ଭାରତରେ ୩୨ ହଜାରୁ ଅଧିକ ମୁଣ୍ଡ ନେଲାଣି କରୋନା । ୧୩ ଲକ୍ଷ ୮୫ ହଜାରୁ ଅଧିକ ଆକ୍ରାନ୍ତ

0
184

ଇଏନ୍‌ଏନ୍ ବ୍ୟୁରୋ, ୨୬/୦୭/୨୦- ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୪ ଦିନ ଧରି କ୍ରମାଗତ ଭାବେ ସଂକ୍ରମଣ ହାର ୪୨ ହଜାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮ ହଜାର ୬୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୦୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ ରେ ପହଞ୍ଚିଛି । ଏବଂ ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩ ହୋଇଛି ।
ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବିଗତ କିଛିଦିନ ଧରି ମୃତ୍ୟୁ ସଂକ୍ୟା ୭ଶହ ରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୫ ଜଣଙ୍କର କରୋନା ସଂକ୍ରମଣ ରେ ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩ ରେ ପହଞ୍ଚିଛି । ମୃତ୍ୟ ସଂଖ୍ୟାରେ ଦେଶ ମଧ୍ୟରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୯,୨୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୭ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏଠାରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୬ ହଜାର ୩୬୮ ରେ ପହଞ୍ଚିଛି । ଏବଂ ମୃତ୍ୟୁ ସଂଖ୍ୟା ୧୩,୩୮୯ ହୋଇଛି । ୨,୦୭,୧୯୪ ଜଣ ଆରୋଗ୍ୟ ହୋଇଥିବା ବେଳେ ୧,୪୫,୭୮୫ ଜଣ ଚିକିତ୍ସାଧିନ ଅଛନ୍ତି । ଏହା ତଳକୁ ରହିଛି ତାମିଲନାଡ଼ୁ । ଏଠାରେ ୨୪ ଘଣ୍ଟା ମଧ୍ୟରେ ୬,୯୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୮୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ମୃତ୍ୟୁ ସଂଖ୍ୟା ୩,୪୦୯ ରେ ପହଞ୍ଚିଛି । ଏବଂ ସଂକ୍ରମିତଙ୍କ ସଂଖ୍ୟା ୨,୦୬,୭୩୭ ହୋଇଛି । ୧,୫୧,୦୫୫ ଜଣ ଆରୋଗ୍ୟ ହୋଇଥିବା ବେଳେ ୫୨,୨୭୩ ଜଣ ଚିକିତ୍ସାଧିନ ରହିଛନ୍ତି । ସଂକ୍ରମଣ ତାଲିକାର ୩ୟ ସ୍ଥାନରେ ରହିଛି ଦିଲ୍ଳୀ । ଏଠାରେ ୧,୧୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୧,୨୯,୫୩୧ ସଂକ୍ରମିତ, ୧,୧୩,୦୬୮ ଆରୋଗ୍ୟ, ୧୨,୬୫୭ ଚିକିତ୍ସାଧନ ଓ ୩,୮୦୬ ଜଣଙ୍କର ମୃତ୍ୟୁ ହୋଇଛି ।


ସେହିଭଳି ଆନ୍ଧ୍ର ପ୍ରଦେଶରେ ୯୮୫, ଅରୁଣାଚଳ ପ୍ରଦେଶରେ ୩, ଆସାମରେ ୭୭, ବିହାରରେ ୨୩୪, ଚଣ୍ଡିଗଡ଼ରେ ୧୩, ଛତିଶଗଡ଼ରେ ୩୯, ଦାଦରା ଓ ନଗରହାବିଳୀରେ ଏବଂ ଦାମନ ଓ ଡ଼ିୟୁ ରେ ୨, ଗୋଆ ୩୩, ଗୁଜୁରାଟରେ ୨,୩୦୦, ହରିୟାଣାରେ ୩୮୯, ହିମାଚଳ ପ୍ରଦେଶରେ ୧୧, ଜାମ୍ମୁ-କାଶ୍ମୀରରେ ୩୦୫, ଝାରଖଣ୍ଡରେ ୮୨, କର୍ଣ୍ଣାଟକରେ ୧,୭୯୬, କେରଳରେ ୫୯, ଲଦାଖରେ ୩, ମଧ୍ୟ ପ୍ରଦେଶରେ ୭୯୯, ମେଘାଳୟରେ ୫, ନାଗାଲାଣ୍ଡରେ ୪, ଓଡ଼ିଶାରେ ୧୩୦, ପଣ୍ଡୁଚେରୀରେ ୩୮, ପଞ୍ଜାବରେ ୨୯୧, ରାଜସ୍ଥାନରେ ୬୧୩, ତେଲଙ୍ଗାନାରେ ୪୫୫, ତ୍ରିପୁରାରେ ୧୧, ଉତ୍ତରାଖଣ୍ଡରେ ୬୩, ଉତ୍ତର ପ୍ରଦେଶରେ ୧,୩୮୭ ଓ ପଶ୍ଚିମବଙ୍ଗରେ ,୩୩୨ ଜଣଙ୍କର ଜୀବନ ନେଲାଣି କରୋନା ।


ଦେଶରେ ମୋଟ ୧୩ ଲକ୍ଷ ୮୫ ହଜାର ୫୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଲକ୍ଷ ୮୫ ହଜାର ୫୭୭ ଜଣ ଆରୋଗ୍ୟ ହୋଇଛନ୍ତି । ୪ ଲକ୍ଷ ୬୭ ହଜାର ୮୮୨ ଜଣ ଚିକିତ୍ସାଧିନ ଥିବା ବେଳେ ୩୨,୦୬୩ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୪୨ ହଜାର ୨୬୩ ଟି ନମୂନା ପରୀକ୍ଷଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here