କଟକ ଜିଲ୍ଲା ବଢ଼ିଲା ସଟ୍ଡ଼ାଉନ ଅବଧି । ଜୁଲାଇ ୮ ପର୍ଯ୍ୟନ୍ତ ସଟ୍ଡ଼ାଉନ ।

0
3527

କଟକ, ୦୪/୦୭/୨୦- କଟକ ଜିଲ୍ଲାରେ ଦିନକୁ ଦିନ ଦୃତ ଗିତିରେ ଗଢ଼ିବାରେ ଲାଗିଛି କରୋନା ସଂକ୍ରମଣ ଏହାର ମୁକାବିଲା ପାଇଁ କଟକ ମୁନିସିପାଲିଟି କରପୋରେସନ ପକ୍ଷରୁ ସଟ୍‌ଡ଼ାଉନ ଅବଧିକୁ ଜୁଲାଇ ୮ ତରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଜିଲ୍ଲାରେ ଶନିବାର ଓ ରବିବାର ସଟ୍‌ଡ଼ାଉନ ରହିଛି । ଏହା ପର ଠାରୁ ଏହା ଲାଗୁ କରାଯିବ । ଏବଂ ୮ ତାରିଖ ପର୍ଯ୍ୟନ୍ତ ସଟ୍‌ଡ଼ାଉନ ରହିବ ବୋଲି ସିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଜାରୀ କରାଯାଇଛି । ଏହି ସଟଡ଼ାଉନ ସମୟରେ କେବଳ ସଉଦା, କ୍ଷୀର ଓ ପନିପରିବା ଦୋକାନ ଖୋଲାରହିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତିତ ଅନ୍ୟ ଦୋକାନ ଗୁଡ଼ିକ ସକାଳ ୫ ଟା ଠାରୁ ସନ୍ଧା ୬ ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦିଅଯାଇଛି ।

 ଅନଲାଇନରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ ଖୋଲା ରହିବ । ଏଥି ସହ ଅତ୍ୟାବଶ୍ୟକ ସେବା ଏବଂ ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ସେବା ଆଗଭଳି କାର୍ଯ୍ୟ କରିବ । ରାଜ୍ୟ ସରକାରଙ୍କ ସୂଚନା ଅନୁଯାଇ କଟକ ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟାରେ ୩ ସ୍ଥାନରେ ରହିଛି । ଏହି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧୫ ରେ ପହଞ୍ଚିଥିବା ବେଳେ ୫୦୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ୨୦୦  ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ଼-୧୯ ସ୍ୱତନ୍ତ୍ର ହସ୍ପିଟାଲରେ ଚିକିତ୍ସିତ ଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଇଏନ୍‌ଏନ୍ ନ୍ୟୁଜ ପଢିବା ପାଇଁ ସବସ୍କ୍ରାଇବ କରିବା ସହ ଆମ ଫେସବୁ,ଟ୍ୟୁଟର ପେଜକୁ ଭିଜିଟ କରନ୍ତୁ ଏବଂ ଆପଣଙ୍କ ମତାମତ ଦେବାକୁ ଜମାରୁ ଭୁଲିବେନୀ । ଆପଣଙ୍କ ମତାମତ ଆମକୁ ଆଗକୁ ଯିବାରେ ସାହାଯ୍ୟ କରିବ ।

କଟକରୁ ରାଜୀବ ଲୋଚନ ପଣ୍ଡା ଇଏନ୍‌ଏନ୍ ନ୍ୟୁଜ

LEAVE A REPLY

Please enter your comment!
Please enter your name here