ପ୍ରାକଶ ପାଇଲା ୟୁପିଏସସି ଚୂଡ଼ାନ୍ତ ପରୀକ୍ଷା ଫଳ । ପ୍ରଦୀପ ସିଂହ ଟପ୍ପର । ଟପ୍ପ-୧୦ ରେ ଓଡ଼ିଶାରୁ ଅଭିଷେକ ଓ ସଞ୍ଜିତା ।

0
473

ଇଏନ୍‌ଏନ୍ ବ୍ୟୁରୋ, ୦୪/୦୮/୨୦- ଘୋଷିତ ହୋଇଛି ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ । ସେପ୍ଟେମ୍ବର ୨୦୧୯ ରେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ହୋଇଥିଲା ଲିଖିତ ପରୀକ୍ଷା ଏବଂ ଏହା ପରେ ଫେବୃଆରୀ ରୁ ଅଗଷ୍ଟ ୨୦୨୦ ମଧ୍ୟରେ ବ୍ୟକ୍ତିଗତ ପରୀକ୍ଷା ପାଇଁ ସାକ୍ଷାତକାର କରାଯାଇଥିଲା । ଏହି ଆଧାରରେ ଏହାର ଫଳ ପ୍ରକାଶ କରାଯାଇଛି । ଏହି ପରୀକ୍ଷାରେ ସମୁଦାୟ ୮୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଦୀପ ସିଂହ ଟପ୍ପର ହୋଇଥିବା ବେଳେ ଯତୀନ କିଶୋର ୨ୟ ସ୍ଥାନରେ ଓ ପ୍ରତିଭା ବର୍ମା ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥରୁ ୧୦ ମ ସ୍ଥାନ ମଧ୍ୟରେ ହିମାଂଶୁ ଜୌନ, ଜୟଦେବ ସି ଏସ, ବିଶାଖା ଯାଦବ, ଗଣେଶ କୁମାର ବସକାର, ଅଭିଷେକ ସରାଫ, ରବି ଜୌନ ଏବଂ ସଞ୍ଜିତା ମହାପାତ୍ର ମେରିଟ ଲିଷ୍ଟ କ୍ରମରେ ରହିଛନ୍ତି । ଓଡ଼ିଶାରୁ ଅଭିଷେକ ସରାଫ (୮ମ) ଓ ସଞ୍ଜିତା ମହାପାତ୍ର (୧୦ମ) ସ୍ଥାନରେ ରହିଛନ୍ତି । ପାର୍ଥୀ ମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଭାରତୀୟ ବୈଦେଶିକ ସେବା (ଆଇଏଫଏସ), ଭାରତୀୟ ପୋଲିସ ସେବା (ଆଇପିଏସ) ଏବଂ କେନ୍ଦ୍ରୀୟ ସେବା ଗ୍ରୃପ ‘ଏ’ ଓ ‘ବି’ ରେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି । ଏଥି ମଧ୍ୟରୁ ସାଧାରଣ ବର୍ଗରେ ୩୦୪ ଜଣ, ଆର୍ଥୀକ ଅନଗ୍ରସର ବର୍ଗରୁ ୭୮ ଜଣ, ଓ.ବି.ସି ବର୍ଗରୁ ୨୫୧ ଜଣ, ଏସସି ବର୍ଗରୁ ୧୨୯ ଜଣ, ଓ ଏସ୍ଟି ବର୍ଗରୁ ୬୭ ଜଣ ସ୍ଥାନ ପାଇଛନ୍ତି । କୃତକାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ, ୨୪ ଜଣ ଆଇଏଫଏସ, ୧୫୦ ଜଣ ଆଇପିଏସ୍ ପାଇଁ ମନୋନୀତ ହେବେ । ଗ୍ରୁପ ‘ଏ’ ରେ ୪୩୮ ଜଣ ଓ ଗ୍ରୁପ ‘ବି’ ରେ ୧୩୫ ଜଣ ନିଯୁକ୍ତି ପାଇବେ ।


କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଂଶୁମାନ ରାଜ, ଅନୁପ ଦାସ, ନବଲ କୁମାର ଜୌନ, ଶୌଳଜା ଦାସ, ରାହୁଲ ମିଶ୍ର, ହେମା ନାୟକ, ଆରୁଷି ମିଶ୍ର, ଆଶିଷ ଦାସ, ଅଙ୍କିତ ଶଙ୍କର ମିଶ୍ର, ସୋନାଲି ମିଶ୍ର, ଦିବ୍ୟ ମିଶ୍ର, ଅର୍ଘ୍ୟ ପଟ୍ଟନାୟକ, ଜୁବିନ ମହାପାତ୍ର, ସମୀର କୁମାର ଜେନା, ମାନସ ରଞ୍ଜନ ସାହୁ, ଶିବମ୍ ମିଶ୍ର, ଓମ୍ ପ୍ରକାଶ ମହାନ୍ତି ଓ ବିଭୁତି ଭୂଷଣ ନାୟକ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here