ଭାରତରେ ଆଜି ପୁଣି ୬୦ ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ୮୩୪ ମୃତ ।

0
178

ଇଏନ୍‌ଏନ୍ ବ୍ୟୁରୋ, ୧୨/୦୮/୨୦- ଦେଶରେ ୪ ଦିନ ଲଗାତାର ୬୦ ହଜାର ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଉଥିବା ବେଳେ ଗତ କାଲି ଏହା ୫୩ ହଜାରରୁ ଟିକେ ଅଧିକ ରହିଥିଲା । କିନ୍ତୁ ଏହା ପୁଣି ଆଜି ୬୦ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୯୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୮୪୩ ଜଣ ଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୮ ରେ ପହଞ୍ଚିଛି । ଏବଂ ମୃତ୍ୟୁ ସଂଖ୍ୟା ୪୬ ହଜାର ୯୧ ହୋଇଛି ।
ସଂକ୍ରମଣ ସଂଖ୍ୟାରେ ଦେଶ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି । ମହାରାଷ୍ଟ୍ରରେ ୫ ଲକ୍ଷ ୩୫ ହଜାର ୬୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩ ଲକ୍ଷ ୬୮ ହଜାର ୪୩୫ ଆରୋଗ୍ୟ ହୋଇଛନ୍ତି । ୧ ଲକ୍ଷ ୪୮ ହଜାର ୮୬୦ ଜଣ ଚିକିତ୍ସାଧିନ ଅଛନ୍ତି ଏବଂ ୧୮ ହଜାର ୩୦୬ ଜଣଙ୍କର ମୃତ୍ୟୁ ହୋଇଛି । ୨ୟ ସ୍ଥାନରେ ରହିଛି ତାମିଲନାଡ଼ୁ । ଏଠାରେ ୩ ଲକ୍ଷ ୮ ହଜାର ୬୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୫୦ ହଜାର ୬୮୦ ଜଣ ଆରୋଗ୍ୟ ହୋଇଛନ୍ତି । ଏବଂ ୫୨ ହଜାର ୮୧୦ ଜଣ ଚିକିତ୍ସାଧିନ ଅଛନ୍ତି ଓ ୫ ହଜାର ୧୫୯ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ତାଲିକାର ୩ୟ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ । ଏଠାରେ ୨ ଲକ୍ଷ ୪୪ ହଜାର ୫୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧ ଲକ୍ଷ ୫୪ ହଜାର ୭୪୯ ଜଣ ଆରୋଗ୍ୟ, ୮୭ ହଜାର ୫୯୭ ଜଣ ଚିକିତ୍ସାଧିନ ଅଛନ୍ତି । ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୨୦୩ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ସେହିଭଳି କର୍ଣ୍ଣାଟକରେ ୧,୮୮,୬୧୧ ଆକ୍ରାନ୍ତ ଓ ୩,୩୯୮ ମୃତ, ଦିଲ୍ଳୀରେ ୧,୪୭,୩୯୧ ଆକ୍ରାନ୍ତ ଓ ୪,୧୩୯ ମୃତ, ଉତ୍ତର ପ୍ରଦେଶରେ ୧,୩୧,୭୬୩ ଆକ୍ରାନ୍ତ ଓ ୨,୧୭୬ ମୃତ, ପଶ୍ଚିମବଙ୍ଗରେ ୧,୦୧୩୯୦ ଆକ୍ରାନ୍ତ ଓ ୨,୧୪୯ ମୃତ, ବିହାରରେ ୮୬,୪୧୩ ଆକ୍ରାନ୍ତ ଓ ୪୧୩ ମୃତ, ତେଲଙ୍ଗାନାରେ ୮୪,୫୪୪ ଆକ୍ରାନ୍ତ ଓ ୬୫୪ ମୃତ, ଗୁଜୁରାଟରେ ୭୩,୧୬୩ ଆକ୍ରାନ୍ତ ଓ ୨,୬୯୫ ମୃତ, ଆସାମରେ ୬୪,୪୦୬ ଆକ୍ରାନ୍ତ ଓ ୧୫୫ ମୃତ, ରାଜସ୍ଥାନରେ ୫୪,୮୮୭ ଆକ୍ରାନ୍ତ ଓ ୮୧୧ ମୃତ, ଓଡ଼ିଶାରେ ୪୮,୨୨୭ ଆକ୍ରାନ୍ତ ଓ ୨୯୬ ମୃତ, ହରିୟାଣାରେ ୪୩,୨୨୭ ଆକ୍ରାନ୍ତ ଓ ୫୦୦ ମୃ୍‌ତ, ମଧ୍ୟ ପ୍ରଦେଶରେ ୪୦,୭୩୪ ଆକ୍ରାନ୍ତ ଓ ୧,୦୩୩ ମୃତ ଏବଂ କେରଳରେ ୩୬,୯୩୨ ଆକ୍ରାନ୍ତ ଓ ୧୨୦ ଜଣ ଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ଦେଶରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ୭ ଲକ୍ଷ ୩୩ ହଜାର ୪୪୯ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ଦେଶରେ ମୋଟ ୨ କୋଟ ୬୦ ଲକ୍ଷ ୧୫ ହଜାର ୨୯୭ ଟି ନମୂନା ପରୀକ୍ଷଣ ହୋଇ ସାରିଲାଣି । ସେଥିମଧ୍ୟରୁ ୨୩,୨୯,୬୩୮ ଟି ନମୂନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଗୁଡ଼ିକ ନେଗେଟିଭ ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଲକ୍ଷ ୩୯ ହଜାର ୫୯୯ ଜଣ ଆରୋଗ୍ୟ ହୋଇଛନ୍ତି । ଏବଂ ୬ ଲକ୍ଷ ୪୩ ହଜାର ୯୪୮ ଜଣ ଚିକିତ୍ସାଧିନ ଥିବା ବେଳେ ୪୬,୦୯୧ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।

LEAVE A REPLY

Please enter your comment!
Please enter your name here