲ ପରିଚାଳନା ୧୮% ହ୍ରାସ ।

0
343

ଇଏନ୍‌ଏନ୍ ବ୍ୟୁରୋ, ୧୦/୦୮/୨୦-କରୋନା ମହାମାରୀ କାରଣରୁ ଏପ୍ରିଲ ରୁ ଜୁଲାଇ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଦେଶର ୧୨ ଟି ବୃହତ ବନ୍ଦରର ମାଲ ପରିଚାଳନା ୧୦.୦୬% କମ ହୋଇଛି । ୨୦୨୦-୨୧ର ପ୍ରଥମ ୪ ମାସରେ ବୃହତ ବନ୍ଦରଗୁଡ଼ିକ କେବଳ ୧୯୩.୩୮ ନିୟୁତ ଟନ୍ ମାଲ ପରିଚାଳନା କରିଛନ୍ତି । ଭାରତୀୟ ବନ୍ଦର ସଂଘ (ଆଇପିଏ) ପକ୍ଷରୁ ଏହି ଭଳି ସୂଚନା ପ୍ରଦାନ କରାଯାଇଛି ।
ଆଇପିଏ କହିଛି, ଲଗାତାର ଚତୁର୍ଥ ମାସ ପାଇଁ ବୃହତ ବନ୍ଦର ଗୁଡ଼ିକର ମାଲ ପରିଚାଳନାରେ ଏହିଭଳି ହ୍ରାସ ଦେଖିବାବୁ ମିଳିଛି । ୨୦୧୯-୨୦ ଏପ୍ରିଲ- ଜୁଲାଇରେ ଏହି ୧୨ ଟି ବନ୍ଦରରେ ମୋଟ ୨୩୬.୦୧ ନିୟୁତ ଟନ୍ ମାଲ ପରିଚାଳନା କରାଯାଇଥିଲା । ବୃହତ ବନ୍ଦରଗୁଡ଼ିକ ମଧ୍ୟରୁ ଚେନ୍ନାଇ, କୋଚିନ ଓ କାମରାଜର ବନ୍ଦରର ମାଲ ପରିଚାଳନା ୩୦%ରୁ ଅଧିକ ଖସିଥିବା ବେଳେ ,ଜେଏନ୍‌ପିଟି, କୋଲକତା ବନ୍ଦରର ମାଲ ପରିଚାଳନା ୨୦%ରୁ ଅଧିକ ଖସିଛି ।
ସୁଚନା ଅନୁଯାଇ, ଦୀନଦୟାଲ, ମୁମ୍ବାଇ, ଜେଏନ୍‌ପିଟି, ମୋର୍ମୁଗାଓ, ନ୍ୟୁ ମାଙ୍ଗାଲୋର, କୋଚିନ୍‌, ଚେନ୍ନାଇ, କାମରାଜର (ଏର୍ଣ୍ଣୋର), ଭି. ଓ ଚିଦାମ୍ବରନର, ବିଶାଖାପାଟନମ୍‌, ପାରାଦ୍ୱୀପ ଓ କୋଲକାତା (ହଳଦିଆ ସହିତ) ଭଳି ୧୨ ଟି ବନ୍ଦରକୁ କେନ୍ଦ୍ର ସରକାର ପରିଚାଳନା କରିଥାନ୍ତି । ଏହି ବନ୍ଦରଗୁଡ଼ିକ ଦେଶର ମୋଟ ମାଲ୍‌ର ପ୍ରାୟ ୬୧% ପରିଚାଳନା କରିଥାନ୍ତି । ଗତ ଆର୍ଥିକ ବର୍ଷ ଏହି ୧୨ ଟି ବନ୍ଦର ୭୦୫ ନିୟୁତ ଟନ ମାଲ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here