ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ରହ୍ମପୁରର ସମସ୍ତ ପ୍ରବେଶ ପଥ ବନ୍ଦ ।

0
194

ଇଏନ୍ଏନ୍ ବ୍ରହ୍ମପୁର,୧୩/୦୭/୨୦: ଓଡ଼ିଶାରେ ଦିନକୁ ଦିନ କ୍ଷୀପ୍ର ଗତିରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ସମସ୍ତ ଓଡ଼ିଶା ବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେବାର ଲାଗିଛି । ସମସ୍ତ ଜିଲ୍ଲାରୁ ଦୁଇପାଦ ଆଗରେ ଅଛି ଗଞ୍ଜାମ ଜିଲ୍ଲା । ସେଭଳି ବ୍ରହ୍ମପୁର ସହରରେ ମଧ୍ୟ ପ୍ରତି ୱାର୍ଡରେ ଦିନକୁ ଦିନ ମାତ୍ରାଧିକ ସଂଖ୍ୟାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାକୁ ଦୃଷ୍ଟି ରଖି ଜିଲ୍ଲା ପ୍ରଶାସନ ୫ ଦିନିଆ ସଟ୍ ଡ଼ାଉନ୍ ଘୋଷଣା କରିଥିଲେ ମଧ୍ୟ ଏହାର ପ୍ରଭାବ କିଛି ସନ୍ତୋଷଜନକ ମିଳିଲା ନାହିଁ । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର କତ୍ତୃପକ୍ଷ ବ୍ରହ୍ମପୁରର ସମସ୍ତ ପ୍ରବେଶ ପଥକୁ ଅନିର୍ଦ୍ଧିଷ୍ଠ କାଳ ପର‌୍ୟ୍ୟନ୍ତ ବନ୍ଦ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଉକ୍ତ କଟକଣା ନିୟମ ଜାରି ଥିବା ଯାଏ ବାହାରୁ କୌଣସି ଲୋକେ ଆସିପାରିବେ ନାହିଁ, କି କେହି ସହର ମଧ୍ୟରୁ ବାହାରକୁ ଯାଇ ପାରିବେ ନାହିଁ । ଯଦି ସହର ବାହାରକୁ ଯିବାକୁ କିଛି ଜରୁରୀ ହୁଏ, ତେବେ ୧୦୦ ନମ୍ବରକୁ ଫୋନ କଲ୍ କରିବାକୁ ପଡ଼ିବ । କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀଙ୍କ ନିମନ୍ତେ ଏହି କଟକଣା କୋହଳ କରାଯାଇଛି । ଏହା ସହ ଜରୁରୀ ଦୋକାନ ସକାଳ ୫ଟା ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସହରର ସମସ୍ତ ସୀମା ପଥରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବ୍ରହ୍ମପୁର ମହାନିଗମ କତ୍ତୃପକ୍ଷଙ୍କ ଏଭଳି ନିଷ୍ପତିକୁ ବିଳମ୍ବରେ ହେଉ ପଛେ ଉଚିତ ନିଷ୍ପତି ବୋଲି ସହରବାସୀ ସ୍ୱାଗତ କରିଛନ୍ତି ।

ବ୍ରହ୍ମପୁରରୁ ସୁଶାନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here