ଦେଶରେ ୨୪ ଘଣ୍ଟାରେ ରେକର୍ଡ଼ ସଂଖ୍ୟକ ୩୪,୯୫୬ ପଜିଟିଭ ଓ ୬୮୭ ମୃତ ।

0
331

ଭାରତରେ ୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ୨୫,୬୦୨ ଜୀବନ ନେଲାଣି କରୋନା ।

ଇଏନ୍‌ଏନ୍ ବ୍ୟୁରୋ, ୧୭/୦୭/୨୦- ସମଗ୍ର ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର ୯୫୬ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨ ଛୁଇଁଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮୭ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ । ଏବଂ ମୃତ୍ୟୁ ସଂଖ୍ୟା ୨୫ ହଜାର ୬୦୨ ରେ ପହଞ୍ଚିଛି ।
ଦେଶମଧ୍ୟରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟାରେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏଠାରେ ୨ ଲକ୍ଷ ୮୪ ହଜାର ୨୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୫୮ ହଜାର ୧୪୦ ଜଣ ଆରୋଗ୍ୟ ହୋଇଛନ୍ତି । ୧ ଲକ୍ଷ ୧୪ ହଜାର ୯୪୭ ଜଣ ଚିକିତ୍ସାଧିନ ରହିଛନ୍ତି । ଏବଂ ୧୧ ହଜାର ୧୯୪ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ । ସଂକ୍ରମଣ ସଂଖ୍ୟାର ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ । ଏଠାରେ ୧ ଲକ୍ଷ ୫୬ ହଜାର ୩୬୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୭ ହଜାର ୪୧୬ ଜଣ କରୋନା ମୁକ୍ତ ହୋଇଥିବା ବେଳେ ୪୬ ହଜାର ୭୧୭ ଜଣ ଚିକିିତ୍ସାଧିନ ଅଛନ୍ତି ଏବଂ ୨ ହଜାର ୨୩୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରକୁ ରହିଛି ଦିଲ୍ଲୀ । ଏଠାରେ ୧ ଲକ୍ଷ ୧୮ ହଜାର ୬୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୭ ହଜାର ୬୯୩ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ହଜାର ୪୦୭ ଜଣ ଚିକିତ୍ସାଧିନ ରହିଛନ୍ତି ଏବଂ ୩ ହଜାର ୫୪୫ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଆନ୍ଧ୍ର ପ୍ରଦେଶରେ ୩୮,୦୪୪ ଜଣ, ଆସାମରେ ୧୯,୭୫୪ ଜଣ, ବିହାରରେ ୨୧,୭୬୪ ଜଣ, ଗୁଜୁରାଟରେ ୪୫,୪୮୧ ଜଣ, ହରିୟାଣାରେ୨୪, ୦୦୨ ଜଣ, ଜାମ୍ମୁ-କାଶ୍ମୀରରେ ୧୨,୧୫୬ ଜଣ, କର୍ଣ୍ଣାଟକରେ ୫୧,୪୨୨ ଜଣ, କେରଳରେ ୧୦,୨୭୫ ଜଣ, ମଧ୍ୟ ପ୍ରଦେଶରେ ୨୦,୩୭୮ ଜଣ, ଓଡ଼ିଶାରେ ୧୫,୩୯୨ ଜଣ, ରାଜସ୍ଥାନରେ ୨୭,୧୭୪ ଜଣ, ତେଲଙ୍ଗାନାରେ ୪୧,୦୧୮ ଜଣ, ଉତ୍ତର ପ୍ରଦେଶରେ ୪୩,୪୪୧ ଜଣ ଏବଂ ପଶ୍ଚିମବଙ୍ଗରେ ୩୬,୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଦେଶରେ ଗତକାଲି ୩ ଲକ୍ଷ ୩୩ ହଜାର ୨୨୮ ଟି ନମୂଆ ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ୩୪,୯୫୬ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଲକ୍ଷ ୩୫ ହଜାର ୭୫୬ ଜଣ ଚିକିତ୍ସାପରେ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୪୨ ହଜାର ୪୭୩ ଜଣ ଚିକିତ୍ସାଧନ ରହିଛନ୍ତି ଏବଂ ୨୫ ହଜାର ୬୦୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକ ଅନ୍ୟରୋଗରେ ମଧ୍ୟ ପିଡ଼ିତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here