ଭାରତରେ ୨୪ ଘଣ୍ଟାରେ ୨୯,୪୨୯ ଆକ୍ରାନ୍ତ, ୫୮୨ ମୃତ ।

0
317

ଇଏନ୍‌ଏନ୍ ବ୍ୟୁରୋ, ୧୫/୦୭/୨୦- ଦେଶରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୪୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୧୮୧ ରେ ପହଞ୍ଚିଛି । ଏବଂ ମୃତକଙ୍କ ସଂଖ୍ୟା ୨୪ ହଜାର ୩୦୯ ଛୁଇଁଛି । ମୃତକଙ୍କ ସଂଖ୍ୟାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି । ଏଠାରେ ୧୦ ହଜାର ୬୯୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରକୁ ଦିଲ୍ଲୀ ୩,୪୪୬, ତାମିଲନାଡ଼ୁ ୨,୦୯୯, ଗୁଜୁରାଟରେ ୨,୦୬୯ ଜଣଙ୍କର ମୃତ୍ୟୁ ହୋଇଛି ।

        ଦେଶମଧ୍ୟରେ ମହାରାଷ୍ଟ୍ର ସଂକ୍ରମିତଙ୍କ ସଂଖ୍ୟାରେ ପ୍ରଥମ ସ୍ଥାନରେ ରହିଛି । ଏଠାରେ ୨ ଲକ୍ଷ ୬୭ ହଜାର୬୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧ ଲକ୍ଷ ୪୯ ହଜାର ୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ୧ ଲକ୍ଷ ୭ ହଜାର ୯୬୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୧୦ ହଜାର ୬୯୫ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ସଂଖ୍ୟାରେ ଏହା ପରେ ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ । ଏଠାରେ ୧ ଲକ୍ଷ ୪୭ ହଜାର୩୨୪ ଜଣ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୭ ହଜାର ୩୧୦ ଜଣ ସୁସ୍ଥ ହୋଇଥିବା ବେଳେ ୪୭ ହଜାର ୯୧୫ ଜଣ ଚିକିତ୍ସାଧିନ ଏବଂ ୨ ହଜାର୯୯ ଜଣଙ୍କର ମୃତ୍ୟୁ ହୋଇଛି । ତୃତୀୟ ସ୍ଥାନରେ ରହିଛି ଦେଶର ରାଜଧାନୀ ଦିଲ୍ଲୀ । ଏଠାରେ ୧ ଲକ୍ଷ ୧୫ ହଜାର୩୪୬ ଜଣ ଆକ୍ରାନ୍ତ ରହିଛନ୍ତି । ଏଥି ମଧ୍ୟରୁ ୯୩ ହଜାର ୨୩୬ ଜଣ ସୁସ୍ଥ ହୋଇଛନ୍ତି । ଏବଂ ୧୮ ହଜାର ୬୬୪ ଚିକିତ୍ସାଧିନ ଏବଂ ୩ ହଜାର ୪୪୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରକୁ ରହିଛି କର୍ଣ୍ଣାଟକ ୪୪,୦୭୭ ଜଣ, ଗୁଜୁରାଟରେ ୪୩,୬୩୭ ଜଣ, ଉତ୍ତର ପ୍ରଦେଶରେ ୩୯,୭୨୪ ଜଣ ଆକ୍ରାନ୍ତ ରହିଛନ୍ତି ।

        ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୯୨ ହଜାର ୩୧ ଜଣ ଚିକିତ୍ସାପରେ ସୁସ୍ଥ ହୋଇଛନ୍ତି । ୩ ଲକ୍ଷ ୧୯ ହଜାର ୮୪୦ ଜଣ ଆକ୍ରାନ୍ତ ଚିକିତ୍ସିତ ରହିଛନ୍ତି । ଏବଂ ୨୪ ହଜାର ୩୦୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭୦ ପ୍ରତିଶତ ଲୋକଙ୍କ କରୋନା ସଂକ୍ରମଣ ସହ ଅନ୍ୟ ରୋଗରେ ଆକ୍ରାନ୍ତ ରହିଥିଲେ ।

LEAVE A REPLY

Please enter your comment!
Please enter your name here