ଇଏନ୍ଏନ୍ କନ୍ଧମାଳ, ୨୧/୦୭/୨୦-କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପୂର୍ବତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ପଦୋନ୍ନତି ପାଇ କଟକ ଡିସିପି ଭାବରେ ବଦଳି ହେବା ପରେ କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ୨୦୧୬ ବ୍ୟାଚର (ଆଇପିଏସ) ବିନୀତ ଅଗ୍ରୱାଲ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନ ଦେଶ ଓ ରାଜ୍ୟରେ କୋଭିଡ଼ – ୧୯ ଭୁତାଣୁ ଦିନକୁ ଦିନ ହୁ ହୁ ହୋଇ କାୟା ବିସ୍ତାର କରୁ ଥିବାବେଳେ ସରକାରଙ୍କ ନିୟମ ଅନୁଯାୟୀ ଜନ ସାଧାରଣଙ୍କୁ ସଚେତନତା କରାଯିବା ସହ କନ୍ଧମାଳ ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ ଓ ଏଥି ପାଇଁ ଜିଲ୍ଲାର ସମସ୍ତ ଚେକ୍ ପୋଷ୍ଟକୁ ବନ୍ଦ କାରାଯିବ ବୋଲି ନୂତନ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଓ ଏହା ସହ ଗଣମାଧ୍ୟମ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ମିଳିମିଶି ସୁସମ୍ପର୍କ ରଖି କାର୍ଯ୍ୟ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନୂତନ ଆରକ୍ଷୀ ଅଧିକ୍ଷକ । ନୂତନ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ କହିଛନ୍ତି କି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖା ଯିବା ସହ ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଫିଆମାନଙ୍କ ପ୍ରତି ଦୃଢ଼ କାୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।