ଭାରତରେ ୨୪ ଘଣ୍ଟାରେ ୪୯,୯୩୧ ନୂଆ ପଜିଟିଭ । ୭୦୮ ମୃତ । ୧୪ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୨,୭୭୧ ମୃତ ।

0
173

ଇଏନ୍‌ଏନ୍ ବ୍ୟୁରୋ, ୨୭/୦୭/୨୦- ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ସଂକ୍ରମଣ ସଂଖ୍ୟା ୫୦ ହଜାର ନିକଟ ବର୍ତ୍ତୀ ହୋଇଛି । ତଗାତାର ଭାବରେ ୫ ଦିନ ହେଲା ସଂକ୍ରମଣ ସଂଖ୍ୟା ୪୨ ହଜାରୁ ଅଧିକ ରହିଛି । ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ସଂଖ୍ୟକ ୪୯ ହଜାର ୯୩୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୭୦୮ ଜଣଙ୍କ ର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ପାର କରି ୧୪ ଲକ୍ଷ ୩୫ ହଜାର ୪୫୩ ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୩୨ ହଜାର ପାରକରି ୩୨ ହଜାର ୭୭୧ ଛୁଇଁଛି ।
ଦେଶ ମଧ୍ୟରେ ସଂକ୍ରମଣ ସଂଖ୍ୟାରେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏଠାରେ ୩ ଲକ୍ଷ ୭୫ ହଜାର ୭୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୧୩ ହଜାର ୨୩୮ ଜଣ ଆରୋଗ୍ୟ ହୋଇଛନ୍ତି । ୧ ଲକ୍ଷ ୪୮ ହଜାର ୯୦୫ ଜଣ ଚିକିତ୍ସାଧିନ ଥିବା ବେଳେ ୧୩, ୬୫୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ତଳକୁ ରହିଛି ତାମିଲନାଡ଼ୁ । ଏଠାରେ ୨ ଲକ୍ଷ ୧୩ ହଜାର ୭୨୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ୧ ଲକ୍ଷ ୫୬ ହଜାର ୫୨୬ ଜଣ କରୋନା ମୁକ୍ତ ହୋଇଛନ୍ତି । ୫୩ ହଜାର ୭୦୩ ଜଣ ଚିକିତ୍ସିତ ହେଉଥିବା ବେଳେ ୩,୪୯୪ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ସଂଖ୍ୟାର ୩ୟ ସ୍ଥାନରେ ରହିଛି ଦିଲ୍ଳୀ । ଏଠାରେ ୧ ଲକ୍ଷ ୩୦ ହଜାର ୬୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୧୪ ହଜାର ୮୭୫ ଜଣ ଆରୋଗ୍ୟ ହୋଇଛନ୍ତି । ୧୧,୯୦୪ ଜଣ ଚିକିତ୍ସାଧିନ ଏବଂ ୩,୮୨୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟାରେ ଦିଲ୍ଲୀ ୨ୟ ସ୍ଥାନରେ ରହିଛି ।


ସେହିଭଳି ଆନ୍ଧ୍ର ପ୍ରଦେଶରେ ୯୬,୨୮୯ ଜଣ, ଆସାମରେ ୩୨,୨୨୮ ଜଣ, ବିହାରରେ ୩୯,୧୭୬ ଜଣ, ଗୁଜୁରାଟରେ ୫୫,୮୨୨ ଜଣ, ହରିୟାଣାରେ ୩୧,୩୩୨ ଜଣ, ଜାମ୍ମୁ-କାଶ୍ମୀରରେ ୧୭,୯୨୦ ଜଣ, କର୍ଣ୍ଣାଟକରେ ୯୬,୧୪୧ ଜଣ, କେରଳରେ ୧୯,୦୨୫ ଜଣ, ମଧ୍ୟପ୍ରଦେଶରେ ୨୭,୮୦୦ ଜଣ, ଓଡ଼ିଶାରେ ୨୫,୩୮୯ ଜଣ, ପଞ୍ଜାବରେ ୧୩,୨୧୮ ଜଣ, ରାଜସ୍ଥାନରେ ୩୫,୯୦୯ ଜଣ, ତେଲଙ୍ଗାନାରେ ୫୪,୦୫୯ ଜଣ, ଉତ୍ତର ପ୍ରଦେଶରେ ୬୬,୯୮୮ ଜଣ ଓ ପଶ୍ଚିମବଙ୍ଗରେ ୫୮,୭୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଦେଶରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ପରିମାଣର ନମୂନା ପରୀକ୍ଷଣ ହୋଇଛି । ୫ ଲକ୍ଷ୧୫ ହଜାର ୪୭୨ ଟି ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୪୯,୯୩୧ଟି ପଜିଟିଭ ଚିହ୍ନଟ ହୋଇଛି । ଦେଶରେ ମୋଟ ୧୪ ଲକ୍ଷ ୩୫ ହଜାର ୪୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଲକ୍ଷ ୧୭ ହଜାର ୫୬୭ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ୪ ଲକ୍ଷ ୮୫ ହଜାର ୧୧୪ ଜଣ ଚିକିତ୍ସାଧିନ ଥିବା ବେଳେ ୩୨ ହଜାର ୭୭୧ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here