କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ।

0
362

ଇଏନ୍‌ଏନ୍ ଖୋର୍ଦ୍ଧା, ୧୩/୦୮/୨୦ -ଘରୋଇ ରାଇସ ମିଲରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।ମୃତକ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ଝଗଡ଼ପଡା ଗାଁର ପ୍ରଫୁଲ ନାୟକ(୪୦)।ସୂଚନା ଅନୁଯାୟୀ  ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱରରେ ଥିବା ଜଗନ୍ନାଥ ରାଇସ ମିଲରେ କାର୍ଯ୍ୟ କରୁଥିଲେ। କିନ୍ତୁ କାର୍ଯ୍ୟ କରୁଥିବା ସମୟରେ ହଠାତ ତଳେ ପଡିଯାଇଥିଲେ ପ୍ରଫୁଲ।ତେବେ ଉକ୍ତ ମିଲରେ କାର୍ଯ୍ୟ କରୁଥିବା ଅନ୍ୟ ସହଯୋଗୀ ଶ୍ରମିକମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ କାର୍ଯ୍ୟରତ ଡାକ୍ତର ପ୍ରଫୁଲଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ ପହଞ୍ଚି ମୃତ ପ୍ରଫୁଲର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

LEAVE A REPLY

Please enter your comment!
Please enter your name here