ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା ।

0
233

ଇଏନ୍‌ଏନ୍ ବ୍ୟୁରୋ, ୧୨/୦୮/୨୦- ଚିଳିତ ବର୍ଷ ସ୍ୱାଧିନତା ଦିବସ ଅବସରରେ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍ୱୋୟାରରେ ପ୍ରଥମ ଥର ପାଇଁ ଭାରତର ଜାତୀୟ ପତାକା (ତ୍ରିରଙ୍ଗା) ଉଡ଼ାଯିବ । ଏଥି ପାଇଁ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଫେଡ଼େରେସନ ଅଫ ଇଣ୍ଡିଆନ ଆସୋସିଏସନ ନାମକ ଏକ ସଙ୍ଗଠନ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି । ସଙ୍ଗଠନ ତରଫରୁ କୁହାଯାଇଛି କି ନ୍ୟୁୟର୍କରେ ନିଯୁକ୍ତ ଭାରତର କନସୁଲ ଜେନରାଲ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ଟାଇମ୍ସ ସ୍କୋୟାରରେ ତ୍ରିରଙ୍ଗା ଉଡ଼ାଇ ସଙ୍ଗଠନ ଇତିହାସ ସୃଷ୍ଟି କରିବ । ତା ପୂର୍ବରୁ ଦିନ ନ୍ୟୁୟର୍କ ସ୍ଥିତ ଏମ୍ପାୟାର ଷ୍ଟେଟ ବିଲଡ଼ିଂ କୁ ବି ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟତ କରାଯିବାର ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here