ଡମ୍ପର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ । କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ ।

0
9370

ଇଏନ୍‌ଏନ୍ କନ୍ଧମାଳ, ୦୬/୦୯/୨୦- କନ୍ଧମାଳ ଜ଼ିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ପୁରୁଣା ସାହି ନିକଟରେ ଶ୍ରମିକଙ୍କୁ ଧକ୍କା ଦେଇ ଓଲଟିଲା ଡମ୍ପର । ଘଟଣା ସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସୀ । ମୃତ ଶ୍ରମିକ ଜଣକ ହେଲେ ପୁରୁଣା ସାହିର ଦିଲ୍ଲୀପ ବିଷୋୟୀ । ଆଜି ସକାଳ ୯ ଟା ସମୟରେ ଦିଲ୍ଲୀପ କାମ କରିବାକୁ କ.ନୂଆଗାଁକୁ ସାଇକେଲ ଯୋଗେ ଆସୁଥିଲେ । ଏହି ସମୟରେ ଏକ ଠିକାଦାର ସଂସ୍ଥାର ଡମ୍ଫର ସାଇକେଲ ଆରୋହୀ ଦିଲ୍ଲୀପଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦିଲ୍ଲୀପଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଉତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରି ମୃତକଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିଲା । ଦିଲ୍ଲୀପ, ବାପା ମା ଙ୍କର ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଜାନ ବାହନ ଅଟକି ରହିଥିଲା ।

LEAVE A REPLY

Please enter your comment!
Please enter your name here