ଵେଶାହାରାଙ୍କ ସାହାରା ଥିଲେ ଆଚାର୍ଯ୍ୟ ବ୍ରାଉନ ନାୟକ….

0
1588

ଶିକ୍ଷକରୁ ହୋଇ ଥିଲେ ଆମେରିକାରେ ପ୍ରସିଦ୍ଧ ଟେଲିଭିଜନ ପ୍ରଚାରକ ଏବଂ ଲୋକପ୍ରିୟ ଭାରତୀୟ ଖ୍ରୀଷ୍ଟିୟାନ ମିଶନାରୀ

ଇଏନ୍‌ଏନ୍ କନ୍ଧମାଳ, ୧୯/୦୮/୨୦- ବେଶାହାରାଙ୍କ ସହାରା ଥିଲେ ଆଚାର୍ଯ୍ୟ ବ୍ରାଉନ ନାୟକ । ଆବଶ୍ୟକତାର ଖବର ପାଇଲେ ତୁରନ୍ତସହଯୋଗର ହାତ ବଢ଼ାଉ ଥିଲେ । ସେ ଥିଲେ ଏକା ଧାରାରେ ଜଣେ ଶିକ୍ଷକ, ଖ୍ରୀଷ୍ଟିଆନ ଟେଲିଭିଜନ ପ୍ରଚାରକ ଏବଂ ଖ୍ରୀଷ୍ଟିଆନ ପାଳକ । ଶହ ଶହ ଗରିବ ଅନାଥ ପିଲାଙ୍କର ସହାରା ମଧ୍ୟ ଥିଲେ । ସେ ଆଉ ନାହାନ୍ତି । ବିଧିର ବିଧାନ ଅନୁସାରେ ଚାଲିଗଲେ ଆର ପାରିକୁ ଖ୍ରୀଷ୍ଟିୟାନ ମିଶନାରୀ, ଟେଲିଭିଜନ ପ୍ରଚାରକ ଆଚାର୍ଯ୍ୟ ବ୍ରାଉନ ନାୟକ । ଚଳିତ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଆମେରିକାର ନିଉୟର୍କ ସ୍ଥିତ ବାସ ଭବନରେ ୭୦ ବର୍ଷ ବୟସରେ ମୃତ୍ୟୁ ଘଟିଛି ।

ପ୍ରାପ୍ତ ସୂଚନା ଅନୁସାରେ ଆଚାର୍ଯ୍ୟ ବ୍ରାଉନ ନାୟକ ୧୯୪୮ ମସିହାରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମ ପଞ୍ଚାୟତ ଅଧିନସ୍ଥ ମୁକୁଲିଙ୍ଗିଆ ଗ୍ରାମର ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ।  ବ୍ରିଟିଶ ମିଶନାରୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଟାଣୁଆ ସ୍ବର୍ଗତ ନେତା ଅନାମ ଚନ୍ଦ୍ର ନାୟକଙ୍କ ସାହାଯ୍ୟ ସହଯୋଗରେ ଘୁ.ଉଦୟଗିରିରେ ଶିକ୍ଷା ଅର୍ଜନ କରିବା ପରେ ଖ୍ରୀଷ୍ଟ କଲେଜ କଟକରେ ସ୍ନାତକୋତ୍ତର ଶିକ୍ଷା ଅର୍ଜନ କାରିଥିଲେ । ଏହା ସହ ବେଙ୍ଗଲରରେ ବାଇବଲ ଶିକ୍ଷାରେ ବିଇଡି ଡିଗ୍ରୀ ହାସଲ ମଧ୍ୟ କରିଥିଲେ । ବାଇବଲ ଡିଗ୍ରୀ ହାସଲ କରିବା ପରେ ଆଚାର୍ଯ୍ୟ ବ୍ରାଉନ ନାୟକ ମାଲିକାପଡ଼ି ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାକତା ମଧ୍ୟ କରିଥିଲେ । ଏହା ସହ ଡାୟୋସିସ ଅଫ କଟକ ଅଧୀନରେ ଘୁ.ଉଦୟଗିରି ଠାରେ ମିଶନାରୀ ଭାବରେ କାର୍ଯ୍ୟଭାର ତୁଲାଇ ଥିଲେ । ବ୍ରିଟିଶ ଖ୍ରୀଷ୍ଟିଆନ ମିଶନାରୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଟାଣୁଆ ନେତା ସ୍ବର୍ଗତ ଅନାମ ଚନ୍ଦ୍ର ନାୟକଙ୍କ ସାହାଯ୍ୟ କ୍ରମେ ଆଚାର୍ଯ୍ୟ ବ୍ରାଉନ ନାୟକ ଆମେରିକା ଯିବା ପାଇଁ ସୁଯୋଗ ପାଇଲେ ।

