ଭୁବନେଶ୍ୱର ମଧ୍ୟ ବିଧାୟକ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ସମୂହ ଦୀପଦାନ

0
184

ଇଏନ୍ଏନ୍ ବ୍ୟୁରୋ, ୨୩/୦୮/୨୦-ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଜଣେ ପରୋପକାରୀ ବହୁ ପରିଚିତ ଲୋକପ୍ରିୟ ବିଧାୟକ। ସାରାଜୀବନ ସେ ଜନସାଧାରଣ ମାନଙ୍କର ସେବା ପାଇଁ ନିଜ ଜୀବନ କୁ ସମର୍ପଣ କରିଦେଇଛନ୍ତି । ଲଗଡାଉନ ଠାରୁ ଆରମ୍ଭ କରି କୋଭିଡ଼ ପଜିଟିଭ ହେବା ପୂର୍ବ ପର୍ଯ୍ୟନ୍ତ ଲୋକ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଠାରୁ ରନ୍ଧା ଖାଦ୍ୟ, କୋଭିଡ଼ ପରୀକ୍ଷଣ କେନ୍ଦ୍ର,ବିଭିନ୍ନ ଅଞ୍ଚଳକୁ ବିଶୋଧନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ କରି ଲୋକମାନଙ୍କର ହୃଦୟରେ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଏତେ ସଚେତନ ସହ କାମ କରିବା ପରେ ମଧ୍ୟ ଅଜାଣତରେ କାହା ସାମାନ୍ୟ ତମ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ହେଉଛନ୍ତି ।

ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶିଘ୍ର ସୁସ୍ଥ ହୋଇ ପୁନର୍ବାର ଲୋକମାନଙ୍କୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ନୂଆପଲ୍ଲୀ ୱାର୍ଡ ନମ୍ବର ୩୯ ଅଧୀନରେ ଥିବା ନୁଆସାହି ର ଆଖଣ୍ଡଳମଣି ମନ୍ଦିର ରେ ସମାଜସେବୀ ତଥା ଶ୍ରୀ ମହାବୀର ସାମାଜିକ ସଂଗଠନ ର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟ ଙ୍କ ନେତୃତ୍ୱରେ ଏକ ସମୂହ ଦୀପଦାନ କାର‌୍ୟ୍ୟକ୍ରମ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ ରେ ୱାର୍ଡ ନମ୍ବର ୩୮ ର ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ନିଖିଳ କୁମାର ବଳବନ୍ତରାୟ,ବଦ୍ରି ନାରାୟଣ ମିଶ୍ର, ଅର୍ଜୁନ ବେହେରା, ଅନୁଜ ଚନ୍ଦନ ନାୟକ, ଶୁଭେନ୍ଦୁ ନାୟକ, ସମିରଣ ଦାସ, ସୌମ୍ୟ ରଞ୍ଜନ ସ୍ୱାଇଁ, ପ୍ରଭୁଦତ୍ତ ସାମଲ ଓ ନିହାର ରଞ୍ଜନ ମହାପାତ୍ର ଙ୍କ ସମେତ ମହାବୀର ସାମାଜିକ ସଂଗଠନ ର ଅନେକ କାର‌୍ୟ୍ୟକର୍ତ୍ତା ସାମିଲ ହୋଇ ଦୀପ ପ୍ରଜ୍ୱଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here