ଭାରତରେ ରେକର୍ଡ଼ ୫୫,୦୭୯ ପଜିଟିଭ ୭୭୯ ମୃତ । ଗୋଟିଏ ଦିନରେ ସର୍ବାଧିକ ୬,୪୨,୫୮୮ ଟି ନମୂନା ପରୀକ୍ଷଣ ।

0
354

ଇଏନ୍‌ଏନ୍ ବ୍ୟୁରୋ, ୩୧/୦୭/୨୦-ଦେଶରେ କ୍ଷିପ୍ର ବେଗରେ ବଢ଼ିବାରେ ଲାଗିଛ କରୋନା ସଂକ୍ରମଣ । ଦିନକୁ ସଂକ୍ରମଣ ସଂଖ୍ୟା ୫୫ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୫ ହଜାର ୦୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ଏହି ସମୟ ମଧ୍ୟରେ ୭୭୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୧ ରେ ପହଞ୍ଚିଛି । ଏବଂ ମୃତ୍ୟୁ ସଂଖ୍ୟା ୩୫ ହଜାର ୭୪୭ ହୋଇଛି ।
ଦେଶ ମଧ୍ୟରେ ସଂକ୍ରମଣ ଓ ମୃତ୍ୟୁ ତାଲିକାର ପ୍ରଥମ ସ୍ଥାନରେ ରହିଛି ମାହାରାଷ୍ଟ୍ର । ଏଠାରେ ୪ ଲକ୍ଷ ୧୧ ହଜାର ୭୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୬୬ ଜଣଙ୍କର ମୃତ୍ୟୁ ହୋଇଛି ଏଥି ସହ ମୃତ୍ୟୁ ସଂଖ୍ୟା ୧୪,୭୨୯ ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୪୮ ହଜାର ୬୧୫ ଜଣ ଆରୋଗ୍ୟ ହୋଇଥିବା ବେଳେ ୧ ଲକ୍ଷ ୪୮ ହଜାର ୪୫୪ ଜଣ ଚିକିତ୍ସାଧିନ ଅଛନ୍ତି । ଏହା ତଳକୁ ରହିଛି ତାମିଲନାଡ଼ୁ । ଏଠାରେ ୨ ଲକ୍ଷ ୩୯ ହଜାର ୯୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୭୮ ହଜାର ୧୭୮ ଜଣ ଆରୋଗ୍ୟ ହୋଇଥିବା ବେଳେ ୫୭,୯୬୨ ଜଣ ଚିକିତ୍ସାଧିନ ଅଛନ୍ତି । ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୯୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ତାମିଲନାଡୁରେ ମୃତ୍ୟୁ ସଂଖ୍ୟା ୩,୮୯୮ ରେ ପହଞ୍ଚିଛି । ସଂକ୍ରମଣ ତାଲିକାର ୩ୟ ସ୍ଥାନରେ ଓ ମୃତ୍ୟୁ ସଂଖ୍ୟାରେ ୨ୟ ସ୍ଥାନରେ ରହିଛି ଦିଲ୍ଲୀ । ଏଠାରେ ମୋଟ ୧ ଲକ୍ଷ ୩୪ ହଜାର ୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧ ଲକ୍ଷ ୧୯ ହଜାର ୭୪୨ ଜଣ ଆକ୍ରାନ୍ତ ଆରୋଗ୍ୟ ହେଇଛନ୍ତି । ଏବଂ ୧୦,୭୪୩ ଜଣ ଚିକିତ୍ସାଧିନ ରହିଛନ୍ତି ଓ ୩,୯୩୬ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ସେହିଭଳି ଆନ୍ଧ୍ର ପ୍ରଦେଶରେ ୧,୨୮୧ ଜଣ, ଗୁଜୁରାଟରେ ୨,୪୧୮ ଜଣ, ହରିୟାଣାରେ ୪୧୭ ଜଣ, ଜାମ୍ମୁ-କାଶ୍ମୀରରେ ୩୬୫ ଜଣ, କର୍ଣ୍ଣାଟକରେ ୨,୨୩୦ ଜଣ, ମଧ୍ୟ ପ୍ରଦେଶରେ ୮୫୭ ଜଣ, ପଞ୍ଜାବରେ ୩୭୦ ଜଣ ରାଜସ୍ଥାନରେ ୬୬୩ ଜଣ, ତେଲଙ୍ଗାନାରେ ୫୦୫ ଜଣ, ଉତ୍ତର ପ୍ରଦେଶରେ ୧,୫୮୭ ଜଣ ଓ ପଶ୍ଚିମବଙ୍ଗରେ ୧,୫୩୬ ଜଣଙ୍କର କମରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।
ଗତକାଲି ଦେଶରେ ରେକର୍ଡ଼ ୬ ଲକ୍ଷ ୪୨ ହଜାର ୫୮୮ ଟି ନମୂନା ପରୀକ୍ଷଣ କରାଯାଇଛି । ସେଥି ମଧ୍ୟରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଲକ୍ଷ ୫୭ ହଜାର ୮୦୫ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ୫ ଲକ୍ଷ ୪୫ ହଜାର ୩୧୮ ଜଣ ଚିକିତ୍ସାଧିନ ଥିବା ବେଳେ ୩୫,୭୪୭ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here