୧୯୭୪ ମସିହାରେ ଆଚାର୍ଯ୍ୟ ବ୍ରାଉନ ନାୟକ ମୁକୁଲିଙ୍ଗିଆ ଠାରୁ ଆମେରିକାକୁ ଯାତ୍ରା କରି ଥିଲେ ଏବଂ ସେଠାରେ ବିବାହ ମଧ୍ୟ କରି ଥିଲେ । ଯାହା କି ଅଞ୍ଚଳବାସୀଙ୍କୁ ଚକିତ କରି ଥିଲା । ଅମେରିକା ଯିବାର ମାତ୍ରକ ଅଳ୍ପ ଦିନ ପରେ ଆଚାର୍ଯ୍ୟ ବ୍ରାଉନ ନାୟକ ଜଣେ ଖ୍ରୀଷ୍ଟିଆନ ପ୍ରଚାରକ, ପାଳକ ଏବଂ ମିଶନାରୀ ଭାବରେ ବେଶ ଖ୍ୟାତି ଏବଂ ଲୋକ ପ୍ରିୟତା ଅର୍ଜନ କରିଥିଲେ । ଆଚାର୍ଯ୍ୟ ବ୍ରାଉନ ନାୟକ ଭାରତ ଦେଶର ଏକ ପଛୁଆ ରାଜ୍ୟ ପଛୁଆ ଜିଲ୍ଲାର ପାହାଡ଼ ଜଙ୍ଗଲ ଅନୁନ୍ନତ ଅଂଚଳରୁ ଆମେରିକାକୁ ଖ୍ରୀଷ୍ଟିଆନ ମିଶନାରୀ ଭାବରେ ଯାଇ ଥିବା ଜଣେ ପ୍ରଥମ ମିଶନାରୀ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି । ଆଚାର୍ଯ୍ୟ ବ୍ରାଉନ ନାୟକ ହଜାର ହଜାର ମାଏଲ ଦୂରରେ ଥିଲେ ମଧ୍ୟ ନିଜ ଜନ୍ମ ମାଟି କୁଇ ଦିନାକୁ କେବେ ମଧ୍ୟ ଭୁଲିନ ଥିଲେ । ଏହା ସହ ଗରିବ ଅନାଥ ଛାତ୍ରଛାତ୍ରୀ ଏବଂ ଲୋକଙ୍କ ପାଇଁ ସାହାଯ୍ୟକାରୀ ଥିଲେ । ଶହ ଶହ ଗରିବ ଅନାଥ ଛାତ୍ରଛାତ୍ରୀଙ୍କ ଲାଳନ ପାଳନ କରିବା ସହ ସମସ୍ତ ଖର୍ଚ୍ଚ ବହନ କରୁ ଥିଲେ ଆଚାର୍ଯ୍ୟ ବ୍ରାଉନ ନାୟକ । ଯାହା ପାଇଁ ଆଜି ଝୁରୁଛନ୍ତି ଗରିବ ଅନାଥ ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀ ।

ଆଚାର୍ଯ୍ୟ ବ୍ରାଉନ ନାୟକଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିବା ସହ ତାଙ୍କର ପବିତ୍ର ଜୀବନ ଯାପନ ଶୈଇଳି, ଦରଦୀ ହୃଦୟ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ଆଚାର୍ଯ୍ୟ ବ୍ରାଉନ ନାୟକଙ୍କ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଏକ ଆପୁରଣିୟ କ୍ଷତି ବୋଲି ଆଚାର୍ଯ୍ୟ ସମୁଏଲ ନାୟକ, ଆମୋଦ ଚନ୍ଦ୍ର ନାୟକ, ରସାନନ୍ଦ ନାୟକ ମତ ପ୍ରକାଶ କରିଛନ୍ତି । ମୃତ୍ୟୁ ବେଳକୁ ଆଚାର୍ଯ୍ୟ ବ୍ରାଉନ ନାୟକଙ୍କ ପାଖରେ ତାଙ୍କ ସ୍ତ୍ରୀ, ଝିଅ, ଦୁଇ ଭଉଣୀ, ଭାଇ ଏବଂ ଅନ୍ୟମାନେ ଉପସ୍ଥିତ ଥିବାର ସୂଚନା ମିଳିଛି । ଆସନ୍ତା ଭାରତୀୟ ସମୟ ଗୁରୁବାର ଦିନ ଆମେରିକାର ନିଉଜେର୍ଷି ଠାରେ ଖ୍ରୀଷ୍ଟିୟାନ ରୀତିନୀତି ଅନୁସାରେ କବର ଦିଆଯିବାର କାର୍ଯ୍ୟକ୍ରମ ଥିବା ପରିବାର ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here