ଇଏନ୍ଏନ୍ ଖୋର୍ଦ୍ଧା, ୧୮/୦୮/୨୦-ଗତକାଲି ବିଲମ୍ବିତ ରାତିରେ କେତେ ଜଣ ଦୁବୁର୍ତ୍ତ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଦଳେଇପୁଟ ଗାଁ ର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଦୁଇଟି ବୋମା ମାଡ଼ ହୋଇଛି। ଦୁବୁର୍ତ୍ତ ମାନେ ହୃଦାନନ୍ଦଙ୍କ ପାଚେରୀ ବାହର ପଟୁ ଦୁଇଟି ବୋମାମାଡ କରିଛନ୍ତି । ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି। ତେବେ ଏହି ବୋମାମାଡରେ ଉପର ମହଲା ଝରକା କାଚ ଭାଙ୍ଗିଯାଇଛି। ନିର୍ଜନ ରାତିରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଏହି ଅଞ୍ଚଳ ବାସିନ୍ଦା ଆତଙ୍କିତ ହୋଇ ପଡିଛନ୍ତି। ସଦର ଥାନା ନିକଟରେ ଏହି ଘଟଣା ଘଟିଥିଲେ ମଧ୍ୟ ପୋଲିସର ନିଷ୍କିୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୋମାମାଡର ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏନେଇ ହୃଦାନନ୍ଦ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଗତ ୧୨ତାରିଖ ରାତିରେ ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ଦୁବୁର୍ତ୍ତମାନେ ବୋମାମାଡ କରି ଫେରାର ହୋଇ ଯାଇଥିଲେ।ତେବେ ପୂର୍ବ ବୋମାମାଡ ଘଟଣା ରେ ସଦର ପୁଲିସ ଜଣକୁ ଗିରଫ କରିଥିଲା ।