କୋଭିଡି ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ଡ୍ରାଇଭର ସମେତ ୨ ରୋଗୀ ଗୁରୁତର

0
371

ଇଏନ୍‌ଏନ୍ ଫୁଲବାଣୀ, ୨୧/୦୮/୨୦- କୋଭିଡ଼ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହେବାରୁ ଡ୍ରାଇଭର ସମେତ ୨ ରୋଗୀ ଗୁରୁତର ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଧଗଡ଼ ତେଲିମୁଣ୍ଡା ଛକ ନିକଟରେ । ମିଳିଥିବା ସୂଚନା ଅନୁଯାଇ, ଦାରିଙ୍ଗବାଡି ରୁ କୋଭିଡି ଆମ୍ବୁଲାନ୍ସ ଯୋଗେ ୨ ପେସେଣ୍ଟ ଓ ଡ୍ରାଇଭର, ଫୁଲବାଣୀ କୋଭିଡି ମେଡିକାଲ କୁ ଯାଉଥିବା ସମୟରେ ତେଲିମୁଣ୍ଡା ଛକ ନିକଟ ରେ ଭାରସାମ୍ୟ ହରାଇ ରାସ୍ତା କଡ଼ ରେ ଗୋଟିଏ ଖଜୁରୀ ଗଛରେ ବାଡେଇ ହୋଇ ଓଲଟି ପଡିଥିଲା । ତେବେ ଘଟଣା ସ୍ଥଳରେ ବନ୍ଧଗଡ଼ ଫ୍ରେଣ୍ଡ୍ସ କ୍ଳବ ର ସଦସ୍ୟ ସିମାଞ୍ଚଳ ମୁଖି. ଶରତ ମୁଖି ଓ ଅନ୍ୟାନ୍ୟ ସଦସ୍ୟ ପହଂଚି ତୁରନ୍ତ ଫିରିଙ୍ଗିଆ ଥାନା ଓ ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ । ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ପହଂଚି ଦୁର୍ଘଟଣା ସ୍ଥଳ ରୁ ଗୁରୁତର ଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମେଡିକାଲ ପଠାଇ ଥିବା ଜଣା ପଡିଛି ତେବେ ଗାଡିଟି ଦୁର୍ଘଟଣାରେ ପ୍ରାୟ ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here