ପ୍ରଥମ ସାକ୍ଷାତରୁ ହିଁ ସେ ‘ସ୍ୱତନ୍ତ୍ର’ ଥିବା ଅନୁଭବ କରିଥିଲି-ସଚିନ

0
130

ଇଏନ୍‌ଏନ୍ ବ୍ୟୁରୋ, ୧୮/୦୮/୨୦୨୦- ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ମହେନ୍ଦ୍ର ସିଂ ଧୋନୀଙ୍କ ସହ ପ୍ରଥମ ସାକ୍ଷାତକାରକୁ ମନେ ପକାଇଛନ୍ତି କ୍ରିକେଟର ଭଗବାନ ଭାବେ ପରିଚିତ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର । ଧୋନୀ ସ୍ୱତନ୍ତ୍ର ଦକ୍ଷତାର ଅଧିକାରୀ ଥିବା ପ୍ରଥମ ସାକ୍ଷାତରୁ ହିଁ ଜାଣି ପାରିଥିଲେ ବୋଲି କହିଛନ୍ତି ସଚିନ । ଧୋନୀଙ୍କ ଉପରେ ମତ ଦେଇ ସଚିନ କହିଛନ୍ତି ଯେ, ଭାରତୀୟ ଦଳରେ ସ୍ଥାନ ପାଇବା ପୂର୍ବରୁ ମୁଁ ଧୋନୀଙ୍କ ବିଷୟରେ ଅବଗତ ନଥିଲି । ୨୦୦୪ ବାଂଲାଦେଶ ଗସ୍ତ ସମୟରେ ତାଙ୍କୁ ପ୍ରଥମେ ଦେଖିଥିଲି । ସୌରଭ ଗାଙ୍ଗୁଲି ସେ ସମୟରେ ଭାରତୀୟ ଦଳର ଅଧିନାୟକ ଥିଲେ । ଏକ ଅଭ୍ୟାସ ମ୍ୟାଚ ଅବସରରେ ଧୋନୀଙ୍କ ବ୍ୟାଟିଂ ଦେଖି ଚକିତ ହୋଇଯାଇଥିଲି । ସେ ୨ଟି ଚୌକା ମାରିବା ପରେ ମୁଁ ଗାଙ୍ଗୁଲିଙ୍କ ନିକଟକୁ ଯାଇଥିଲି । ଏହି ନବାଗତାଙ୍କ ନିକଟରେ ସ୍ୱତନ୍ତ୍ର ବ୍ୟାଟିଂ ଦକ୍ଷତା ରହିଥିଲା । ତାଙ୍କ ବ୍ୟାଟି୍ ସୁଇଂ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଠାରୁ ବେଶ ଦ୍ରୁତ ଥିଲା । ଧୋନୀ ବଲକୁ କ୍ଷିପ୍ର ଗତିରେ ପ୍ରହାର କରିବାରେ ସିଦ୍ଧହସ୍ତ ଥିବା ମୁଁ ଅନୁଭବ କରିଥିଲି । ପ୍ରଥମ ଶ୍ରେଣୀ କ୍ରିକେଟ ଓ ଅନ୍ତର୍ଜାତୀୟ କ୍ରିକେଟରେ ବେଶ୍ ଫରକ ରହିଥିଲେ ହେଁ ଧୋନୀ ଖୁବ ଶିଘ୍ର ଏଥିରେ ସଫଳ ହେବେ ବୋଲି ମୋର ବିଶ୍ୱାସ ଜନ୍ମିଥିଲା ।


କ୍ୟାରିୟରର ପ୍ରଥମ ପର୍ଯ୍ୟାୟରେ ସେ ଖୁବ୍ ଚୁପ ଚାପ ରହୁଥିଲେ । ସିନିୟର ଖେଳାଳିଙ୍କ ଉପସ୍ଥିିତିରେ ଯୁବ ଖେଳାଳି ସେଭଳି ଶାନ୍ତ ରହନ୍ତି । ଧୋନୀ ଆଜି ପର୍ଯ୍ୟନ୍ତ ମୋ ସମ୍ମୁଖରେ ସେଭଳି ଚୁପ ଚାପ ରହି ଆସିଛନ୍ତି । ତାଙ୍କ ଶାନ୍ତ ସ୍ୱଭାବ ମୋତେ ଭଲ ଲାଗେ । ଏହି ଶାନ୍ତ ସ୍ୱଭାବ ପାଇଁ ସେ ଏତେ ସଫଳ ହୋଇପାରିଛନ୍ତି ବୋଲି କହିଛନ୍ତି ବ୍ୟାଟଂ ଲିଜେଣ୍ଡ ସଚିନ । ରାଞ୍ଚି ଭଳି ଏକ ଛୋଟ ସହରରୁ ଆସି ଦିର୍ଘ ୧୫ ବର୍ଷ ଧରି ଭାରତୀୟ କ୍ରିକେଟର ଦାୟୀତ୍ୱ ବହନ କରିବା ସହଜ କଥା ନୁହେଁ । ଦକ୍ଷତା ନଥିଲେ ଧୋନୀ ଉଭୟ ବ୍ୟାଟିଂ, ୱିକେଟ କିପିଙ୍ଗ ଓ ନେୃତ୍ୱରେ ଏତେ ସଫଳ ହୋଇ ପାରି ନଥାନ୍ତେ । ଧୋନୀ ଖେଳିଥିବା ପ୍ରାୟତଃ ସମସ୍ତ ଇନିଂସ ମୋତେ ଆକର୍ଷିତ କରିଛି । ତେଣୁ କୌଣସି ଗୋଟିଏ ଇନିଂସ ବାଛିବା ମୋ ପକ୍ଷରେ କଷ୍ଟକର ନୁହେଁ । ତାଙ୍କ ସହିତ ମୁଁ ୬ ବର୍ଷ ଧରି ତଗାତାର ଖେଳିଛି । ତାଙ୍କ ସହ କଟାଇଥିବା ପ୍ରତ୍ୟେକ ମୂହୂର୍ତ୍ତକୁ ମୁଁ ଉପଭୋଗ କରିଥିବା କହିଛନ୍ତି ସଚିନ ରମେଶ ତେନ୍ଦୁଲକର ।

LEAVE A REPLY

Please enter your comment!
Please enter your name here