ଭାରତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଟପିଲା । ଆଜି ୯୦,୬୩୨/୧,୦୬୫

0
388

ଇଏନ୍‌ଏନ୍ ବ୍ୟୁରୋ, ୦୬/୦୯/୨୦- ଦେଶରେ ଥମିବାର ନାଁ ଧରୁ ନାହିଁ କରୋନା ସଂକ୍ରମିତ ଙ୍କ ସଂଖ୍ୟା । ଦୃତ ଗତିରେ ବୃଦ୍ଧି ପାଉଛି ସଂକ୍ରମଣ । ଇତି ମଧ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମିଙ୍କ ସଂଖ୍ୟା ୯୦ ହଜାରୁ ଅଧିକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୯୦ ହଜାର ୬୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ୧,୦୬୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ ଲକ୍ଷ ୧୩ ହଜାର ୮୧୧ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୭୦ ହଜାର ଅତିକ୍ରମ କରି ୭୦,୬୨୬ କୁ ବୃଦ୍ଧି ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୨୦, ୮୦୦ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୮୬୨ ରେ ପହଞ୍ଚିଛି । ଏହା ତଳକୁ ରହିଛି ଆନ୍ଧ୍ର ପ୍ରଦେଶ । ଏଠାରେ ୧୦,୮୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୭ ହଜାର ୩୩୧ ରେ ପହଞ୍ଚିଛି ।
ସେହିଭଳି କର୍ଣ୍ଣାଟକରେ ୯,୭୪୬ (ମୋଟ ୩,୮୯,୩୨୩) ଜଣ, ଉତ୍ତର ପ୍ରଦେଶରରେ ୬,୫୯୦ (୨,୫୯,୭୬୫) ଜଣ, ତାମିଲନାଡୁରେ ୫,୮୭୦ (୪,୫୭,୬୯୭) ଜଣ, ପଶ୍ଚିମବଙ୍ଗରେ ୩,୦୪୨ (୧,୭୭,୭୦୧) ଜଣ, ଦିଲ୍ଲୀରେ ୨,୯୭୩ (୧,୮୮,୧୯୩) ଜଣ, ବିହାରରେ ୧,୭୨୮ (୧,୪୫,୮୩୨) ଜଣ, ତେଲଙ୍ଗାନାରେ ୨,୫୭୪ (୧,୪୦,୯୬୯) ଜଣ, ଆସାମରେ ୨,୬୮୯ (୧,୨୩,୯୨୨) ଜଣ, ଓଡ଼ିଶାରେ ୩,୫୪୩ (୧,୨୦,୨୨୧) ଜଣ, ଗୁଜୁରାଟରେ ୧,୩୧୧ (୧,୦୨,୮୮୪) ଜଣ ଓ ରାଜସ୍ଥାନରେ ୧,୫୬୬ (୮୯,୩୬୩) ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ମୃତ୍ୟୁ ହୋଇଥିବା ୧,୦୬୫ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ର ୩୧୨ (ମୋଟ ୨୬,୨୭୬) ଜଣ, ଆନ୍ଧ୍ର ପ୍ରଦେଶରେ ୭୧ (୪,୩୪୭), ତାମିଲନାଡୁରୁ ୬୧ (୭,୭୪୮) ଜଣ, କର୍ଣ୍ଣାଟକରୁ ୧୨୮ (୬,୨୯୮) ଜଣ, ଉତ୍ତର ପ୍ରଦେଶରୁ ୮୧ (୩,୮୪୩) ଜଣ, ଦିଲ୍ଲୀରୁ ୨୫ (୪,୫୩୮) ଜଣ, ପଶ୍ଚିମବଙ୍ଗରୁ ୫୮ (୩,୫୧୦) ଜଣ ଓ ବିହାରରୁ ୩୪ (୭୩୫) ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ଲକ୍ଷ ୯୨ ହଜାର ୬୫୪ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୪ କୋଟି ୮୮ ଲକ୍ଷ ୩୧ ହଜାର ୧୪୫ ରେ ପହଞ୍ଚିଛି । ସେଥିମଧ୍ୟରୁ ୪୧ ଲକ୍ଷ ୧୩ ହଜାର ୮୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଲକ୍ଷ ୮୦ ହଜାର ୮୬୫ ଜଣ ଆରୋଗ୍ୟ ହୋଇଛନ୍ତି । ୮ ଲକ୍ଷ ୬୨ ହଜାର ୩୨୦ ଜଣ ଚିକିତ୍ସିତ ଥିବା ବେଳେ ୭୦,୬୨୬ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here