କଳାହାଣ୍ଡି ଓ ବଲାଙ୍ଗିର ବ୍ରିଜରେ ଦୁର୍ଘଟଣା।

0
426

ଇଏନ୍‌ଏନ୍ କଳାହାଣ୍ଡି, ୧୭/୦୭/୨୦- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଟ ତେଲ ନଦୀ ଓ ବଲାଙ୍ଗିର ସୀମାନ୍ତ ବେଲଗାଁ ନଦୀ ବ୍ରିଜ ଉପରେ ଏକ ଟ୍ରକ ଓ ତେଲ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ୫ଟା ସମୟରେ ତେଲ ଟ୍ୟାଙ୍କର ଟି ଭବାନିପାଟଣା ଆଡକୁ ଆସୁଥିବା ବେଳେ ଟ୍ରକ ଟି ବଲାଙ୍ଗିର ଆଡକୁ ଯାଉଥିଲା। ଏହି ସମୟରେ ଉଭୟ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଦୁର୍ଘଟଣା ରେ ଉଭୟ ଗାଡିର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଦୁର୍ଘଟଣା ଯୋଗୁ ୪ ଘଣ୍ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ଠପ ହୋଇଥିଲା। ଏବଂ ରାସ୍ଥାର ଉଭୟ ପଟେ ଶତାଧିକ ଗାଡ଼ି ଅଟକି ରହିଥିଲା । ଖବର ପାଇ କେସିଙ୍ଗା ପୁଲିସ ଓ ବଲାଙ୍ଗିର ପୁଲିସ ଘଟଣା ସ୍ଥଳକୁ ଯାଇ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ କୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ଗାଡ଼ିକୁ ଉଠାଯିବା ପରେ ଚଳାଚଳ ସ୍ୱାଭାବିକ ହୋଇଛି ।

କଳାହାଣ୍ଡିରୁ କୁଳମଣି ସାହୁ

LEAVE A REPLY

Please enter your comment!
Please enter your name here