କଟକ ଜିଲ୍ଲାରେ ବୃକ୍ଷରୋପଣ ପାଇଁ ୬ ଲକ୍ଷ ୫୦ ହଜାର ଚାରା ପ୍ରସ୍ତୃତ।

0
346
dav

ଇଏନ୍‌ଏନ୍ କଟକ, ୨୮/୦୭/୨୦-ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିୟମାବଳୀ ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କରେ ବୃକ୍ଷରୋପଣ କାର‌୍ୟ୍ୟସମ୍ପାଦନ ଓ ସମନ୍ନୟ କମିଟି ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧକ୍ଷତାରେ କଟକ ଜିଲ୍ଲାରେ ପ୍ରଥମ ସମନ୍ନୟ କମିଟି ବୈଠକ ସଦବାଭନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷରୋପଣ କାର୍ଯ୍ୟ ସମ୍ପାଦନ କରାଯିବା ଦିଗରେ ଦେଖା ଦେଉଥିବା ସମସ୍ୟା, ଉପଲବଧି ସମ୍ବନ୍ଧରେ ବୈଠକରେ ଆଲୋଚନା କରଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ସିଟି ଜଙ୍ଗଲ ଡିଭିଜନର କଟକ ଜିଲ୍ଲା ର ବିଭିନ୍ନ ନର୍ସେରୀମାନଙ୍କରେ ୬ ଲକ୍ଷ ୫୦ ହଜାର ଚାରା ପ୍ରସ୍ତୃତ ଅଛି । ଏହି ଚାରା ବଣ୍ଟନ କରାଯାଇ ବ୍ୟାପକ ବୃକ୍ଷରୋପଣ କରାଯିବା ପାଇଁ ବିଷଦ ଆଲୋଚନା କରଯାଇଥିଲା। ଆଲୋଚନା ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ଚୟନୀ ସମସ୍ତ ସରକାରୀ କାର୍ଯ୍ୟ।ଳୟମାନଙ୍କରେ ସମ୍ଭଳ ଅନୁଯାଇ ଉପଲବ୍ଧ ଥିବା ଜାଗା ଗୁଡିକରେ ବୃକ୍ଷରୋପଣ ନିଶ୍ଚିତ କରାଯିବା ନେଇ ସୂଚନା ଦେଇଥିଲେ। ଏହି ଅବସରେ ଜିଲ୍ଲାପାଳ ବିଶେଷକରି ଉଦ୍ୟାନ, ଜଳସେଚନ, ପ୍ରାଣୀ ସମ୍ପଦ ଏବଂ ଜଳଛାୟା ମିଶନ ବିଭାଗ ଅଧୀନରେ ଥିବା ଉପଲବ୍ଧ ଖୋଲା ଜାଗା ମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟ କରାଯିବା ଉପରେ ଗୁରୁତାରୋପ କରି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଆବଶ୍ୟକ ମୁତାବକ ତଥା ମୂର୍ତିକା ଅନୁଯାଇ ନିର୍ଦ୍ଧିଷ୍ଟ ବୃକ୍ଷରୋପଣ, ବେସରକାରୀ ସଂସ୍ଥା ମାନଙ୍କର ଯୋଗଦାନ ଏବଂ ସାମାଜିକ ନିରାପତ୍ତା ଭତ୍ତାଧାରିମାନଙ୍କୁ ଚାରା ବଣ୍ଟନ, ବିଦ୍ୟାଳୟ ମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ପାଇଁ ବୈଠକରେ ଆଲୋଚନା କରଯାଇଥିଲା। ଏତଦ ବ୍ୟତିତ ପୂର୍ତ୍ତ , ଗ୍ରାମ୍ୟ ଉନ୍ନୟନ,ଜଳସେଚନ ଆଦି ବିଭାଗ ଅଧୀନରେ ଥିବା ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ ଏବଂ ଜଳଛାୟା ମିଶନ ଅଧୀନରେ ଥିବା ପୋଖରୀ ଚାରିପଟେ ମଧ୍ୟ ବୃକ୍ଷରୋପଣ କରାଯିବା ନେଇ ସ୍ଥିର କରଯାଇଥିଲା।

dav

ଏହି ବୈଠକରେ କମିଟିର ସଦସ୍ୟ ସଚିବ ଡି ଏଫ ଓ, ସିଟି ଡିଭିଶନ ଶ୍ରୀ ଅଶୋକ କୁମାର ମିଶ୍ର ଜଙ୍ଗଲ ଓ ପରିବେଶ ବିଭାଗର ନିୟମାବଳୀ ଅନୁଯାଇ ବୃକ୍ଷରୋପଣ କାର‌୍ୟ୍ୟସମ୍ପାଦନ ସୂଚନା ପ୍ରଦାନ କରିଥିବା ବେଳେ ଅନ୍ୟମାନକ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଧେଶକ, ଡି ଆର, ଡି, ଏ, ଅବଦଳ ଅଖତର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ ଓ କମିଟିର ସଦସ୍ୟ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here