କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଡ଼ିସିପିଙ୍କୁ ସମ୍ବର୍ଦ୍ଧନା ।

0
468

ଇଏନ୍‌ଏନ୍ କଟକ, ୨୪/୦୭/୨୦-‘ କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ କଟକର ନବନିଯୁକ୍ତ ଡ଼ି.ସି.ପିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରେ ଡ଼ିସିପିଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯିବା ସହ କଟକ, ଜଗତପୁର ଓ ଚୌଦ୍ୱାର ଅଞ୍ଚଳରେ ସୃଷ୍ଟି ହେଉଥିବା ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ସଂମ୍ପର୍କରେ ଡ଼ିସିପି ପ୍ରତୀକ ସିଂହଙ୍କ ସହିତ ଆଲୋଚନା ହୋଇଥିଲା । ଏଥିରେ ପରିଷଦର ସଭାପତି ମାନସ କୂମାର ପରିଡ଼ାଙ୍କ ନେତୃତ୍ୱରେ କଟକ ପୂର୍ବାଞ୍ଚଳ ଶାନ୍ତି କମିଟିର ସହ-ସଂମ୍ପାଦକ ଅଲେଖ ଚନ୍ଦ୍ର ବେହେରା, ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ, ସଭାପତି ତୀର୍ଥାନନ୍ଦ ପଣ୍ଡା, ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ, ପ୍ରଫେସର ନବୀନ ପାଠୀ, ନାରୀନେତ୍ରୀ ଇତିଶ୍ରୀ ପଣ୍ଡା, ସମାଜସେବୀ ରାଜକିଶୋର ଗିରି, ପ୍ରତାପ ପରିଡ଼ା, ଅଶୋକ ହାଲଦାର, ଅଇନଜିବୀ ଗୋପାଳ ଚନ୍ଦ୍ର ନାଥ, ବରିଷ୍ଠ ନାଗରିକ ସଂଘ କର୍ମକର୍ତ୍ତା ନଗେନ୍ଦ୍ର ମହାପାତ୍ର ଙ୍କ ସମେତ ବିଶ୍ୱଜିତ ମହାନ୍ତି, ସୁବାସ ସୁବୁଦ୍ଧି ରାୟ, ଶ୍ରଦ୍ଧେନ୍ଦୁ ଶତପଥି, କିଶୋର ନାୟକ, ଅମର ତ୍ରିବେଦୀ, ଚିତ୍ତରଞ୍ଜନ ମହାନ୍ତି, ଗୌରୀଶଙ୍କର ବେହେରା, ରଶ୍ମିକାନ୍ତ ସାମଲ ଓ ଗୋବର୍ଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେବା ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here