ମାଆଙ୍କ ଚୁକ୍ଷୁ ଦାନ କଲେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ

0
575

ଇଏନ୍‌ଏନ୍ ବ୍ୟୁରୋ, ୦୭/୦୮/୨୦-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ମାଆଙ୍କର ଗତକାଲି ୮୯ ବର୍ଷ ବୟସରଙ୍କ ଦେହାନ୍ତ ହୋଇଛି । ଏହାପରେ ତାଙ୍କର ଚକ୍ଷୁ ଦାନ କରାଯାଇଛି । ହର୍ଷବର୍ଦ୍ଧନ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ ଏ ଦୁନିଆରେ ମୋର ସବୁଠାରୁ ପ୍ରିୟ ବ୍ୟକ୍ତି ମୋ ମାଆଙ୍କର ଆଜି ପରଲୋକ ଘଟିଛି । ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଆଜି ସକାଳେ ସେ ହୃଦ୍‌ଘାତର ଶିକାର ହୋଇଥିଲେ । ସେ ମୋର ମାର୍ଗଦର୍ଶକ ଏବଂ ଆଦର୍ଶ ଥିଲେ । ତାଙ୍କର ଦେହାନ୍ତ ଯୋଗୁଁ ମୋର ଜୀବନରେ ଯେଉଁ କ୍ଷତି ହୋଇଛି, ତାହାକୁ କେହି ପୂରଣ କରିପାରିବେ ନାହିଁ । ତାଙ୍କ ମାଆଙ୍କ ଇଛା ଥିଲା କି ତାଙ୍କର ମୃତ୍ୟୁ ପରେ ତାଙ୍କ ଚକ୍ଷୁକୁ ଦାନ କରାଯିବ । ତେଣୁ ତାଙ୍କର ଇଛା ଅନୁଯାଇ, ଆଜି ଏମ୍‌ସରେ ତାଙ୍କର ଚକ୍ଷୁ ଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here