ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ ହେବ ରାଫେଲ, ଯୋଗଦେବେ ମୋଦି ଓ ଫ୍ଲୋରେନ୍ସ ପାର୍ଲି ।

0
459

ଇଏନ୍‌ଏନ୍ ବ୍ୟୁରୋ ୨୨/୦୮/୨୦- ଭାରତୀୟ ବାୟୁସେନାରେ ବିଧିବଦ୍ଧ ଭାବେ ରାଫେଲ ଯୁଦ୍ଧବିମାନକୁ ସାମିଲ କରିବା ପାଇଁ ଏକ ବଡ଼ଧରଣର କାର୍ଯ୍ୟକ୍ରମ ଅୟୋଜନ କରାଯାଉଛି । ଭାରତୀୟ ବାୟୁସେନା ଦ୍ୱାରା ଚଳିତମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ ଆମ୍ବଲା ବାୟୁସେନା ଷ୍ଟେସନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଫ୍ରାନ୍ସ ଠାରୁ ଜୁଲାଇ ମାସରେ ମିଳିଥିବା ଏହି ୫ଟି ରାଫେଲ ଯୁଦ୍ଧବିମାନକୁ ଭାରତୀୟ ବାୟୁସେନାର ‘ଗୋଲ୍ଡନ ଆରୋଜ୍’ ସ୍କ୍ୱାଡ୍ରନରେ ସାମିଲ କରାଯିବ । ରାଫେଲକୁ ବାୟୁସେନାରେ ସାମିଲ ପାଇଁ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ବାୟୁସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ, ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଭାରତ ଗସ୍ତରେ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ରାଫେଲ ଯୁଦ୍ଧବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବା ସମୟରେ ସେ ଭାରତ ଗସ୍ତରେ ଆସିପାରନ୍ତି । ଉକ୍ତ କାର୍ଯ୍ୟକ୍ରମ ପରେ ଫ୍ରାନ୍ସ ସରକାର ‘ମେକ୍ ଇନ ଇଣ୍ଡିଆ’ ଯୋଜନା ଅଧିନରେ ଭାରତରେ ଅଧିକ ସଂଖ୍ୟକ ରାଫେଲ ବିମାନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇପାରନ୍ତି । ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ଗତ ଜୁଲାଇ ମାସ ୨୯ ତାରିଖରେ ଭାରତରେ ଆସି ପହଞ୍ଚିଥିଲା । ବାୟୁସେନା ଲଦାଖ ସୀମା ନିକଟରେ ଏହି ଯୁଦ୍ଧବିମାନ ଦ୍ୱାରା ଉଡ଼ାଣ ହୋଇସାରିଛି । ଏଥିରୁ ବିଭିନ୍ନ ବୋମା ଓ ମିଶାଇଲ ମାଡ଼ କରାଯିବାର ପରୀକ୍ଷଣ ମଧ୍ୟ ହୋଇସାରିଛି । ପ୍ରାନ୍ସଠାରୁ ଭାରତ ୩୬ଟି ରାଫେଲ ଯୁଦ୍ଧବିମାନ କ୍ରୟ କରୁଛି ।

LEAVE A REPLY

Please enter your comment!
Please enter your name here