ଦେଶରେ୨୪ ଘଣ୍ଟାରେ ୨୭ ହଜାରୁ ଅଧିକ ଆକ୍ରାନ୍ତ, ଗଲା ୫୧୯ ଜୀବନ ।

0
156

ଇଏନ୍‌ଏନ୍ ବ୍ୟୁରୋ, ୧୧/୦୭/୨୦- ସମଗ୍ର ଦେଶରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର ୧୧୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୧୯ ଜଣଙ୍କର ଜୀବନ ନେଇଛି ଏହି ମାହମାରୀ । ଏଥି ସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬ ରେ ପହଞ୍ଚିଛି । ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ୨୨ ହଜାର ୧୨୩ ଛୁଇଁଛି ।

        ଦେଶ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୨ ଲକ୍ଷ ୩୮ ହଜାର ୪୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯ ହଜାର ୮୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୩୨ ହଜାର ୬୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୫ ହଜାର ୯୪୩ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏହା ତଳକୁ ରହିଛି ତାମିଲନାଡ଼ୁ ଏଠାରେ ୧ ଲକ୍ଷ ୩୦ ହଜାର ୨୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୮୨୯ ଜଣଙ୍କର ମୃତ୍ୟୁ ହୋଇଛି । ୮୨ ହଜାର ୩୨୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୪୬ ହଜାର ୧୦୮ ଜଣ ଚିକିତ୍ସାଧିନ ଅଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଏଠାରେ ୧ ଲକ୍ଷ ୯ ହଜାର ୧୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୩୦୦ ଜଣ ମୃତ୍ୟୁ ବରଣ କରିଛନ୍ତି । ୮୪ ହଜାର ୬୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ହଜାର ୧୪୬ ଜଣ ଚିକିିତ୍ସାଧିନ ଅଛନ୍ତି ।

        ସେହିଭଳି ଆନ୍ଧ୍ର ପ୍ରଦେଶରେ ୨୫ ହଜାର ୪୨୨ ଜଣ ଆକ୍ରାନ୍ତ ଏବଂ ୨୯୨ ଜଣ ଙ୍କର ମୃତ୍ୟୁ ହୋଇଛି । ଆସାମରେ ୧୪,୬୦୦ ଆକ୍ରାନ୍ତ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ବିହାରରେ ୧୪, ୫୭୫ ଆକ୍ରାନ୍ତ ଏବଂ ୧୧୯ ଜଣଙ୍‌କର ମୃତ୍ୟୁ ହୋଇଛି । ଗୁଜୁୁରାଟରେ ୪୦,୦୬୯ ଆକ୍ରାନ୍ତ ୨,୦୨୨ ମୃତ୍ୟୁ, ହରିୟାଣାରେ ୧୯,୯୯୩୪ ଆକ୍ରାନ୍ତ ୨୯୦ ମୃତ, କର୍ଣ୍ଣାଟକରେ ୩୩,୪୧୮ ଆକ୍ରାନ୍ତ ୫୪୩ ମୃତ, ମଧ୍ୟ ପ୍ରଦେଶରେ ୧୬,୬୫୭ ଆକ୍ରାନ୍ତ ୬୩୮ ମୃତ, ଓଡ଼ିଶାରେ ୧୧,୯୫୬ ଆକ୍ରାନ୍ତ ୫୬ ମୃତ, ରାଜସ୍ଥାନରେ ୨୩,୧୭୪ ଆକ୍ରାନ୍ତ ୪୯୭ ମୃତ, ତେଲଙ୍ଗାନାରେ ୩୨,୨୨୪ ଆକ୍ରାନ୍ତ ୩୩୯ ମୃତ, ଉତ୍ତର ପ୍ରଦେଶରେ ୩୩,୭୦୦ ଆକ୍ରାନ୍ତ ୮୮୯ ମୃତ, ପଶ୍ଚିମ ବଙ୍ଗରେ ୨୭,୧୦୯ ଆକ୍ରାନ୍ତ ୮୮୦  ଜଣଙ୍କର ମୃତ୍ୟୁ ହୋଇଛି ।

        ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୫୩ ହଜାର ୩୮୫ ଜଣ ଆକ୍ରାନ୍ତ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ୨ ଲକ୍ଷ ୮୩ ହଜାର ୪୦୭ ଜଣ ଚିମିତ୍ସାଧିନ ରହିଛନ୍ତି ଏବଂ ୨୨ ହଜାର ୧୨୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭୦% ଲୋକଙ୍କର କରୋନା ସହିତ ଅନ୍ୟ ରୋଗର ମଧ୍ୟ ଲକ୍ଷଣ ଥିବା କେନ୍ଦ୍ର ସ୍ଥାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

LEAVE A REPLY

Please enter your comment!
Please enter your name here