ଚୀନକୁ ମାତ ଦେଲେ ଭାରତ, ଆଫଗାନିସ୍ତାନ

0
572

ଇଏନ୍‌ଏନ୍ ବ୍ୟୁରୋ, ୧୬/୦୯/୨୦- ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଭାରତ ଜାତିସଂଘ ମହିଳା କମିଶନର ସଦସ୍ୟ ଭାବେ ନିର୍ବାଚିତ ହୋଇଛି । ଜାତିସଂଘର ଇକୋନୋମିକ୍ ଏଣ୍ଡ ସୋସିଆଲ କାଉନସିଲ (ଇସିଓଏସିଓସି) ଅଧିନରେ ମହିଳାମାନଙ୍କ ପାଇଁ ଗଠିତ ଏକ କମିଶନ କାର୍ଯ୍ୟ କରିଥାଏ । ଏହାକୁ କମିଶନ ଅନ ଷ୍ଟାଟସ ଅଫ ୱମେନ୍ (ସିଏସଡ଼ବଲ୍ୟୁ) ବୋଲି କୁହାଯାଏ । ସମଗ୍ର ବିଶ୍ୱରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ପାଇଁ ଏହି କମିଶନ କାର୍ଯ୍ୟ କରିଥାଏ । ଇସିଓସିଓସିରେ ୫୪ ଟି ଦେଶର ସଦସ୍ୟ ଥିବା ବେଳେ ସୋମବାର ଜାତିସଂଘ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଏସ୍‌ଡବଲ୍ୟୁ ପାଇଁ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଦୁଇଟି ଦେଶକୁ ଏହାର ସଦସ୍ୟ ଭାବେ ନିର୍ବାଚନ କରାଯିବାର ଥିଲା । ଏଥି ପାଇଁ ଭାରତ, ଆଫଗାନିସ୍ତାନ ଓ ଚୀନ ଦୌଡ଼ରେ ଥିଲେ । କିନ୍ତୁ ଚୀନ ଏଥିପାଇଁ ହୋଇଥିବା ଭୋଟରେ ଶେଚନୀୟ ପରାଜୟ ବରଣ କରିଛି । ଏମିତିକି ଆଫଗାନିସ୍ତାନ ଭଳି ଦେଶ ୫୪ ଟି ଭୋଟରୁ ୩୯ଟି ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ଚୀନଭଳି ବିଶାଳ ଏବଂ ଶକ୍ତିଶାଳୀ ରାଷ୍ଟ୍ର ହାରିଯାଇଛି । ତେଣୁ ଏବେ ଚୀନ ବିରୋଧରେ କିଭଳି ଆନ୍ତର୍ଜାତୀୟ ସ୍ତରରେ ଅସନ୍ତୋଷ ବୃଦ୍ଧି ପାଉଛି, ତାହା ଏଥିରୁ ପ୍ରତିଫଳିତ ହେଉଛି । ଭାରତକୁ ଏଥିରେ ୩୮ ଟି ଭୋଟ ମିଳିଛି ।

LEAVE A REPLY

Please enter your comment!
Please enter your name here