ଭାରତରେ ୬୯,୮୭୮ ନୂଆ ଆକ୍ରାନ୍ତ ୯୪୫ ମୃତ । ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ୧୦,୨୩,୮୬୩ ନମୂନା ପରୀକ୍ଷଣ । ୫୫ ହଜାର ପାରକଲା ମୃତ୍ୟୁ ସଂଖ୍ୟା

0
308

ଇଏନ୍‌ଏନ୍ ବ୍ୟୁରୋ, ୨୨/୦୮/୨୦- କ୍ରମାଗତ ଭାବେ ଦେଶରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ଭାବେ ୪ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ଼ ୧୦ ଲକ୍ଷ ୨୩ ହଜାର ୮୩୬ ଟି ନମୂନା ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ୬୯,୮୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୯୪୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୧ ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୫୫ ହଜାର ୭୯୪ ହୋଇଛି ।
କରୋନା ସଂକ୍ରମଣରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର ରାଜ୍ୟ । ଏଠାରେ ସର୍ବାଧିକ ସଂକ୍ରମଣ ଓ ମୃତ୍ୟୁ ହୋଇଛି । ଏଠାରେ ୬ ଲକ୍ଷ ୫୭ ହଜାର ୪୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ସେଥିମଧ୍ୟରୁ ୪ ଲକ୍ଷ ୭୦ ହଜାର ୮୭୩ ଜଣ ଆରୋଗ୍ୟ ହୋଇଥିବା ବେଳେ ୧ ଲକ୍ଷ ୬୪ ହଜାର ୮୭୯ ଜଣ ଚିକିତ୍ସାଧିନ ଅଛନ୍ତି । ୨୧,୬୯୮ ଜଣଙ୍କର ମୃତ୍ୟୁ ହୋଇଛି । ୨ୟ ସ୍ଥାନରେ ରହିଛି ତାମିଲନାଡ଼ୁ । ଏଠାରେ ୩ ଲକ୍ଷ ୬୭ ହଜାର ୪୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୭ ହଜାର ୬୭୭ ଜଣ ଆରୋଗ୍ୟ ହୋଇଛନ୍ତି ଓ ୫୩, ୪୧୩ ଜଣ ଚିକିତ୍ସାଧିନ ଅଛନ୍ତି । ୬,୩୪୦ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ୩ୟ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ । ଏଠାରେ ୩ ଲକ୍ଷ ୩୪ ହଜାର ୯୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୪୪ ହଜାର ୪୫ ଜଣ ଆରୋଗ୍ୟ ହୋଇଛନ୍ତି । ୮୭,୮୦୩ ଜଣ ଚିକିତ୍ସାଧିନ ଅଛନ୍ତି ଓ ୩,୦୯୨ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିଭଳି କର୍ଣ୍ଣାଟକରେ ୨,୬୪,୫୪୬ ଜଣ ଆକ୍ରାନ୍ତ ଓ ୪,୫୨୨ ଜଣ ମୃତ, ଉତ୍ତର ପ୍ରଦେଶରେ ୧,୭୭,୨୩୯ ଜଣ ଆକ୍ରାନ୍ତ ଓ ୨,୭୯୭ ଜଣ ମୃତ, ଦିଲ୍ଲୀରେ ୧,୫୮,୬୦୪ ଜଣ ଆକ୍ରାନ୍ତ ଓ ୪,୨୭୦ ମୃତ, ପଶ୍ଚିମବଙ୍ଗରେ ୧,୩୨,୩୪୬ ଜଣ ଆକ୍ରାନ୍ତ ଓ ୨,୬୮୯ ଜଣ ମୃତ, ବିହାରରେ ୧,୧୭,୪୧୩ ଜଣ ଆକ୍ରାନ୍ତ ଓ ୪୯୮ ଜଣ ମୃତ, ତେଲଙ୍ଗାନାରେ ୧,୦୧,୮୬୫ ଜଣ ଆକ୍ରାନ୍ତ ଓ ୭୪୪ ଜଣ ମୃତ, ଆସାମରେ ୮୭,୯୦୮ ଜଣ ଆକ୍ରାନ୍ତ ଓ ୨୨୭ ଜଣ ମୃତ ଗୁଜୁରାଟରେ ୮୪,୩୧୧ ଜଣ ଆକ୍ରାନ୍ତ ଓ ୨,୮୬୭ ଜଣ ମୃତ, ଓଡ଼ିଶାରେ ୭୨,୭୧୮ ଜଣ ଆକ୍ରାନ୍ତ ଓ ୩୯୦ ମୃତ, ରାଜସ୍ଥାନରେ ୬୭,୯୫୪ ଜଣ ଆକ୍ରାନ୍ତ ଓ ୯୩୩ ଜଣ ମୃତ, କେରଳରେ ୫୪,୧୮୨ ଆକ୍ରାନ୍ତ ଓ ୨୦୩ ଜଣ ମୃତ ଓ ହରିୟାଣାରେ ୫୨,୧୨୯ ଜଣ ଆକ୍ରାନ୍ତ ଓ ୫୮୫ ଜଣଙ୍କର ମୃତ୍ୟୁ ହୋଇଛି ।


ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ଼ ୧୦ ଲକ୍ଷ ୨୩ ହଜାର ୮୩୬ ଟି ନମୂନା ପରୀକ୍ଷଣ କରା ଯାଇଛି । ଏଥି ସହ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୩ କୋଟି ୪୪ ଲକ୍ଷ ୯୧ ହଜାର ୭୩ କୁ ବୃଦ୍ଧି ହୋଇଛି । ମୋଟ ପରୀକ୍ଷଣରୁ ୨୯,୭୫,୭୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭଙ୍କ ମଧ୍ୟରୁ ୨୨,୨୨,୫୭୭ ଜଣ ଆରୋଗ୍ୟ ହୋଇଛନ୍ତି । ୬,୯୭,୩୩୦ ଜଣ ଚିକିତ୍ସାଧିନ ଅଛନ୍ତି ଓ ମୃତ୍ୟୁ ସଂଖ୍ୟା ୫୫,୭୯୪ କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here